• ଚାଷୀ ଟ୍ରାକ୍ଟର ରାଲି: ତଦନ୍ତ ଆରମ୍ଭ କଲା ଦିଲ୍ଲୀ ପୋଲିସ
  • ବର୍ଷ ୨୦୨୧ରେ ଭାରତର ଆର୍ଥିକ ଅଭିବୃଦ୍ଧି ୧୧.୫ ପ୍ରତିଶତ ହେବ: IMF
  • ୱାର୍ଲଡ୍ ଇକୋନୋମିକ୍ ଆଉଟଲୁକ୍ ଅପଡେଟରେ ପ୍ରକାଶ ପାଇଛି, IMFର ଅନୁମାନ
  • ବର୍ଷ ୨୦୨୧ରେ ଦୁଇଅଙ୍କ ବିଶିଷ୍ଟ ଅଭିବୃଦ୍ଧି ହାସଲ କରିବାରେ ଭାରତ ବିଶ୍ୱର ଏକ ମାତ୍ର ଦେଶ
  • ବର୍ଷ ୨୦୨୧ରେ ଚାଇନାର ଆର୍ଥିକ ଅଭିବୃଦ୍ଧି ୮.୧ ପ୍ରତିଶତ ହେବ
  • ଆଜିଠାରୁ ପୁରୀ ସେବାୟତଙ୍କ କୋଭିଡ ଟେଷ୍ଟ
  • ଡାକ୍ତରଖାନାରେ ପୁଣି ଭର୍ତ୍ତି ହେଲେ ବିସିସିଆଇ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି । ଛାତିରେ ଯନ୍ତ୍ରଣା ହେବାରୁ ଡାକ୍ତରଖାନାରେ ଭର୍ତ୍ତି ।
  • ନିକଟରେ ସେ ଡାକ୍ତରଖାନାରୁ ସୁସ୍ଥ ହୋଇ ଫେରିଥିଲେ ।

ଆଜି ଆକାଶମାର୍ଗରୁ ‘ବୁଲବୁଲ’ ପ୍ରଭାବିତ ଜିଲ୍ଲା ଦେଖିବେ ମୁଖ୍ୟମନ୍ତ୍ରୀ

ଦିଲ୍ଲୀରୁ ଫେରିବା ପରେ ମୁଖ୍ୟମନ୍ତ୍ରୀ  ଆକାଶ ମାର୍ଗରୁ  ସ୍ଥିତି ପରଖିବେ । ଆକାଶମାର୍ଗରୁ ସ୍ଥିତି ପରଖିବା ପରେ ସନ୍ଧ୍ୟାରେ ଲୋକସେବା ଭବନରେ ଏହାର ସମୀକ୍ଷା କରିବେ। ବରିଷ୍ଠ ଅଧିକାରୀ ଓ ପ୍ରଭାବିତ ଜିଲ୍ଲାର ଜିଲ୍ଲାପାଳ ମାନେ ବୈଠକରେ  ସାମିଲ ହେବେ ।

ଆଜି ଆକାଶମାର୍ଗରୁ ‘ବୁଲବୁଲ’ ପ୍ରଭାବିତ ଜିଲ୍ଲା ଦେଖିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଆଜି ସାମୁଦ୍ରିକ ବାତ୍ୟା ‘ବୁଲବୁଲ’ ଦ୍ୱାରା ପ୍ରଭାବିତ ୫ଟି ଜିଲ୍ଲାର ସ୍ଥିତି ଆକାଶ ମାର୍ଗରୁ ଅନୁଧ୍ୟାନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏନେଇ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ତରଫରୁ ସୂଚନା ଦିଆଯାଇଛି । ଦିଲ୍ଲୀରୁ ଫେରିବା ପରେ ମୁଖ୍ୟମନ୍ତ୍ରୀ  ଆକାଶ ମାର୍ଗରୁ  ସ୍ଥିତି ପରଖିବେ । ଆକାଶମାର୍ଗରୁ ସ୍ଥିତି ପରଖିବା ପରେ ସନ୍ଧ୍ୟାରେ ଲୋକସେବା ଭବନରେ ଏହାର ସମୀକ୍ଷା କରିବେ। ବରିଷ୍ଠ ଅଧିକାରୀ ଓ ପ୍ରଭାବିତ ଜିଲ୍ଲାର ଜିଲ୍ଲାପାଳ ମାନେ ବୈଠକରେ  ସାମିଲ ହେବେ ।

ସୂଚନା ଅନୁସାରେ ବୁଲବୁଲ ଯୋଗୁଁ ଏହି ମାସ  ୮ ଓ ୯ ତାରିଖ ଉପକୂଳ ଓଡ଼ିଶାର ବିଭିନ୍ନ ଅଞ୍ଚଳରେ  ପ୍ରବଳ ବର୍ଷା ହୋଇଛି । ବର୍ଷା ସହିତ ପବନ ଯୋଗୁଁ ଲକ୍ଷାଧିକ ଲୋକ ପ୍ରଭାବିତ ହୋଇଛନ୍ତି । ସେହିପରି ବ୍ୟାପକ ପରିମାଣରେ ଖରିଫ ଫସଲ ନଷ୍ଟ ହୋଇଛି। ପବନ ଯୋଗୁଁ ପ୍ରାୟ ୫ ହଜାର ଘର ମଧ୍ୟ ନଷ୍ଟ ହୋଇଥିବା ଅନୁମାନ କରାଯାଉଛି। ସେହିପରି ଅନେକ ସ୍ଥାନରେ ବିଦ୍ୟୁତ ସରବରାହ ବନ୍ଦ ରହିଛି ।