• ନିର୍ବାଚନୀ ପଶାପାଲିରେ ଗେମ ଚେଞ୍ଜର ବେଣୁ !
  • ବାଲେଶ୍ୱର ଉପନିର୍ବାଚନ: ସ୍ୱାଧୀନ ପ୍ରାର୍ଥୀ ବେଣୁଧର ବାରିକଙ୍କ ପାଇଁ ପ୍ରଚାର ମୈଦାନକୁ ଓହ୍ଲାଇବେ ରାଣୀ ପଣ୍ଡା
  • ଆଜି IPLରେ ଦୁଇଟି ମ୍ୟାଚ ଖେଳାଯିବ
  • IPL 2020: ଅପରାହ୍ଣ ସାଢେ ୩ଟାରେ ଦିଲ୍ଲୀ ଓ କୋଲକାତା ମଧ୍ୟରେ ପ୍ରଥମ ମ୍ୟାଚ ଖେଳାଯିବ
  • IPL 2020: ସନ୍ଧ୍ୟା ସାଢେ ୭ଟାରେ ପଞ୍ଜାବ ହାଇଦ୍ରାବାଦ ମୁହାଁମୁହିଁ ହେବେ
  • କୋରୋନାକୁ ନେଇ ଚେତାବନୀ ଜାରି କଲା WHO
  • କାମାକ୍ଷାନଗର-ପଶ୍ଚିମାଞ୍ଚଳ ରେଞ୍ଜ ସୋଗର ଗ୍ରାମରେ ୨୨ଟିକିଆ ହାତୀ ପଲ, ବ୍ୟାପକ ଫସଲ ନଷ୍ଟ ଅଭିଯୋଗ

'ଦାଦାବଟି କୁ ନା'

ଡିସିପି ପ୍ରତି ୭ ଦିନରେ ଏହାର ସମୀକ୍ଷା କରିବେ ଓ ଅତିରିକ୍ତ କମିଶନର ୧୫ ଦିନରେ ଏହାର ସମୀକ୍ଷା କରିବେ । ଆସନ୍ତା ସୋମବାର ଠାରୁ ଏକ ସ୍ୱତନ୍ତ୍ର ହେଲ୍ପ ଲାଇନ କାମ କରିବ ।

'ଦାଦାବଟି କୁ ନା'

ଶାନ୍ତସ୍ୱରୂପ ରାଉତ, ଭୁବନେଶ୍ୱର: 'ଦାଦାବଟି କୁ ନା' ।  କମିଶନରେଟ୍ ପୋଲିସ ପକ୍ଷରୁ ଆରମ୍ଭ କରାଯାଇଛି ଏହି ନୂଆ କାର୍ଯ୍ୟକ୍ରମ । ଟ୍ୱିନ ସିଟିରେ ଆଦାୟ ହେଉଥିବା ବଟିକୁ ବନ୍ଦ କରିବା ପାଇଁ ଏଭଳି କାର୍ଯ୍ୟକ୍ରମ ଆରମ୍ଭ କରିାଯାଇଛି । ଏଥି ପାଇଁ ଅତିରିକ୍ତ ପୋଲିସ କମିଶନରଙ୍କ ନେତୃତ୍ୱରେ ଆଣ୍ଟି ଆକ୍ସନ ଟାସ୍କ ଫୋର୍ସ ଗଠନ କରାଯାଇଛି । ଦାଦା ବଟି ରୋକିବା ପାଇଁ ଥାନା ଓ ଡିସିପିଙ୍କ ସ୍ତରରେ ବଟି ଦେଉଥିବା ଲୋକଙ୍କ ସହ ବୈଠକ ହେବ । କେହି ବଟି ମାଗିଲେ ବଟି ନ ଦେବାକୁ ଅନୁରୋଧ କରାଯିବ । 

ଡିସିପି ପ୍ରତି ୭ ଦିନରେ ଏହାର ସମୀକ୍ଷା କରିବେ ଓ ଅତିରିକ୍ତ କମିଶନର ୧୫ ଦିନରେ ଏହାର ସମୀକ୍ଷା କରିବେ । ଆସନ୍ତା ସୋମବାର ଠାରୁ ଏକ ସ୍ୱତନ୍ତ୍ର ହେଲ୍ପ ଲାଇନ କାମ କରିବ । ଯେଉଁମାନେ ପୋଲିସକୁ ସହଯୋଗ କରିବେ ତାଙ୍କ ନା ଗୋପନ ରଖାଯାଇ ପୁରସ୍କୃତ କରାଯିବ । 

ସେହିପରି ବଟି ଆଦାୟ କରୁଥିବା ଲୋକଙ୍କ ତାଲିକା ଥାନା ଅଧିକାରୀମାନେ କରିବେ । ସେମାନେ ଏବେ କଣ କରୁଛନ୍ତି ତାହାର ସମୀକ୍ଷା ମଧ୍ୟ କରାଯିବ । ଯେଉଁମାନେ ଗିରଫ ହେବେ ସେମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ସହ ଆବଶ୍ୟକ ହେଲେ ଜାତୀୟ ନିରାପତ୍ତା ଆଇନର ଅନ୍ତର୍ଭୁକ୍ତ କରାଯିବ । ଗ୍ୟାଙ୍ଗଷ୍ଟାର ମାନଙ୍କ ଜାମିନ ଖାରଜ ସହ ଶୀଘ୍ର ଟ୍ରାଏଲ ପାଇଁ ଆମେ ସରକାରୀ ଓକିଲଙ୍କ ସହ ଆଲୋଚନା କରିଛୁ ବୋଲି କହିଛନ୍ତି ପୋଲିସ କମିଶନର ।