ପୁରୀ ଗଣଦୁଷ୍କର୍ମ ଘଟଣା: କଂଗ୍ରେସର ନବୀନ ନିବାସ ଘେରାଉ

ଘଟଣାରେ ପୋଲିସ ଏବଂ ପ୍ରଶାସନ ସହିତ ସରକାରଙ୍କୁ ଦାୟୀ କରିଛି ଦଳ । କଂଗ୍ରେସ ଭବନରୁ ଶତାଧିକ ଯୁବ ଛାତ୍ର ଏକ ବାଇକ ଶୋଭାଯାତ୍ରାରେ ଶିଶୁ ଭବନ ଛକ ପର୍ଯ୍ୟନ୍ତ ଯିବା ସହ ନବୀନ ନିବାସ ଆଡକୁ ଅଗ୍ରସର ହୋଇଥିଲେ । ପୋଲିସ ସହ ସେଠାରେ ଧସ୍ତାଧସ୍ତି ହେବା ସହ ପୋଲିସ ଶତାଧିକ କଂଗ୍ରେସ କାର୍ଯ୍ୟର୍ତ୍ତାଙ୍କୁ ଗିରଫ କରିଛି ।  

ପୁରୀ ଗଣଦୁଷ୍କର୍ମ ଘଟଣା: କଂଗ୍ରେସର ନବୀନ ନିବାସ ଘେରାଉ

ଭୁବନେଶ୍ୱର: ରାଜ୍ୟରେ ଦିନକୁ ଦିନ ବଢ଼ି ଚାଲିଛି ଦୁଷ୍କର୍ମ ପରି ଅପରାଧିକ ଘଟଣା । ପୁଣି ପୁରୀରୁ ନାବାଳିକାକୁ ଗଣଦୁଷ୍କର୍ମ ଘଟଣା ସାମ୍ନାକୁ ଆସିଛି । ଏହି ପ୍ରସଙ୍ଗରେ କଂଗ୍ରେସ ଜୋରଦାର ବିରୋଧ କରିଛି । ଦୁଷ୍କର୍ମ ପରେ ବିଳମ୍ବିତ ରାତିରେ କଂଗ୍ରେସ ପକ୍ଷରୁ ନବୀନ ନିବାସ ଘେରାଉ କାର୍ଯ୍ୟକ୍ରମ କରାଯାଇଥିଲା । ଆଜି ଅର୍ଥାତ ମଙ୍ଗଳବାର ଶତାଧିକ ଯୁବ ଛାତ୍ର ଏବଂ ବରିଷ୍ଠ କଂଗ୍ରେସ ନେତା ପୁଣିଥରେ ନବୀନ ନିବାସ ଘେରାଉ ଉଦ୍ୟମ କରିଛନ୍ତି । ରାଜ୍ୟରେ ମହିଳାଙ୍କ ପ୍ରତି ଦୁଷ୍କର୍ମ ବଢି ଚାଲି ଥିବା ବେଳେ ଶୂନ୍ୟ ସହନଶୀଳ ନୀତିରେ କଂଗ୍ରେସ ପକ୍ଷରୁ ଜୋରଦାର ବିକ୍ଷୋଭ କରାଯାଇଛି ।

ଘଟଣାରେ ପୋଲିସ ଏବଂ ପ୍ରଶାସନ ସହିତ ସରକାରଙ୍କୁ ଦାୟୀ କରିଛି ଦଳ । କଂଗ୍ରେସ ଭବନରୁ ଶତାଧିକ ଯୁବ ଛାତ୍ର ଏକ ବାଇକ ଶୋଭାଯାତ୍ରାରେ ଶିଶୁ ଭବନ ଛକ ପର୍ଯ୍ୟନ୍ତ ଯିବା ସହ ନବୀନ ନିବାସ ଆଡକୁ ଅଗ୍ରସର ହୋଇଥିଲେ । ପୋଲିସ ସହ ସେଠାରେ ଧସ୍ତାଧସ୍ତି ହେବା ସହ ପୋଲିସ ଶତାଧିକ କଂଗ୍ରେସ କାର୍ଯ୍ୟର୍ତ୍ତାଙ୍କୁ ଗିରଫ କରିଛି ।

କଂଗ୍ରେସର ବରିଷ୍ଠ ବିଧାୟକ ସୁରେଶ ରାଉତରାୟ ମଧ୍ୟ ବିକ୍ଷୋଭରେ ସାମିଲ ହୋଇଥିଲେ । ମୁଣ୍ଡରେ କଳା ପଟି ବାନ୍ଧିବା ସହ କଂଗ୍ରେସ କାର୍ଯ୍ୟକର୍ତ୍ତାମାନେ ସରକାର ବିରୋଧୀ ସ୍ଲୋଗାନ ଦେଇଥିଲେ । ଦିନକୁ ଦିନ ରାଜ୍ୟରେ ବଢି ଚାଲିଥିବା ନାରୀ ନିର୍ଯ୍ୟାତନା ଏବଂ ଦୁଷ୍କର୍ମ ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି କରିଛି କଂଗ୍ରେସ । ଆଗାମୀ ଦିନରେ ଏହି ପ୍ରସଙ୍ଗରେ ନେଇ ରାଜ୍ୟବ୍ୟାପୀ ବିରାଟ ଆନ୍ଦୋଳନ କରିବାର କଂଗ୍ରେସ ଯୋଜନା କରୁଛି ।