ରିମାଣ୍ଡରେ ହାଇଟେକ ଲୁଟେରା, ଏଟିଏମ ଲୁଟର ଗୁମର ଖୋଲିବ କମିଶନରେଟ ପୋଲିସ
Advertisement

ରିମାଣ୍ଡରେ ହାଇଟେକ ଲୁଟେରା, ଏଟିଏମ ଲୁଟର ଗୁମର ଖୋଲିବ କମିଶନରେଟ ପୋଲିସ

ସାରା ଭାରତରେ ବୁଲି ବୁଲି ଲୁଟିଥିଲେ। ଲୁଟ ଟଙ୍କାରେ କରୁଥିଲେ ମଉଜ। ବିମାନରେ ଉଡୁଥିଲେ, ହୋଟେଲରେ ଉଡାଉଥିଲେ। ସାଜି ଥିଲେ ବଲିଉଡ ସିନେମାର ହାଇଟେକ୍ ଚୋର। ହେଲେ ଏବେ ପୋଲିସ ହାତରେ ସଉକିଆ ହାଇଟେକ୍ ଲୁଟେରା ଧରା ପଡିଛନ୍ତି।

  • ୧. ଓଡିଶାକୁ କେମିତି ଆସିଥିଲେ ଏହି ୨ ଜଣ ? 
  • ୨. କେବଳ ପିଏନବିର ଏହି ଏଟିଏମକୁ କାହିଁକି ଟାର୍ଗେଟ କଲେ ? 
  • ୩. ଟାର୍ଗେଟ ପରେ ଲୁଟ ପାଇଁ କେମିତି ପ୍ରସ୍ତୁତ ହୋଇଥିଲେ ?
  • ୪. ଏତେ ପରିମାଣର ଟଙ୍କା ନେଇ କରିଲେ କଣ ?
  • ୫. ଟଙ୍କା ନେଇ କଲେ କଣ , କେଉଁଠି ବିନିଯୋଗ କରିଛନ୍ତି ?
  • ୬. ସଂପୂର୍ଣ୍ଣ କେତେ ଟଙ୍କା ଲୁଟ କରିଛନ୍ତି ?
  • ୭. କମ୍ ପାଠ ପଢିଥିଲେ ବି କୌଶଳ କେମିତି ପାଇଲେ ? 
  • ୮. ଲୁଟ ପରେ ଏତେ ପରିମାଣର ନଗଦ ଟଙ୍କା ନେଇ ଏୟାରପୋର୍ଟରେ କେମିତି ପ୍ରବେଶ କଲେ ଓ ଫ୍ଲାଇଟରେ ଗଲେ  ତାହାର ହେବ ତଦନ୍ତ।

Trending Photos

ରିମାଣ୍ଡରେ ହାଇଟେକ ଲୁଟେରା, ଏଟିଏମ ଲୁଟର ଗୁମର ଖୋଲିବ କମିଶନରେଟ ପୋଲିସ

ରାଜେଶ ସାମନ୍ତରାୟ,ଭୁବନେଶ୍ୱର: ଦେଶର ବିଭିନ୍ନ ସ୍ଥାନରେ ହାଇଟେକ୍ ଉପାୟରେ ଏଟିଏମ କାଟି ଲୁଟପାଟ କରୁଥିବା ୨ ଲୁଟେରା ଏବେ କମିସନରେଟ ପୋଲିସ (Commissionerate Police) ରିମାଣ୍ଡରେ। ଶନିବାର ଠାରୁ ପୋଲିସ ସେମାନଙ୍କୁ ରିମାଣ୍ଡରେ ନେବା ପରେ ତଦନ୍ତ ଆରମ୍ଭ କରିଛି। ପ୍ରଥମେ ଲୁଟ ପାଟ ଘଟଣାର ସିନ୍ ରିକ୍ରିଏଟ କରି ଲାଇଭ ଲୁଟ ଡେମୋ ଦେଖିଛି ପୋଲିସ। ଏହା ସହ ମୋଟ ୮ ଦିଗରେ ଗଭୀର ତଦନ୍ତ କରୁଛି ଟିମ୍। କାରଣ ଏହି ଲୁଟେରା ଯେଉଁ ଭଳି ଢଙ୍ଗରେ ଏଟିଏମ ଲୁଟ କରି  ବିମାନରେ ମୋଟ ୨୭ ଲକ୍ଷ ନେଇ ଉଡିଗଲେ ତାହାର ରହସ୍ୟ ଖୋଜୁଛି ପୋଲିସ। 

ସାରା ଭାରତରେ ବୁଲି ବୁଲି ଲୁଟିଥିଲେ। ଲୁଟ ଟଙ୍କାରେ କରୁଥିଲେ ମଉଜ। ବିମାନରେ ଉଡୁଥିଲେ, ହୋଟେଲରେ ଉଡାଉଥିଲେ। ସାଜି ଥିଲେ ବଲିଉଡ ସିନେମାର ହାଇଟେକ୍ ଚୋର। ହେଲେ ଏବେ ପୋଲିସ ହାତରେ ସଉକିଆ ହାଇଟେକ୍ ଲୁଟେରା ଧରା ପଡିଛନ୍ତି। ଦିନେ ଓଲା ଡ୍ରାଇଭର ଭାବେ କାମ କରୁଥିବା ଜାଫର ସିଦ୍ଦିକି, ସମରଜିତ୍ ସିଂ ଏବେ ଭାରତର ଅନ୍ୟତମ ମୋଷ୍ଟ ୱାଣ୍ଟେଡ୍ ଏଟିଏମ ଲୁଟେରା (ATM Lootera) । ଜାଫର ସିଦ୍ଦିକି ମାତ୍ର ନବମ ପାଠ ପଢିଥିବା ବେଳେ ସମରଜିତ୍ ଦ୍ୱାଦଶ ପର୍ଯ୍ୟନ୍ତ ପାଠପଢିଛି। ତଥାପି ଏତେ ସଫଳତାର ସହ ଏଟିଏମ୍ ଭଳି ହାଇଟେକ୍ ମେସିନ ଲୁଟ କରିବାରେ କେମିତି ଏହି ୨ ଜଣ ସିଦ୍ଧହସ୍ତ ଥିଲେ ତାହାର ରହସ୍ୟ ଖୋଳିବ ସ୍ପେଶାଲ ସ୍କାଡ୍ ।

ପୋଲିସ ଏହି ୨ ପାର୍ଟନରଙ୍କୁ ଆଜି ଠୁ ୩ ଦିନିଆ ରିମାଣ୍ଡରେ ଖୋଳତାଡ ଆରମ୍ଭ କରିଛି। ବିଶେତଃ ପୋଲିସ ୮ଟି ଦିଗ ଉପରେ ତଦନ୍ତ କରିବ। ସେପଟେ ଏହି ୨ ଜଣଙ୍କୁ ନେଇ ଆଜି ପୋଲିସ ଲୁଟ୍ ଏଟିଏମ ଭିତରେ ସିନ୍ ରିକ୍ରିଏଟ ବା ଦୃଶ୍ୟ ପୁନଃର୍ବାର ତିଆରି କରିଛି। ଉଭୟଙ୍କୁ ନେଇ ଏକ ସ୍ପୋଶାଲ ଟିମ୍ ଏଟିଏମ ଭିତରେ ପ୍ରବେଶ କରିଥିଲା। ସେଠାରେ ୨ ଜଣ କେମିତି ଲୁଟ କରିଥିଲେ ତାହାର ଡୋମୋ ଦେଖାଇଥିଲେ। ପ୍ରାୟ ୨୦ ମିନିଟ କାଳ ସେମାନେ ଲୁଟର ଲାଇଭ୍ ଡେମୋ ଦେଖାଇ ଥିଲେ। 

ଏଟିଏମରୁ ୨୭ ଲକ୍ଷ  ଲୁଟ ପରେ ଲୁଟେରା ବ୍ୟବହାର କରିଥିବା ଗ୍ୟାସ କଟର ସହ ସିଲିଣ୍ଡର ୧୦୦ ମିଟର ଦୂରରେ ଥିବା ଏକ ଅଳିଆ ଗଦାରେ ଫୋପାଡି ଦେଇଥିଲେ। ସେଠାରେ ପୋଲିସ ପହଞ୍ଚି ସିନ୍ ରିକ୍ରିଏଟ କରାଇଛି। ୨ ଜଣ ଲୁଟେରା ଏହାର ଡେମୋ ଦେଖାଇଛନ୍ତି। ଅନ୍ତିମ ପର୍ଯାୟ ସିନ୍ ରିକ୍ରିଏଟ ଥିଲା ପୋଲିସ ପାଇଁ ଗୁରୁତ୍ବପୂର୍ଣ୍ଣ। କାରଣ ଗ୍ୟାସ କଟରରେ କାଟି ବେଳେ କିଛି ଟଙ୍କା ପୋଡି ଯାଇଥିଲା। ଯାହାକୁ ସେମାନେ ପଟିଆ କେନାଲରେ ଫୋପାଡି ଦେଇଥିଲେ। ସେ ଟଙ୍କାକୁ କେନାଲରେ ଫୋପାଡି ଦେଇ ଫେରାର ହୋଇ ଯାଇଥିଲେ। ଉଭୟେ ଦେଶର ୪ଟି ସହରର ୬ଟି ସ୍ଥାନରୁ ପ୍ରାୟ ୧ କୋଟି ଟଙ୍କା ଠକି ନେଇଛନ୍ତି। ବାଙ୍ଗାଲୋରରୁ ୨ଟି ହାଇଦ୍ରାବାଦରୁ ୨ଟି, ବିଶାଖାପଟ୍ଟନମରୁ ଓ ଭୁବନେଶ୍ବରର ଗୋଟିଏ ଲେଖାଁଏ ଏଟିଏମ ଲୁଟ କରିଛନ୍ତି।