ବିଶ୍ୱ ରେକର୍ଡ କରିଥିବା ଓଡ଼ିଆ ଯବାନ ସଂଗ୍ରାମ ଜେନାଙ୍କୁ ମୁଖ୍ୟମନ୍ତ୍ରୀଙ୍କ ସମ୍ୱର୍ଦ୍ଧନା

ଭାରତୀୟ ସେନାର ସିଗ୍ନାଲ ବିଭାଗର ଡେୟାର ଡେଭିଲ୍‌ ଟିମ୍‌ରେ କାର୍ଯ୍ୟରତ ଅଛନ୍ତି   ସଂଗ୍ରାମ । ଯାଜପୁରରେ ରହିଛି ଏହି ଓଡ଼ିଆ ଯବାନଙ୍କ ଘର । ଆଜି ଅର୍ଥାତ ମଙ୍ଗଳବାର ଲୋକସେବା ଭବନ ଠାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କୁ ସମ୍ଵର୍ଦ୍ଧିତ କରିଛନ୍ତି । 

ବିଶ୍ୱ ରେକର୍ଡ କରିଥିବା ଓଡ଼ିଆ ଯବାନ ସଂଗ୍ରାମ ଜେନାଙ୍କୁ ମୁଖ୍ୟମନ୍ତ୍ରୀଙ୍କ ସମ୍ୱର୍ଦ୍ଧନା

ଭୁବନେଶ୍ୱର: ରୟାଲ ଏନଫିଲଡ ଗାଡ଼ିରେ ଲାଗିଥିବା ୧୧ ଫୁଟ୍ ଉଚ୍ଚ ସିଡ଼ି ଉପରେ ଚଢ଼ି ଓଲଟା ଠିଆ ହୋଇ ୪ ଘଣ୍ଟା ୨୯ ମିନିଟ୍ ୪୫ ସେକେଣ୍ଡରେ ୧୨୮ କିଲୋମିଟର ପରିକ୍ରମା କରିଥିଲେ ଓଡ଼ିଆ ଯବାନ ସଂଗ୍ରାମ ଜେନା । ଦୁଃସାହିକତ କ୍ରୀଡା ପ୍ରଦର୍ଶନ କରି ବିଶ୍ୱ ରେକର୍ଡ କରିଥିଲେ ସେ । ଯାହା ପରେ ଆଜି ଅର୍ଥାତ ମଙ୍ଗଳବାର ତାଙ୍କୁ ସମ୍ବର୍ଦ୍ଧିତ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ଭାରତୀୟ ସେନାର ସିଗ୍ନାଲ ବିଭାଗର ଡେୟାର ଡେଭିଲ୍‌ ଟିମ୍‌ରେ କାର୍ଯ୍ୟରତ ଅଛନ୍ତି   ସଂଗ୍ରାମ । ଯାଜପୁରରେ ରହିଛି ଏହି ଓଡ଼ିଆ ଯବାନଙ୍କ ଘର । ଆଜି ଅର୍ଥାତ ମଙ୍ଗଳବାର ଲୋକସେବା ଭବନ ଠାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କୁ ସମ୍ଵର୍ଦ୍ଧିତ କରିଛନ୍ତି । ସୂଚନା ଅନୁସାରେ ଯାଜପୁର ଜିଲ୍ଲା ବରୀ ବ୍ଲକ୍ ଅନ୍ତର୍ଗତ ବାଲିଆ ଗ୍ରାମର ଯବାନ ସଂଗ୍ରାମ କେଶରୀ ଜେନା ଦୁଃସାହସିକ କ୍ରୀଡ଼ା ପ୍ରଦର୍ଶନ କରି ଏକ ବିଶ୍ୱ ରେକର୍ଡ ସ୍ଥାପନ ପୂର୍ବକ ଗିନିଜ୍ ବୁକ୍ ଅଫ ୱାର୍ଲ୍ଡ ରେକର୍ଡରେ ନିଜ ନାମ ସାମିଲ କରିପାରିଛନ୍ତି ।

ଭାରତୀୟ ସେନାର ସିଗ୍ନାଲ ବିଭାଗରେ କାର୍ଯ୍ୟରତ ସଂଗ୍ରାମ ଡେୟାର ଡେଭିଲ୍ ଟିମରେ ସାମିଲ ହୋଇ ମଧ୍ୟ ପ୍ରଦେଶର ଜବଲପୁରଠାରେ ଆୟୋଜିତ ଏକ ଡେୟାର ଡେଭିଲ୍ ଶୋ'ରେ ଅଂଶ ଗ୍ରହଣ କରି ଏହି କୀର୍ତ୍ତିମାନ କରିଥିଲେ । ଚଳନ୍ତା ବୁଲେଟ ଗାଡ଼ିରେ ୧୧ ଫୁଟ୍ ଉଚ୍ଚ ସିଡ଼ି ଉପରେ ସେ ଚଢ଼ି ଓଲଟା ଠିଆ ହୋଇ ୪ ଘଣ୍ଟା ୨୯ ମିନିଟ୍ ୪୫ ସେକେଣ୍ଡରେ ୧୨୮ କିଲୋମିଟର ପରିକ୍ରମା କରି ଆଜି ଏହି ରେକର୍ଡର ଅଧିକାରୀ ହୋଇ ପାରିଛନ୍ତି ।