ଭିତ୍ତିଭୂମି ପାଇଁ ବାଣୀବିହାରକୁ ୧୦୦ କୋଟି ଅନୁଦାନ

ରାଜ୍ୟର ସର୍ବ ପୁରାତନ ଶିକ୍ଷାନୁଷ୍ଠାନ ଉତ୍କଳ ବିଶ୍ୱବିଦ୍ୟାଳୟ ପାଳିଛି ଏହାର ପ୍ଲାଟିନମ ଜୟନ୍ତୀ । ୭୫ ବର୍ଷରେ ପଦାର୍ପଣ ଉତ୍ସବକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦଘାଟନ କରିଛନ୍ତି । ଭିତ୍ତିଭୂମି ବିକାଶ ପାଇଁ ଶହେ କୋଟି ଟଙ୍କାର ଅନୁଦାନ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ।

ଭିତ୍ତିଭୂମି ପାଇଁ ବାଣୀବିହାରକୁ ୧୦୦ କୋଟି ଅନୁଦାନ

ସରୋଜ ବେହେରା, ଭୁବନେଶ୍ୱର: ରାଜ୍ୟର ସର୍ବ ପୁରାତନ ଶିକ୍ଷାନୁଷ୍ଠାନ ଉତ୍କଳ ବିଶ୍ୱବିଦ୍ୟାଳୟ ପାଳିଛି ଏହାର ପ୍ଲାଟିନମ ଜୟନ୍ତୀ । ୭୫ ବର୍ଷରେ ପଦାର୍ପଣ ଉତ୍ସବକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦଘାଟନ କରିଛନ୍ତି । ଭିତ୍ତିଭୂମି ବିକାଶ ପାଇଁ ଶହେ କୋଟି ଟଙ୍କାର ଅନୁଦାନ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ।

ଶନିବାର ଠାରୁ ଏକ ସପ୍ତାହ ଧରି ଉତ୍କଳ ବିଶ୍ୱବିଦ୍ୟାଳୟର ପ୍ଲାଟିନମ ଜୁବୁଲି ଉତ୍ସବରେ ବିଭିନ୍ନ କାର୍ଯ୍ୟକ୍ରମ କରାଯିବ ଆରମ୍ଭ ହୋଇଛି । ଏହି ଅବସରରେ ଇ-ଲାଇବ୍ରେରୀର ଉଦ୍‌ଘାଟନ ଓ ରୁଷା ଭବନର ଶିଳାନ୍ୟାସ କରିଛନ୍ତି ମୁଖ୍ୟମନ୍ତ୍ରୀ ।

ଉଦଘାଟନୀ ଉତ୍ସବରେ ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁ, ପୂର୍ବତନ ମୁଖ୍ୟ ଶାସନ ସଚିବ ବିଜୟ ପଟ୍ଟନାୟକ, ଓଡ଼ିଶା ସ୍କିଲ୍ ଡେଭଲପମେଣ୍ଟ ଅଥରିଟି ଅଧ୍ୟକ୍ଷ ସୁବ୍ରତ ବାଗଚୀ, କୁଳପତି ସୌମେନ୍ଦ୍ର ମୋହନ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ । ଏହି କାର୍ଯ୍ୟକ୍ରମରେ ବହୁ ସଂଖ୍ୟାରେ ପୁରାତନ ଛାତ୍ର ଓ ବର୍ତ୍ତମାନ ଛାତ୍ରଛାତ୍ରୀ  ଯୋଗଦେଇଛନ୍ତି ।