ମଧୁବାବୁଙ୍କ ଶ୍ରାଦ୍ଧ ଦିବସରେ ଶ୍ରଦ୍ଧାଞ୍ଜଳି ସଭା
Advertisement

ମଧୁବାବୁଙ୍କ ଶ୍ରାଦ୍ଧ ଦିବସରେ ଶ୍ରଦ୍ଧାଞ୍ଜଳି ସଭା

ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ୮୬ତମ ଶ୍ରାଦ୍ଧ ଦିବସ ଉପଲକ୍ଷେ ବିଧାନସଭା ପରିସରରେ ଏକ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଛି । 

ଫାଇଲ ଫଟୋ

ଯଯାତୀ ମହାନ୍ତି, ଭୁବନେଶ୍ୱର: ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ୮୬ତମ ଶ୍ରାଦ୍ଧ ଦିବସ ଉପଲକ୍ଷେ ବିଧାନସଭା ପରିସରରେ ଏକ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜଭବନ ଛକରେ ଥିବା ମଧୁବାବୁଙ୍କ ପ୍ରତିମୂ୍ତ୍ତିରେ ମାଲ୍ୟାର୍ପଣ କରିବା ପରେ ବିଧାନସଭା ପରିସରରେ ମଧୁବାବୁଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ପ୍ରଦାନ କରିବା ସହ ଶ୍ରଦ୍ଧାଞ୍ଜଳି ସଭାରେ ଯୋଗ ଦେଇଥିଲେ । 

ବାଚସ୍ପତିଙ୍କ ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଶ୍ରାଦ୍ଧୋତ୍ସବରେ ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ ଆରୁଖ, ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଯେନା, ରାଜସ୍ୱ ମନ୍ତ୍ରୀ ସୁଦାମ ମାରାଣ୍ଡିଙ୍କ ସହ ଅନେକ ବିଧାୟକ ଯୋଗ ଦେଇଥିଲେ । ଏଥିରେ ମଧୁବାବୁଙ୍କ ଓଡ଼ିଶା ଗଠନରେ ଭୂମିକା ଏବଂ ତାଙ୍କ ଆଦର୍ଶ ବିଷୟରେ ସ୍ମୃତି ଚାରଣ କରାଯାଇଥିଲା ।