ମୁଖ୍ୟମନ୍ତ୍ରୀ କହିଛନ୍ତି, ପରମ୍ପରା ସହ ଜନସ୍ୱାସ୍ଥ୍ୟ ପ୍ରତି ଆମକୁ ଧ୍ୟାନ ଦେବାକୁ ହେବ । ସାରା ବିଶ୍ୱର ନଜର ଏବେ ଆମ ଉପରେ ରହିବ । ତେଣୁ ଶୃଙ୍ଖଳା ସହ ସାମାଜିକ ଦୂରତା ଓ ଗାଇଡଲାଇନକୁ ଆମକୁ ପାଳନ କରିବାକୁ ହେବ ।
Trending Photos
)
ଭୁବନେଶ୍ୱର: ରଥଯାତ୍ରା ପାଇଁ କୋର୍ଟଙ୍କ ଅନୁମତି ପରେ ବେଶ ସାବଧାନତାର ସହ ଏହାକୁ ପାଳନ କରିବା ଉପରେ ଗୁରୁତ୍ୱାରୋପ କରିଛନ୍ତି ରାଜ୍ୟ ସରକାର । ବିଶେଷକରି ସାମାଜିକ ଦୂରତ୍ୱ ଏବେ ଏକ ବଡ଼ ଚ୍ୟାଲେଞ୍ଜ । ନିଳାଦ୍ରୀ ବିଜେ ପର୍ଯ୍ୟନ୍ତ ଯେପରି କୋଭିଡ ୧୯ ଗାଇନଲାଇନ ଠିକ ଭାବେ ପାଳନ କରିଯିବ, ସେନେଇ ଗୁରୁତ୍ୱ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।
ମୁଖ୍ୟମନ୍ତ୍ରୀ କହିଛନ୍ତି, ପରମ୍ପରା ସହ ଜନସ୍ୱାସ୍ଥ୍ୟ ପ୍ରତି ଆମକୁ ଧ୍ୟାନ ଦେବାକୁ ହେବ । ସାରା ବିଶ୍ୱର ନଜର ଏବେ ଆମ ଉପରେ ରହିବ । ତେଣୁ ଶୃଙ୍ଖଳା ସହ ସାମାଜିକ ଦୂରତା ଓ ଗାଇଡଲାଇନକୁ ଆମକୁ ପାଳନ କରିବାକୁ ହେବ । ଆଉ ଏସବୁ ସହ କିପରି ଠାକୁରଙ୍କ ନୀତିକାନ୍ତି କରାଯାଏ, ତାର ନିଦର୍ଶନ ଆମକୁ ବିଶ୍ୱକୁ ଦେଖାଇବାକୁ ହେବ ବୋଲି କହିଛନ୍ତି ନବୀନ ।
ରଥଯାତ୍ରା ପାଇଁ ରାଜ୍ୟ ସରକାର ଓ ଶ୍ରୀମନ୍ଦିର ପ୍ରଶାସନ ପୁରା ପ୍ରସ୍ତୁତି କରିଛନ୍ତି । ଠିକ ସମୟରେ ରଥ ଅନୁକୂଳ ଓ ନିର୍ମାଣ ହୋଇଛି । ଠାକୁରଙ୍କ ସମସ୍ତ ପ୍ରକାର ରୀତିନୀତି ଠିକ ଭାବରେ ଚାଲିଛି । ତେଣୁ ସେବାୟତ ବନ୍ଧୁମାନଙ୍କୁ ମୁଁ ଧନ୍ୟବାଦ ଦେଉଛି ବୋଲି କହିଛନ୍ତି ନବୀନ । ରଥଯାତ୍ରା ପରିଚାଳନାରେ ଭାଗ ନେଇଥିବା ସମସ୍ତ ବ୍ୟକ୍ତି ବିଶେଷ କୋଭିଡ ଗାଇଡଲାଇନକୁ ନିଷ୍ଠାର ସହ ପାଳନ କରିବେ ବୋଲି ମୋର ଆଶା ଓ ବିଶ୍ୱାସ ରହିଥିବା ସେ କହିଛନ୍ତି ।