'ମିଶନ ସୁବିଦ୍ୟା' ଯୋଜନା ଲୋକାର୍ପିତ କଲେ ମୁଖ୍ୟମନ୍ତ୍ରୀ

ପ୍ରଥମ ପର୍ଯ୍ୟାୟରେ ୧୮୦ଟି ଆବାସିକ ବିଦ୍ୟାଳୟକୁ ଅନ୍ତର୍ଭୁକ୍ତ କରାଯିବ । ଆବାସିକ ବିଦ୍ୟାଳୟରେ ପଢୁଥିବା ପ୍ରଥମରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କ ଶିକ୍ଷାର ଉନ୍ନତି ପାଇଁ ଅକ୍ଷୟ ଫାଉଣ୍ଡେସନ ସହ ଏକ ବୁଝାମଣା ପତ୍ର ସ୍ଵାକ୍ଷରିତ ହୋଇଛି ।

'ମିଶନ ସୁବିଦ୍ୟା' ଯୋଜନା ଲୋକାର୍ପିତ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଅନୁସୁଚିତ ଜାତି ଓ ଜନଜାତି ଅଧିନରେ ଥିବା ଆବାସିକ ବିଦ୍ୟାଳୟଗୁଡିକର ସାମଗ୍ରିକ ମାନ ବୃଦ୍ଧି ସହ ମାନଯୁକ୍ତ ଆଇଏସ୍ଓ ମାନ୍ୟତା ଦେବା ନିମନ୍ତେ  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଅର୍ଥାତ ବୁଧବାର ମିଶନ ସୁବିଦ୍ୟା ଯୋଜନା ଲୋକାର୍ପିତ କରିଛନ୍ତି । ଲୋକସେବା ଭବନରେ ଏହି କାର୍ଯ୍ୟକ୍ରମରେ ଏସି-ଏସଟି ବିଭାଗ ଓ କ୍ୱାଲିଟି କାଉନସିଲ୍ ଅଫ୍ ଇଣ୍ଡିଆ ସହ ଏକ ବୁଝାମଣା ପତ୍ର ସ୍ଵାକ୍ଷରିତ ହୋଇଛି । ରାଜ୍ୟର ଥିବା ଆବାସିକ ବିଦ୍ୟାଳୟଗୁଡିକୁ ଆଇଏସ୍ଓ ପ୍ରମାଣ ପତ୍ର ପରିସରଭୁକ୍ତ କରିବା ପାଇଁ ଯୋଗ୍ୟ ବିବେଚିତ କରାଯିବ ।

ପ୍ରଥମ ପର୍ଯ୍ୟାୟରେ ୧୮୦ଟି ଆବାସିକ ବିଦ୍ୟାଳୟକୁ ଅନ୍ତର୍ଭୁକ୍ତ କରାଯିବ । ଆବାସିକ ବିଦ୍ୟାଳୟରେ ପଢୁଥିବା ପ୍ରଥମରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କ ଶିକ୍ଷାର ଉନ୍ନତି ପାଇଁ ଅକ୍ଷୟ ଫାଉଣ୍ଡେସନ ସହ ଏକ ବୁଝାମଣା ପତ୍ର ସ୍ଵାକ୍ଷରିତ ହୋଇଛି । ଏହି ଯୋଜନା ମାଧ୍ୟମରେ ୧୫୦୦ ବିଦ୍ୟାଳୟରେ ପଢୁଥିବା ୨ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀଙ୍କ ନିମନ୍ତେ ଇଂରାଜୀ ଓ ଗଣିତକୁ  ସହଜରେ ବୁଝିବା ପାଇଁ ଡ଼ିଜିଟାଲ ଲର୍ଣ୍ଣିଂ ଜରିଆରେ ଉପଲବ୍ଧ କରାଯିବ ।