• ଓଡ଼ିଆ ଅଫିସର୍ ଚଣ୍ଡିପ୍ରସାଦ ମହାନ୍ତି ହେବେ ଭାରତୀୟ ସେନାର ଉପମୁଖ୍ୟ
  • ବାଣୀବିହାରରେ ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ
  • ଦିନକ ବ୍ୟବଧାନ ପରେ ପୁଣି ଆରମ୍ଭ ହୋଇଛି କରୋନା ଟିକାକରଣ
  • ରାଜଧାନୀର କିଡନୀ କେଳେଙ୍କାରୀ ମାମଲାରେ ଘରୋଇ ହସ୍ପିଟାଲର କର୍ମଚାରୀ
  • କେନ୍ଦୁଝରରେ ଗାଡି ଉପରକୁ ଆକ୍ରମଣ ଘଟଣାରେ ବିଜେପିକୁ ଟାର୍ଗେଟ କଲେ ପିସିସି ସଭାପତି
  • କୋଲକାତାରେ ହଙ୍ଗାମା, ବିଜେପି ରାଲିରେ ପଥରମାଡ
  • ବ୍ରିସବେନ ଟେଷ୍ଟରେ ଭାରତକୁ ୩୨୮ ରନର ବିଜୟ ଲକ୍ଷ୍ୟ
  • ଚାଷୀଙ୍କ ଟ୍ରାକ୍ଟର ପରେଡ୍ ନେଇ ଆସନ୍ତା ବୁଧବାର ଶୁଣାଣି କରିବେ ସୁପ୍ରିମକୋର୍ଟ

ମହାନଦୀ ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ କଲା କଂଗ୍ରେସ

ମହାନଦୀ ଓ ବଂଶଧାରା ପ୍ରସଙ୍ଗରେ ବିଜେଡି ରାଜରାସ୍ତାକୁ ଓହ୍ଲାଇଥିଲା । ଏପରିକି ମହାନଦୀ ପ୍ରସଙ୍ଗରେ ରାଜ୍ୟ ସରକାର ସୁପ୍ରିମକୋର୍ଟ ଓ ଟ୍ରିବ୍ୟୁନାଲର ଦ୍ୱାରସ୍ଥ ହୋଇଛନ୍ତି  । ମହାନଦୀକୁ ନେଇ ବାଚସ୍ପତି ଓ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ୨ଟି କମିଟି ଗଠିତ ହୋଇଥିଲା  ।

ମହାନଦୀ ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ କଲା କଂଗ୍ରେସ

ଭୁବନେଶ୍ୱର: ମହାନଦୀ ମାମଲାରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି କଂଗ୍ରେସ ।  କେନ୍ଦ୍ର ସରକାରଙ୍କ ପ୍ରତି ରାଜ୍ୟ ସରକାରଙ୍କ ଆଭିମୁଖ୍ୟ ନେଇ ପ୍ରଶ୍ନ ଉଠାଇଲେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର । ଶୂନ୍ୟକାଳରେ ମହାନଦୀ ପ୍ରସଙ୍ଗରେ ରାଜ୍ୟ ସରକାରଙ୍କ ନୀରବତା ନେଇ ନରସିଂହ ମିଶ୍ର ପ୍ରଶ୍ନ କରିଛନ୍ତି । ନିର୍ବାଚନ ପୂର୍ବରୁ କେନ୍ଦ୍ରପ୍ରତି ଯେଉଁ ଆଭିମୁଖ୍ୟ ଦେଖାଉଥିଲେ ଏବେ ସମ୍ପୂର୍ଣ୍ଣ ବଦଳି ଯାଇଛି ବୋଲି ଅଭିଯୋଗ କରିଛନ୍ତି ସେ ।

ମହାନଦୀ ଓ ବଂଶଧାରା ପ୍ରସଙ୍ଗରେ ବିଜେଡି ରାଜରାସ୍ତାକୁ ଓହ୍ଲାଇଥିଲା । ଏପରିକି ମହାନଦୀ ପ୍ରସଙ୍ଗରେ ରାଜ୍ୟ ସରକାର ସୁପ୍ରିମକୋର୍ଟ ଓ ଟ୍ରିବ୍ୟୁନାଲର ଦ୍ୱାରସ୍ଥ ହୋଇଛନ୍ତି  । ମହାନଦୀକୁ ନେଇ ବାଚସ୍ପତି ଓ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ୨ଟି କମିଟି ଗଠିତ ହୋଇଥିଲା  । ମହାନଦୀ ଜଳ ବିବାଦ ନେଇ ବର୍ତ୍ତମାନ ସ୍ଥିତି କଣ ଓ ସମାଧାନ ଦିଗରେ କଣ ପଦକ୍ଷେପ ନେଇଛନ୍ତି ସରକାର ଗୃହରେ ଉତର ରଖନ୍ତୁ ବୋଲି ଦାବି କରିଥିଲେ ନରସିଂହ ମିଶ୍ର ।

ଏହାର ଜବାବରେ ବିଜେଡ଼ି କହିଛି ଯେ, ମହାନଦୀ ଜଳ ବିବାଦ ଟ୍ରିବୁନାଲରେ ବିଚାରାଧୀନ ରହିଛି ଗତମସରେ ଓଡ଼ିଶାର ୭ ଜଣିଆ ଟିମ ଛତିଶଗଡ଼ର କ୍ଷେତ୍ର ପରିଦର୍ଶନ କରିଥିଲେ । ଛତିଶଗଡ଼ର ୧୨ ଜଣିଆ ଟିମ ଆସି ପରିଦର୍ଶନ କରିଛନ୍ତି । ଅନ୍ତରାଜ୍ୟ ନଦୀଜଳ ବିବାଦ ଟ୍ରିବୁନାଲରେ ବିଚାରାଧୀନ ରହିଛି । ରାଜ୍ୟ ସରକାର ନ୍ୟାୟିକ ଲଢେଇ ଜାରି ରଖିଛନ୍ତି । ମହାନଦୀ ସହ କୌଣସି ସାଲିସ କରାଯିବ ନାହିଁ ବୋଲି ବିଜେଡ଼ି ବିଧାୟକ କହିଛନ୍ତି ।