• ତପନ ଚାନ୍ଦ ବେଦାନ୍ତ କମ୍ପାନିର ଆବାସିକ ନିର୍ଦେଶକ ନିଯୁକ୍ତ
  • ୨୧ ବର୍ଷ ପରେ ଭାରୋତ୍ତୋଳନରେ ଭାରତକୁ ଅଲିମ୍ପିକ ପଦକ
  • ମହିଳା ୪୯ କେଜି ବର୍ଗରେ ମୀରାବାଈ ଚାନୁଙ୍କୁ ରୌପ୍ୟ ପଦକ
  • ମୀରାବାଈ ଚାନୁଙ୍କୁ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦି
  • ତୀରନ୍ଦାଜି ମିକ୍ସଡ ରିକର୍ଭ କ୍ବାର୍ଟର ଫାଇନାଲରେ ଦୀପିକା କୁମାରୀ ଓ ପ୍ରବୀଣ ଯାଦବ ପରାସ୍ତ
  • ଗତ ୨୪ ଘଣ୍ଟାରେ ଦେଶରେ ୩୯,୦୯୭ ନୂଆ କୋରୋନା ମାମଲା ଚିହ୍ନଟ, ୫୪୬ ମୃତ
  • ରାଜ୍ୟରେ ଦିନକରେ ଆଉ ୧୮୬୪କୋରୋନା ଆକ୍ରାନ୍ତ ଚିହ୍ନଟ, ୬୮ ମୃତ
  • ଚତୁର୍ଥ ପର୍ଯ୍ୟାୟ ଜାତୀୟ ସେରୋ ସର୍ଭେର ଓଡ଼ିଶା ରିପୋର୍ଟ
  • ୬୫.୧୨% ସାଧାରଣ ଲୋକ, ୮୫.୫୩% ସ୍ବାସ୍ଥ୍ୟକର୍ମୀଙ୍କ ଦେହରେ ଅଛି ଆଣ୍ଟିବଡି
  • ଗଞ୍ଜାମ ଜିଲ୍ଲାରେ ସର୍ବାଧିକ ୭୦.୯% ଲୋକଙ୍କ ଦେହରେ ଆଣ୍ଟିବଡି

ଛଟେଇ ପରେ ପୁନଃନିଯୁକ୍ତି ଦାବି କଲେ କମ୍ପ୍ୟୁଟର ଶିକ୍ଷକ

ପୁନଃନିଯୁକ୍ତି ନେଇ ସଂଘ ହାଇକୋର୍ଟରେ ଗତ ମେ ମାସ ୧୦ ତାରିଖରେ ଏକ ରିଟ୍‌ ପିଟିସନ ଦାଖଲ କରିଥିଲା।  

ଛଟେଇ ପରେ ପୁନଃନିଯୁକ୍ତି ଦାବି କଲେ କମ୍ପ୍ୟୁଟର ଶିକ୍ଷକ

ଭୁବନେଶ୍ୱର: ଛଟେଇ କମ୍ପ୍ୟୁଟର ଶିକ୍ଷକଙ୍କୁ ପୁନଃନିଯୁକ୍ତି ଦାବି। ଏହି ଦାବିରେ ଗୁରୁବାର ଆଇ.ସି.ଟି ବିଦ୍ୟାଳୟ ସଂଯୋଜକ ସଂଘ ପକ୍ଷରୁ ଗଣଶିକ୍ଷା ମନ୍ତ୍ରୀ, ସଚିବ, ଓସେପା ନିର୍ଦ୍ଦେଶକଙ୍କୁ ଭେଟି ଦାବିପତ୍ର ପ୍ରଦାନ କରିଛି। ଛଟେଇ କମ୍ପ୍ୟୁଟର ଶିକ୍ଷକଙ୍କୁ ପୁନଃ ନିଯୁକ୍ତି ଦେବାକୁ ଦାବି ଜଣାଇଛି ସଂଘ। 

୭ ଦିନ ଭିତରେ ଦାବି ପୂରଣ କରିବା ସହ ସଂଘ ସହ ପୁଙ୍ଖାନୁପୁଙ୍ଖ ଆଲୋଚନା କରି ପୁନଃନିଯୁକ୍ତି ନିମନ୍ତେ କୌଣସି ପଦକ୍ଷେପ ନନେଲେ ରାଜ୍ୟର ୪ ହଜାର ଛଟେଇ କମ୍ପୁଟର ଶିକ୍ଷକଙ୍କ ସହ ତାଙ୍କ ପରିବାର ତଥା ଓଡିଶା ଅଭିଭାବକ ମହାସଂଘ ଓସେପା କାର୍ଯ୍ୟାଳୟରେ ତାଲା ପକାଇ ଅହୋରାତ୍ର ଧାରଣାରେ ବସିବ ବୋଲି ସଂଘ ଚେତାବନୀ ଦେଇଛି। ଦୀର୍ଘ ୨ ବର୍ଷ ଧରି ଶାନ୍ତିପୂର୍ଣ୍ଣ ଭାବେ ସରକାରଙ୍କୁ ଭେଟି ପୁନଃନିଯୁକ୍ତି ପାଇଁ ନିବେଦନ କରିବା ପରେ ମଧ୍ୟ କେହି କର୍ଣ୍ଣପାତ କରିନଥିବାରୁ ବାଧ୍ୟ ହୋଇ ସଂଘ ହାଇକୋର୍ଟରେ ଗତ ମେ ମାସ ୧୦ ତାରିଖରେ ଏକ ରିଟ୍‌ ପିଟିସନ ଦାଖଲ କରିଥିଲା। 

Also Read: ମହାବିଦ୍ୟାଳୟ-ବିଶ୍ବବିଦ୍ୟାଳୟ ଖୋଲିବା ନେଇ ନିଆଯିବ ନିଷ୍ପତ୍ତି: ବୈଷୟିକ ଶିକ୍ଷା ମନ୍ତ୍ରୀ

ହାଇକୋର୍ଟ କମ୍ପ୍ୟୁଟର ଶିକ୍ଷକଙ୍କ ସପକ୍ଷରେ ରାୟ ଶୁଣାଇଥିଲେ ମଧ୍ୟ ଏ ପର୍ଯ୍ୟନ୍ତ ସରକାର ୪ ହଜାର ଛଟେଇ କମ୍ପୁଟର ଶିକ୍ଷକଙ୍କୁ ପୁନଃନିଯୁକ୍ତି ଦେବା ତ ଦୂରର କଥା ଏ ବାବଦରେ ଆଲୋଚନା କରିନଥିବା ସଂଘ କହିଛି।