ମଳୟ ରଞ୍ଜନ ମହାନ୍ତି, ଭୁବନେଶ୍ୱର: ସଂସଦର ବଜେଟ ଅଧିବେଶନରେ ଉଠିବ କେନ୍ଦ୍ରୀୟ ଅବହେଳା ପ୍ରସଙ୍ଗ। ଆଟାକିଂ ମୋଡରେ ଏବେ ବିଜେଡି ସରକାର । ବିଜେଡିର ସଂସଦୀୟ ଦଳ ବୈଠକରେ ରାଜ୍ୟର ସ୍ୱାର୍ଥ ସମ୍ବଳିତ ପ୍ରସଙ୍ଗକୁ ନେଇ କେନ୍ଦ୍ରକୁ ଘେରିବାକୁ ଯୋଜନା ପ୍ରସ୍ତୁତ ହୋଇଛି । ରେଳବାଇ କ୍ଷେତ୍ରରେ ଓଡିଶାରୁ କେନ୍ଦ୍ର ସରକାର ହଜାର ହଜାର କୋଟି ଟଙ୍କାର ରାଜସ୍ବ ହାସଲ କରୁଥିବା ବେଳେ ଓଡିଶାକୁ ଅବହେଳା କରାଯାଉଥିବା ପ୍ରସଙ୍ଗକୁ ସଂସଦରେ ଜୋରଦାର ଉଠାଇବ ବିଜେଡି ।
ସେହିପରି କୋଇଲା ରୟାଲଟି (Coal Royalty), ଓଡିଶାକୁ ସ୍ୱତନ୍ତ୍ର ରାଜ୍ୟପାହ୍ୟା ମାନ୍ୟତା, ଉଭୟ ସଂସଦ (Parliament) ଓ ବିଧାନସଭା (Assembly) ରେ ୩୩ ପ୍ରତିଶତ ମହିଳା ସଂରକ୍ଷଣ (Women Reservation), ସ୍ୱାମିନାଥନ କମିଟି ରିପୋର୍ଟ (Swaminathan Committee Report) କୁ ଲାଗୁ କରିବା ପ୍ରସଙ୍ଗକୁ ନେଇ କେନ୍ଦ୍ରର ମୋଦି ସରକାର (Modi Government) ଙ୍କୁ ଘେରିବାକୁ ଯୋଜନା କରିଛି ବିଜେଡି (Bjd) । ଏ ନେଇ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ (Chief minister Naveen Patnaik) ସାଂସଦମାନଙ୍କୁ ଗୁରୁମନ୍ତ୍ର ଦେଇଛନ୍ତି। ରାଜ୍ୟର ସ୍ୱାର୍ଥ ସମ୍ବଳିତ ପ୍ରସଙ୍ଗକୁ ଏଥର ଜୋରଦାର ଉପସ୍ଥାପନ କରାଯିବ ବୋଲି ବିଜେଡି ରାଜ୍ୟସଭା ସାଂସଦ ମୁନା ଖାଁ କହିଛନ୍ତି ।
ରାଜ୍ୟର ସ୍ୱାର୍ଥ ସମ୍ବଳିତ ଏସବୁ ପ୍ରସଙ୍ଗକୁ କଂଗ୍ରେସ ସମର୍ଥନ କଲେ ମଧ୍ୟ ବିଜେଡି ରାଜନୈତିକ ଫାଇଦା ପାଇଁ ଏ ସବୁ ପ୍ରସଙ୍ଗ ଉଠାଉଥିବା କହିଛି କଂଗ୍ରେସ (Congress) । କେବଳ ନିର୍ବାଚନ ଆଖି ଆଗରେ ଥିଲେ ଲୋକଦେଖାଣିଆ ଭାବେ ବିଜେଡି ଏ ସବୁ ପ୍ରସଙ୍ଗ ଉଠାଇ କେନ୍ଦ୍ର ସରକାରଙ୍କୁ ଘେରେ, କିନ୍ତୁ ଉଭୟ ବିଜେଡି ବିଜେପି (BJP) ଏକ୍ ବୋଲି କହିଛି କଂଗ୍ରେସ । କିନ୍ତୁ କଂଗ୍ରେସ ରାଜ୍ୟରେ ପିପିଇ କିଟ୍ (PPE kit) ଦୁର୍ନୀତି, କୋରୋନାର ଭୁଲ ପରିଚାଳନା, ଚାଷୀ ସ୍ୱାର୍ଥ ସମ୍ବଳିତ ପ୍ରସଙ୍ଗ ସଂସଦରେ ଉଠାଇବ ବୋଲି ଦଳର ସାଂସଦ ସପ୍ତଗିରି ଉଲାକା କହିଛନ୍ତି ।
Also Read: ସରକାରଙ୍କୁ କୃଷକଙ୍କ ଚେତାବନୀ; ବଜେଟ ଦିନ କରିବୁ ସଂସଦ ମାର୍ଚ୍ଚ ରାଲି
ସେପଟେ ବିଜେପିର କହିବା କଥା ମୋଦିଙ୍କ ସରକାର ଆସିବା ପରେ କେନ୍ଦ୍ରୀୟ ଅବହେଳା ଆଉ ଏକ ପ୍ରସଙ୍ଗ ହୋଇନାହିଁ। ଓଡିଶା (Odisha) କୁ ବିଭିନ୍ନ କ୍ଷେତ୍ରରେ ସର୍ବାଧିକ ଅନୁଦାନ ଓ ଅର୍ଥରାଶି ଆସୁଛି । କିନ୍ତୁ ଓଡିଶା ସରକାର ତାର ସଠିକ ବିନିଯୋଗ କରିପାରୁନାହାଁନ୍ତି । ରାଜ୍ୟ ସରକାର (Odisha Government) ଙ୍କ ପାଖରେ କିଛି ପ୍ରସଙ୍ଗ ନଥିବାରୁ ଏଭଳି ରାଜନୀତି କରୁଛନ୍ତି ବୋଲି ବିଜେପି କହିଛି । ଏପରିକି ନିର୍ବାଚନ ପୂର୍ବରୁ ମହାନଦୀ (Mahanadi) ସ୍ୱାର୍ଥ ପାଇଁ ଲଢେଇ କରିଥିବା ବିଜେଡିର ସେ ଆନ୍ଦୋଳନ ଏବେ କୁଆଡେ ଗଲା ବୋଲି ପ୍ରଶ୍ନ କରିଛନ୍ତି ବିଜେପି ସାଧାରଣ ସମ୍ପାଦକ ଗୋଲକ ମହାପାତ୍ର ।
Edited: Zee Odisha Desk