ପୋଲିସ କମିଶନର ସୁଧାଶୁଂ ଷଡ଼ଙ୍ଗୀଙ୍କ ନାମରେ ସଙ୍ଗୀନ ଅଭିଯୋଗ
Trending Photos
ଚନ୍ଦନ ପାଇକରାୟ, ଭୁବନେଶ୍ୱର: ବଦଳୁନି ପୋଲିସର ବ୍ୟବହାର । ଭଲ ବ୍ୟବହାର କରିବା ପାଇଁ ପୋଲିସକୁ ପାଠ ପଢାଉଥିବା ପୋଲିସ ବାବୁ ହିଁ ଖରାପ ବ୍ୟବହାର କରୁଥିବା ଅଭିଯୋଗ ହୋଇଛି । ପୋଲିସ କମିଶନର ସୁଧାଶୁଂ ଷଡ଼ଙ୍ଗୀଙ୍କ ନାମରେ ଏଭଳି ସଙ୍ଗୀନ ଅଭିଯୋଗ ଆଣିଛନ୍ତି ଜଣେ ବ୍ୟବସାୟୀ । ଏପରିକି କମିଶନରଙ୍କ ବିରୋଧରେ କ୍ୟାପିଟାଲ ଥାନାରେ ଏତଲା ମଧ୍ୟ ଦାୟର ହୋଇଛି । ଅଭିଯୋଗ ଅନୁସାରେ ସଂପୃକ୍ତ ବ୍ୟବସାୟୀ ତାଙ୍କ ଅଭିଯୋଗ ନେଇ ପୋଲିସ କମିଶନରଙ୍କ ନିକଟକୁ ଯାଇଥିଲେ । ହେଲେ ତାଙ୍କ କଥା ଶୁଣିବା ତ ଦୂରର କଥା ଓଲଟି ତାଙ୍କୁ ଗାଳି କରି ଧକ୍କା ମାରି ବାହାର କରିଦେଇଥିବା ଅଭିଯୋଗ କରିଛନ୍ତି । ଏ ନେଇ କ୍ୟାପିଟାଲ ଥାନାରେ ଏତଲା ଦାୟର କରିଛନ୍ତି । ଅପର ପକ୍ଷରେ ଏଭଳି କୌଣସି କାର୍ଯ୍ୟ କରିନଥିବା କହିଛନ୍ତି ପୋଲିସ କମିଶନର । ସଠିକ ଫୋରମରେ ଆସି ତାଙ୍କୁ ଦେଖା ନ କଲେ ସେ ଅଭିଯୋଗ ଗ୍ରହଣ କରିପାରିବେ ନେହିଁ ବୋଲି କହିଛନ୍ତି ।
କେବେବି ବଦଳିବନି ପୋଲିସର ବ୍ୟବହାର । ସବୁ ଚେଷ୍ଟା ପରେ ମଧ୍ୟ ପିପ୍ୟୁଲ୍ସ ଫ୍ରେଣ୍ଡଲି ହୋଇ ପାରିବନି କମିଶନରେଟ ପୋଲିସ । କାରଣ ଏଠି କମିଶନରେଟ ପୋଲିସ ମୁଖିଆଙ୍କ ବ୍ୟବହାର ନେଇ ଉଠିଛି ପ୍ରଶ୍ନ । ଖୋଦ ପୋଲିସ କମିଶନର ଦୁର୍ବବ୍ୟବହାର କରିଥିବା ନେଇ ଥାନାରେ ଏତଲା । ପୋଲିସ କମିଶନର ସୁଧାଶୁଂ ଷଡଙ୍ଗୀ ଖରାପ ବ୍ୟବହାର କରିବା ସହ ଧକ୍କାମାରି ବାହାର କରିଦେବା ଭଳି ସଂଗୀନ ଅଭିଯୋଗ ଆଣିଛନ୍ତି ଜଣେ ବ୍ୟବସାୟୀ । ଏ ନେଇ କ୍ୟାପିଟାଲ ଥାନାରେ ଏତଲା ମଧ୍ୟ ଦାୟର କରିଛନ୍ତି । ବ୍ୟବସାୟୀ ଶଶାଙ୍କ ଶେଖର ସାହୁଙ୍କ ଅଭିଯୋଗ ଅନୁସାରେ ଗତ ସୋମବାର ସେ ଏକ ଅଭିଯୋଗ ନେଇ ପୋଲିସ କମିଶନରଙ୍କ ନିକଟକୁ ଯାଇଥିଲେ । ଏପରିକି ରାଜ୍ୟପାଳ ଦେଇଥିବା ନିର୍ଦ୍ଦେଶାନାମାକୁ ନେଇ ଯାଇଥିଲେ । ହେଲେ ଅଭିଯୋଗ ଶୁଣିବା ବଦଳରେ ଖରାପ ବ୍ୟବହାର ସହ ଧକ୍କାମାରି ତାଙ୍କୁ ବାହାରକୁ ବାହାର କରି ଦେଇଥିଲେ ପୋଲିସ କମିଶନର । ବାସ୍ତବିକ ଏଭଳି ଅଭିଯୋଗ ଯଦି ସତ୍ୟ ତାହାଲେ ନିଶ୍ଚିତ ଭାବେ ଏହା ଚିନ୍ତାର ବିଷୟ । ଏପରିକି ଘଟଣାର ତଦନ୍ତ ପାଇଁ କମିଶନରଙ୍କ ଅଫିସର ସିସିଟିଭି ଯାଞ୍ଚ କରିବା ପାଇଁ ଦାବି କରିଛନ୍ତି ଶଶାଙ୍କ ।
ବ୍ୟବସାୟୀଙ୍କ ଅଭିଯୋଗକୁ ଖଣ୍ଡନ କରିଛନ୍ତି ପୋଲିସ କମିଶନର । କହିଛନ୍ତି ଦେଖା କରିବା ପାଇଁ ବ୍ୟବସାୟୀ ଜଣଙ୍କ କୌଣସି ପ୍ରକାର ଅନୁମତି କିମ୍ବା ସମୟ ନେଇ ଆସିନଥିଲେ । ଏକ ଗୁରୁତ୍ୱପୂର୍ଣ୍ଣ କାମରେ ସେ କଟକ ଯିବା ପାଇଁ ବାହାରୁ ଥିବା ବେଳେ ବ୍ୟବସାୟୀ ଜଣଙ୍କ ଆସି ପହଞ୍ଚିବା ସହ ଅଭିଯୋଗ ଶିଣିବା ପାଇଁ କହିଥିଲେ । ଯେଉଁଥିପାଇଁ ସେ ତାଙ୍କୁ ପେରାଇ ଦେଇଥିଲେ । କୌଣସି ବ୍ୟକ୍ତି ସିଷ୍ଟମେଟିକ ଭାବେ ନ ଆସିଲା ଅଭିଯୋଗ ଶୁଣିବା କଷ୍ଚକର ବୋଲି କମିଶନର କହିଛନ୍ତି ।