close

खास खबरें सिर्फ आपके लिए...हम खासतौर से आपके लिए कुछ चुनिंदा खबरें लाए हैं. इन्हें सीधे अपने मेलबाक्स में प्राप्त करें.

ଦୁର୍ନୀତି ପ୍ରତି ରାଜ୍ୟ ସରକାରଙ୍କ ଜିରୋ ଟଲରେନ୍ସ ! ଗଲାଣି ୫୯ ଜଣଙ୍କ ଚାକିରି

ଦୁର୍ନୀତି ପ୍ରତି ରାଜ୍ୟ ସରକାରଙ୍କ ଜିରୋ ଟଲରେନ୍ସ ନୀତି....ଦୁର୍ନୀତି ନିବାରଣ ସପ୍ତାହରେ ଏହାକୁ ଦୋହରାଇଲେ ମୁଖ୍ୟମନ୍ତ୍ରୀ...

 ଦୁର୍ନୀତି ପ୍ରତି ରାଜ୍ୟ ସରକାରଙ୍କ ଜିରୋ ଟଲରେନ୍ସ ! ଗଲାଣି ୫୯ ଜଣଙ୍କ ଚାକିରି
ଫାଇଲ ଫଟୋ

ଯଯାତି କେଶରୀ ମହାନ୍ତି, ଭୁବନେଶ୍ୱର: ଦୁର୍ନୀତି ନିବାରଣ ସପ୍ତାହରେ ମୁଖ୍ୟମନ୍ତ୍ରୀ ଦୁର୍ନୀତି ବିରୋଧରେ ଜିରୋ ଟଲରେନ୍ସ କଥା ଦୋହରାଇଛନ୍ତି । ଦୁର୍ନୀତିକୁ କେଉଁ ସ୍ତରରେ ପ୍ରଶୟ ଦିଆଯିବ ନାହିଁ ବୋଲି ରାଜ୍ୟସ୍ତରୀୟ ଉତ୍ସବରେ ଯୋଗଦେଇ ମୁଖ୍ୟମନ୍ତ୍ରୀ କହିଥିଲେ । ଭିଜିଲାନ୍ସ ବିଭାଗର ଉଦ୍ୟମରେ ବିଭିନ୍ନ ବିଦ୍ୟାଳୟରେ ଇଂଟିଗ୍ରୀଟି କ୍ଲବ ଖୋଲାଯାଇଛି । ଏହା ସହ ସଚେତନତା ଗ୍ରାମ ସଭା ମଧ୍ୟ ଅନୁଷ୍ଠିତ ହୋଇଛି । ଯେଉଁଥିରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଏବଂ ପଞ୍ଚାୟତିରାଜ ପ୍ରତିନିଧିଙ୍କୁ ସାମିଲ କରାଯାଇଛି । 

୨୦୧୯ ଅକ୍ଟୋବର ସୁଦ୍ଧା ଦୁର୍ନୀତି ସମ୍ପର୍କୀତ ୪୧୮ଜଣଙ୍କ ବିରୋଧରେ ୨୫୦ଟି ମାମଲା ରୁଜୁ ହୋଇଥିଲା । ଏଥିରେ ୩୪ଜଣ ପ୍ରଥମ ଶ୍ରେଣୀ ଅଧିକାରୀ ରହିଥିଲେ । ସେହିପରି ୨୪ଜଣ ଦ୍ୱିତୀୟ ଶ୍ରେଣୀ, ୨୩୫ଜଣ ତୃତୀୟ ଶ୍ରେଣୀ ଏବଂ ୫ଜଣ ଚତୁର୍ଥ ଶ୍ରେଣୀ କର୍ମଚାରୀ ସାମିଲ ଅଛନ୍ତି । ଏଥିରୁ ୫୨ଟି ଆୟ ବର୍ହିଭୂତ ମାମଲା ରହିଛି ଯେଉଁଥିରେ ୬୨କୋଟି ୮୩ଲକ୍ଷ ଟଙ୍କା ଜବତ ହୋଇଛି । ସେହିପରି ଚଳିତ ବର୍ଷ ୧୧୮ଟି ମାମଲାରୁ ୧୧୨ଟିରେ ଚାର୍ଜସିଟ୍ ହୋଇଛି । 

ଭିଜିଲାନ୍ସ ୧୫୯ଜଣଙ୍କୁ ଗିରଫ କରିଥିବା ବେଳେ ଏଥିରେ ୨୧ଜଣ ପ୍ରଥମ ଶ୍ରେଣୀ ଅଧିକାରୀ ଅଛନ୍ତି । ୫୯ଜଣ ସରକାରୀ କର୍ମଚାରୀ ଏଥର ଦୋଷୀ ସାବ୍ୟସ୍ତ ହୋଇଛନ୍ତି । ଏହି ସମୟ ମଧ୍ୟରେ ୫୯ଜଣ ସରକାରୀ କର୍ମଚାରୀଙ୍କୁ ଚାକିରୀରୁ ବାହାର କରାଯାଇଥିବା ବେଳେ ୧୪ଜଣ ଅବସରପ୍ରାପ୍ତ କର୍ମଚାରୀଙ୍କ ପେନସନ ବନ୍ଦ କରାଯାଇଛି । ଜିରୋ ଟଲରେନ୍ସକୁ ଆଗକୁ ମଧ୍ୟ କଡ଼ାକଡ଼ି ପାଳନ କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । 

ଦେଶରେ ପ୍ରଥମ କରି ରାଜ୍ୟରେ ପ୍ରତିଷ୍ଠା ହୋଇଥିବା ଭିଜିଲାନ୍ସ ଏକାଡ଼େମୀ ଦୁର୍ନୀତି ରୋକିବାରେ ଖୁବ୍ ସହାୟକ ହେଉଛି ବୋଲି ଭିଜିଲାନ୍ସ ନିର୍ଦ୍ଦେଶକ କହିଛନ୍ତି । ଏହି ଅବସରରେ ଭଲ କାମ କରିଥିବା ଅଫିସରଙ୍କୁ ପୁରସ୍କୃତ କରାଯିବା ସହିତ ଦୁର୍ନୀତି ନିବାରଣ ସଚେତନତା ପାଇଁ ବିଭିନ୍ନ ପ୍ରତିଯୋଗିତାରେ କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଛି ।