ଜନତାଙ୍କ ନିକଟତର ହେବା ପାଇଁ ପ୍ରୟାସ: ସୁଧାଂଶୁ ଷଡ଼ଙ୍ଗୀ

ଟ୍ୱିନ୍ ସିଟି କମିଶନରେଟ୍ ପୋଲିସର  ଦ୍ୱାଦଶ ପ୍ରତିଷ୍ଠା ଦିବସ  ପାଳିତ ହୋଇଛି

ଜନତାଙ୍କ ନିକଟତର ହେବା ପାଇଁ ପ୍ରୟାସ: ସୁଧାଂଶୁ ଷଡ଼ଙ୍ଗୀ

ଭୁବନେଶ୍ୱର:  ଟ୍ୱିନ୍ ସିଟି କମିଶନରେଟ୍ ପୋଲିସର  ଦ୍ୱାଦଶ ପ୍ରତିଷ୍ଠା ଦିବସ  ପାଳିତ ହୋଇଛି । ଭୁବନେଶ୍ୱର ସପ୍ତମ ବାଟାଲିୟନ ପଡ଼ିଆରେ ଅନୁଷ୍ଠିତ ହୋଇଛି ପ୍ରତିଷ୍ଠା ଦିବସ। ଡିଜିପି ଅଭୟ ଏହାକୁ ଉଦଘାଟନ କରିଥିଲେ। ପୋଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀ ନିଜ ସଂକ୍ଷିପ୍ତ ଅଭିଭାଷଣରେ ବରିଷ୍ଠ ନାଗରିକଙ୍କୁ ଗୁରୁତ୍ବ, ମହିଳା ସଶକ୍ତିକରଣ, ଟ୍ରାଫିକ୍ ପରିଚାଳନା, ମୋ ସରକାରର କାର୍ଯ୍ୟକାରିତା  ସହ ଜନତାଙ୍କ ନିକଟତର ହେବା ପାଇଁ ପ୍ରୟାସ ଉପରେ ଗୁରୁତ୍ୱାରୋପ କରିଥିଲେ। ଏଥିସହ ପୋଲିସ କମିସନରେଟ୍ ପୋଲିସ କାର୍ଯ୍ୟାଳୟର ନାମ ବଦଳିବା ନେଇ ମଧ୍ୟ ଉଲ୍ଲେଖ କରିଥିଲେ। ଏହାକୁ ପୋଲିସ ସେବା ଭବନ ନାଁରେ ନାମିତ କରାଯିବ। 

ଏଥିସହ ଟ୍ୱିନ ସିଟିରେ ପ୍ରତିଷ୍ଠା ହେବ ୟୁନିଫାଏଡ କଣ୍ଟ୍ରୋଲ ରୁମ୍ । ତ୍ୱରିତ ଓ ଜରୁରୀକାଳୀନ ସେବା ଯୋଗାଇ ଦେବାକୁ ପ୍ରତିଷ୍ଠା ହେବ ଏହି କଣ୍ଟ୍ରୋଲ ରୁମ୍ । ୨୦୦୮ରେ ପ୍ରଥମ କରି କଟକ ଭୁବନେଶ୍ୱର ଟ୍ୱିନ ସିଟିରେ ଆରମ୍ଭ ହୋଇଥିଲା କମିଶନରେଟ୍ ପୋଲିସ୍ ବ୍ୟବସ୍ଥା । ଦୁଇ ସହର ବାସୀଙ୍କୁ  ଉନ୍ନତ ଓ ଆଧୁନିକ ମାନର  ସେବା ଯୋଗାଇ ଦେବା ଲକ୍ଷ୍ୟରେ ଆରମ୍ଭ ହୋଇଥିଲା କମିଶନରେଟ ପୋଲିସ ବ୍ୟବସ୍ଥା । ଏହି ୧୨ ବର୍ଷ ଭିତରେ କମିଶନରେଟ୍ ପୋଲିସ୍ ଜାତୀୟ ସ୍ତରରେ ମଧ୍ୟ ଖୁବ୍  ପ୍ରସଂଶା  ସାଉଁଟିଛି।

 

Tags: