ବିଜୁ ପଟ୍ଟନାୟକଙ୍କ ମୂଳ ମନ୍ତ୍ର କ'ଣ ଥିଲା, ସେକଥା ମନେ ପକାଇଛନ୍ତି ନବୀନ ।
Trending Photos
)
ଭୁବନେଶ୍ୱର: ଆଜି ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୨୩ ତମ ପୁଣି ତିଥି । ଦେଶ ପାଇଁ ବିଜୁ ବାବୁଙ୍କ ଅବଦାନ ଅତୁଳନୀୟ । ଲୋକଙ୍କ ସେବାରେ ନିଜ ଜୀବନକୁ ଉତ୍ସର୍ଗ କରିଥିଲେ ବିଜୁ ପଟ୍ଟନାୟକ । ତେବେ ଏହି ପ୍ରବାଦ ପୁରୁଷଙ୍କ ପୁଣ୍ୟ ତିଥିରେ ଟ୍ୱିଟ କରି ଶ୍ରଦ୍ଧାଞ୍ଜଳି ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।
ବିଜୁ ପଟ୍ଟନାୟକଙ୍କ ମୂଳ ମନ୍ତ୍ର କ'ଣ ଥିଲା, ସେକଥା ମନେ ପକାଇଛନ୍ତି ନବୀନ । ନିଜ ଟ୍ୱିଟରେ କହିଛନ୍ତି, ''ସବୁବେଳେ ଲୋକଙ୍କ ସହ ରହିବା ଏବଂ ପ୍ରତ୍ୟେକ ଲୋକର କଲ୍ୟାଣ ଓ ଉନ୍ନତି ପାଇଁ କାମ କରିବା ବିଜୁ ବାବୁଙ୍କ ମନ୍ତ୍ର ଥିଲା । ଯାହା ଲୋକଙ୍କ ସେବା ପାଇଁ ସର୍ବଦା ଆମକୁ ଅନୁପ୍ରାଣିତ କରିଆସିଛି। ''
ସବୁବେଳେ ଲୋକଙ୍କ ସହ ରହିବା ଏବଂ ପ୍ରତିଟି ଲୋକର କଲ୍ୟାଣ ଓ ଉନ୍ନତି ପାଇଁ କାର୍ଯ୍ୟ କରିବା ବିଜୁ ବାବୁଙ୍କ ମନ୍ତ୍ର ଥିଲା; ଯାହା ଲୋକଙ୍କ ସେବା ପାଇଁ ସର୍ବଦା ଆମକୁ ଅନୁପ୍ରାଣିତ କରିଆସିଛି। ସେହି ମହାନ ପୁଣ୍ୟାତ୍ମା, ଓଡ଼ିଶାର ବରପୁତ୍ର, ମହାନ ଜନନାୟକ ବିଜୁ ପଟ୍ଟନାୟକଙ୍କ ତିରୋଧାନ ଦିବସରେ ବିନମ୍ର ଶ୍ରଦ୍ଧାଞ୍ଜଳି ଜଣାଉଛି। pic.twitter.com/yB7aOsxgcF
— Naveen Patnaik (@Naveen_Odisha) April 17, 2020
ଏଠାରେ କହିରଖୁଛୁ, କରୋନା ଯୋଗୁ ଲକଡାଉନ୍ ଘୋଷଣା ହୋଇଥିବାରୁ ବିଜୁ ବାବୁଙ୍କ ପୁଣ୍ୟ ତିଥିକୁ ନିରାଡ଼ମ୍ବର ଭାବେ ପାଳନ କରିବାକୁ ଆଗୁଆ ଅନୁରୋଧ କରାଯାଇଥିଲା । କାହିଁକିନା ବର୍ତ୍ତମାନ ପରିସ୍ଥିତିରେ ସମାଜିକ ଦୂରତ୍ୱ ନିହାତି ଆବଶ୍ୟକ । ତେବେ ବିଜେଡି ପକ୍ଷରୁ କିଛି ସ୍ଥାନରେ ଜୀବନବିନ୍ଦୁ କାର୍ଯ୍ୟକ୍ରମ ଆଜି ଅନୁଷ୍ଠିତ ହେଉଛି ।