• ନିର୍ବାଚନୀ ପଶାପାଲିରେ ଗେମ ଚେଞ୍ଜର ବେଣୁ !
  • ବାଲେଶ୍ୱର ଉପନିର୍ବାଚନ: ସ୍ୱାଧୀନ ପ୍ରାର୍ଥୀ ବେଣୁଧର ବାରିକଙ୍କ ପାଇଁ ପ୍ରଚାର ମୈଦାନକୁ ଓହ୍ଲାଇବେ ରାଣୀ ପଣ୍ଡା
  • ଆଜି IPLରେ ଦୁଇଟି ମ୍ୟାଚ ଖେଳାଯିବ
  • IPL 2020: ଅପରାହ୍ଣ ସାଢେ ୩ଟାରେ ଦିଲ୍ଲୀ ଓ କୋଲକାତା ମଧ୍ୟରେ ପ୍ରଥମ ମ୍ୟାଚ ଖେଳାଯିବ
  • IPL 2020: ସନ୍ଧ୍ୟା ସାଢେ ୭ଟାରେ ପଞ୍ଜାବ ହାଇଦ୍ରାବାଦ ମୁହାଁମୁହିଁ ହେବେ
  • କୋରୋନାକୁ ନେଇ ଚେତାବନୀ ଜାରି କଲା WHO
  • କାମାକ୍ଷାନଗର-ପଶ୍ଚିମାଞ୍ଚଳ ରେଞ୍ଜ ସୋଗର ଗ୍ରାମରେ ୨୨ଟିକିଆ ହାତୀ ପଲ, ବ୍ୟାପକ ଫସଲ ନଷ୍ଟ ଅଭିଯୋଗ

୭୫ ବର୍ଷରେ ବିକଳ୍ପହୀନ ନେତା ନବୀନ

୭୫ ବର୍ଷରେ ପାଦ ଦେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏଥର କୋରୋନା ସଂକ୍ରମଣ ପାଇଁ ଫିକା ପଡିବ ଜନ୍ମଦିନ।  

୭୫ ବର୍ଷରେ ବିକଳ୍ପହୀନ ନେତା ନବୀନ

ନୂଆଦିଲ୍ଲୀ: ଭାରତର ପ୍ରିୟମୁଖ୍ୟମନ୍ତ୍ରୀ, ଓଡିଶାର ମଉଡମଣୀ ନବୀନ ପଟ୍ଟନାୟକଙ୍କୁ ୭୪ ପୁରି ୭୫ ଚାଲିଲା। କିନ୍ତୁ ଏଥର ସବୁ ଫିକା କରି ଦେଇଗଲା କରୋନା। ମହାମାରୀ ସଂକ୍ରମଣକୁ ଦେଖି ଚଳିତବର୍ଷ ଜନ୍ମଦିନ ପାଳିବେ ନାହିଁ ବେଲି ନିଷ୍ପତ୍ତି ନେଇଛନ୍ତି। ନେତା, ମନ୍ତ୍ରୀ ଓ ଶୁଭେଚ୍ଛୁଙ୍କୁ ମଧ୍ୟ ନବୀନ ନିବାସକୁ ନଆସିବା ପାଇଁ ସେ ନିବେଦନ କରିଛନ୍ତି।

ନବୀନ ନିବାସ ସମେତ କୌଣସି ପାର୍ଟି ଅଫିସରେ ଜନ୍ମଦିନ ପାଳନ ହେବ ନାହିଁ। କିନ୍ତୁ ଏହି ଅବସରରେ ଲୋକେ ରକ୍ତଦାନ, ପ୍ଲାଜମା ଦାନ, ବୃକ୍ଷ ରୋପଣ, ଗରିବଙ୍କୁ ସେବା କରୁନ୍ତୁ ବୋଲି ନବୀନ କହିଛନ୍ତି। ସେପଟେ ସୋସିଆଲ ମିଡିଆରେ ରାଜ୍ୟ ଓ ରାଜ୍ୟ ବାହାରୁ ଛୁଟୁଛି ଶୁଭେଚ୍ଛାର ସୁଅ।

ଅଧିକ ପଢନ୍ତୁ: 'ଯଦି ନିର୍ବାଚନରେ ଆରଜେଡି ଜିତେ, ତାହାଲେ ବିହାରରେ ଆଶ୍ରୟ ନେବେ କାଶ୍ମୀର ଆତଙ୍କବାଦୀ'

ପରାଧୀନ ଭାରତରେ ଜନ୍ମ ଗ୍ରହଣ କରିଥିଲେ ଗତ ୨ ଦଶନ୍ଧି ଧରି ଓଡିଶାର ଶାସନ ଡୋରି ସମ୍ଭାଳିଥିବା ନବୀନ। ୧୯୪୬ ମସିହା ଅକ୍ଟୋବର ୧୬ ତାରିଖରେ ଭୁମିପୁତ୍ର ବିଜୁ ପଟ୍ଟନାୟକ ଓ ଜ୍ଞାନ ଦେବୀଙ୍କ ଘରେ ତାଙ୍କର ଜନ୍ମ। ରାଜନୀତିର ଅ ଅକ୍ଷର ଜାଣିନଥିବା ବ୍ୟକ୍ତି ଆଜି ରାଜନୀତିର ପୋକ। ଓଡିଆ ଭାଷା ନ ଜାଣି ବି ସେ ଓଡିଶାକୁ ୨୦ ବର୍ଷରୁ ଊର୍ଦ୍ଧ୍ୱ କାଳ ଶାସନ କରିଆସୁଛନ୍ତି।

ବିଜୁ ପଟ୍ଟନାୟକଙ୍କ ଦେହାନ୍ତ ପରେ ୧୯୯୭ରେ ରାଜନୀତିକୁ ଆସିଥିଲେ। ଆସ୍କା ଲୋକସଭା ଉପନିର୍ବାଚନରୁ ଆରମ୍ଭ ହୋଇଥିଲା ତାଙ୍କର ପଲିଟିକାଲ କ୍ୟାରିୟର। ପ୍ରଥମ ବିଜୟରେ ହିଁ ବିଜେପି ଅଧିନତ୍ୱ ଏନଡିଏ ସରକାରରେ ତାଙ୍କୁ ଇସ୍ପାତ ଓ ଖଣୀ ମନ୍ତ୍ରୀ କରାଯାଇଥିଲା। କିନ୍ତୁ ସଂସଦରେ ତାଙ୍କୁ ସନ୍ତୋଷ ମିଳିନଥିଲା। ଜନତା ଦଳ ୨ ଭାଗ ହେଲା ପରେ ନବୀନ ବିଜୁ ଜନତା ଦଳ (ବିଜେଡି) ନାମରେ ଆଞ୍ଚଳିକ ଦଳ ଗଠନ କରି ବିଜେପି ସହ ମେଣ୍ଟ କରିଥିଲେ।

୨୦୦୦ ଓଡିଶା ବିଧାନସଭା ନିର୍ବାଚନରେ ବିଜେଡିକୁ ବିପୁଳ ସମର୍ଥନ ମିଳିଲା। ଆଉ ପ୍ରଥମ ଥର ବିଜେପି ସହ ମେଣ୍ଟ କରି ନବୀନ ପଟ୍ଟନାକ ସରକାର ଗଠନ କଲେ। ପରବର୍ତ୍ତି ସମୟରେ ମେଣ୍ଟ ଭାଙ୍ଗିଗଲା ସତ, କିନ୍ତୁ ନବୀନ ଆଉ ପଛକୁ ଫେରି ଚାହିଁନାହାନ୍ତି। ସେବେ ଠାରୁ ଲଗାତାର ୫ ଥର ଓଡିଶାର ମୁଖ୍ୟମନ୍ତ୍ରୀ ହୋଇ ଆସିଛନ୍ତି। ତେବେ ସିକିମର ପୂର୍ବତନ ମୁଖ୍ୟମନ୍ତ୍ରୀ ଓ ପଶ୍ଟିମବଙ୍ଗର ପୂର୍ବତମ ମୁଖ୍ୟମନ୍ତ୍ରୀ ଜ୍ୟୋତି ବସୁଙ୍କ ପରେ ତୃତୀୟ ବ୍ୟକ୍ତି ଭାବେ ନବୀନ ୨୦ ବର୍ଷରୁ ଊର୍ଦ୍ଧ୍ୱ ସମୟ ମୁଖ୍ୟମନ୍ତ୍ରୀ ପଦରେ ରହିଛନ୍ତି।

ଅଧିକ ପଢନ୍ତୁ: କେବଳ ୨୫ ବିଧାୟକ ନୁହେଁ, ପୁରା କଂଗ୍ରେସକୁ କିଣିନେବେ ସିନ୍ଧିଆ

ନବୀନଙ୍କ ସବୁଠୁ ବଡ ସମ୍ପତ୍ତି ହେଉଛି ତାଙ୍କର ଭାବମୂର୍ତ୍ତି। ସାଧାରଣ ଜୀବନଶୈଳୀ, ଦୁର୍ନୀତି ବିରୋଧି ଆଭିମୁଖ୍ୟ ଓ ସ୍ପଷ୍ଟବାଦୀ ସ୍ୱଭାବ ତାଙ୍କୁ ଦେଶର ଜଣେ ଲୋକପ୍ରିୟ ରାଜନେତା କରିପାରିଛି। ଗତ ୨୦ ବର୍ଷରେ ରାଜ୍ୟର ଆର୍ଥିକ ଅବସ୍ଥା ସୁଦୃଢ କରିବା, ଅନାହାର ମୃତ୍ୟୁ ଦୂର କରିବା, ବିପର୍ଯ୍ୟଯ ମୁକାବିଲା, ଶିଳ୍ପ ପ୍ରତିଷ୍ଠା, ଐତିହ୍ୟ ଓ ପର୍ଯ୍ୟଟନ ସ୍ଥଳିର ବିକାଶ, ଦୁର୍ନୀତି ନିବାରଣ, ନାରୀ ସଶକ୍ତିକରଣ ପାଇଁ ଅନେକ ପଦକ୍ଷେପ ନେଇଛନ୍ତି। ଯାହା କାଳକ୍ରମେ ବିଶ୍ୱସ୍ଥରରେ ତାଙ୍କୁ ପ୍ରସଂଶାର ପାତ୍ର କରିଛି।

ପଞ୍ଚାଯୟତିରାଜ ଓ ଲୋକସଭାରେ ମହିଳାଙ୍କୁ ଏକତୃତୀୟାଂଶ ସିଟ ସଂରକ୍ଷଣ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ଦେଶରେ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଥିଲେ। ସେହିପରି ୫ମ ପାଳିରେ ନବୀନ ଅନେକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛନ୍ତି। ଯାହା ଲୋକପ୍ରିୟ ହେବା ସହ ସରକାରୀ ଯୋଜନାରେ ସ୍ୱଚ୍ଛତା ଆଣିଛି। ନବୀନଙ୍କ ନୂଆ ଅଭିଯାନ ମଧ୍ୟରେ ୫ଟି, ମୋ ସରକାର, ଶ୍ରୀକ୍ଷେତ୍ର ଓ ଏକାମ୍ର କ୍ଷେତ୍ର ନବୀକରଣ, ଏସସିବି ହସ୍ପିଟାଲ ସମ୍ପ୍ରସାରଣ ଅନ୍ୟତମ।

ଅଧିକ ପଢନ୍ତୁ: ବୃଦ୍ଧି ପାଉଛି ଡାଲି ଦର, ରୋଷେଇ ଘରୁ ଉଭାନ

କେବଳ ପ୍ରଶଂସା ନୁହେଁ ନବୀନ ସରକାରଙ୍କ ଉପରେ ଲାଗିଛି ଅନେକ ଅଭିଯୋଗ। ଦାଦନ ହେଉ କି ଦୁଷ୍କର୍ମ ସବୁଠି ଆଗୁଆ ଓଡିଶା। ନାରୀ ନିର୍ଯାତନାଠୁ ଆରମ୍ଭ କରି ସରକାରୀ କାମରେ ଦୁର୍ନୀତି ଯାଏ ସବୁଠି ରହିଛି ବିଜେଡି ନେତାଙ୍କ ହାତ। ସବୁବେଳେ ଜିରୋ ଟୋଲେରାନ୍ସର ଦୁହାଇ ଦେଉଥିବା ନବୀନଙ୍କ ଦଳ ବିଜେଡିରେ ଦାଗୀ ନେତାଙ୍କ ସଂଖ୍ୟା ବି କିଛି କମନୁହିଁ। ସଂସଦରେ ନିଜର ଦ୍ୱିମୁହାଁ ନୀତିକୁ ବି ନେଇ ଚର୍ଚ୍ଚାରେ ରହି ଆସିଛି ଓଡିଶା ସରକାର।