ଅଡୁଆରେ ଜ୍ୟୋତି ପାଣିଗ୍ରାହୀ, ଏହି ଅଭିଯୋଗ ଆଣିଲେ ବିରୋଧୀ
ବିଧାନସଭାରେ ଶୂନ୍ୟକାଳରେ ଉଭୟ ବିଜେପି ଓ କଂଗ୍ରେସ ଏହି ପ୍ରସଙ୍ଗକୁ ଉଠାଇଥିଲେ । ଶୂନ୍ୟକାଳରେ କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜା ମନ୍ତ୍ରୀଙ୍କ ବହଷ୍କାର ଦାବି କରିଛନ୍ତି ।
Trending Photos

ଭୁବନେଶ୍ୱର: ଅଡୁଆରେ ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତି ପାଣିଗ୍ରାହୀ । ତାଙ୍କ ପାଇଁ ଉଭୟ ଗୃହ ଓ ଗୃହ ବାହାରେ ଝଡ଼ । ସରକାରୀ ଅର୍ଥରେ ଦୁଇ ମହିଳାଙ୍କୁ ହାଇଦ୍ରାବାଦ ବୁଲେଇ ନେବା ଘଟଣାକୁ ନେଇ ଏବେ ଅଡୁଆରେ ସେ । ରୋଡ ଶୋ' କାର୍ଯ୍ୟକ୍ରମକୁ ଯାଇଥିବା ଜ୍ୟୋତିଙ୍କ ମାମଲାରେ ଏବେ ରାସ୍ତା ଘାଟରେ ଚର୍ଚ୍ଚା ।
ବିଧାନସଭାରେ ଶୂନ୍ୟକାଳରେ ଉଭୟ ବିଜେପି ଓ କଂଗ୍ରେସ ଏହି ପ୍ରସଙ୍ଗକୁ ଉଠାଇଥିଲେ । ଶୂନ୍ୟକାଳରେ କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜା ମନ୍ତ୍ରୀଙ୍କ ବହଷ୍କାର ଦାବି କରିଛନ୍ତି । ଏହାସହ ଏହି ଘଟଣାର ସ୍ପଷ୍ଟୀକରଣ ଦାବି କରିଛନ୍ତି ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ । ସେପଟେ ମନ୍ତ୍ରୀ କହୁଛନ୍ତି ସେ କୌଣସି ଭୁଲ କରି ନାହାନ୍ତି ।
ଦୁଇ ମହିଳାଙ୍କ ପାଇଁ ଛନ୍ଦି ହୋଇଛନ୍ତି ମନ୍ତ୍ରୀ ଜ୍ୟୋତି ପାଣୀଗ୍ରାହୀ । ସରକାରୀ ଅର୍ଥରେ ମହିଳାଙ୍କୁ ଆପାୟିତ କରିବା ଘଟଣା ଆସିଛି ପଦାକୁ । ହାଇଦ୍ରାବାଦ ରୋଡ ଶୋ'କୁ ଯାଇଥିବା ବେଳେ ମନ୍ତ୍ରୀଙ୍କ ସହ ଦୁଇ ମହିଳା ଯାଇଥିବାର ସମସ୍ତ ପ୍ରମାଣ ପଦାରେ ପଡିଛି । ଯାହାକୁ ନେଇ ଏବେ ଉଭୟ ବିଧାନସଭା ଗୃହରେ ଓ ଗୃହ ବାହାରେ ଜୋରଦାର ତାତି । ଶୂନ୍ୟକାଳର ଉଭୟ କଂଗ୍ରେସ ଓ ବିଜେପି ଏହି ଘଟଣାକୁ ନେଇ ହଙ୍ଗାମା କରିଥିବା ବେଳେ ଘଟଣାର ସ୍ପଷ୍ଟୀକରଣ ମାଗିଛି ବିଜେପି । ଅନ୍ୟପକ୍ଷେ ମନ୍ତ୍ରୀଙ୍କ ବହିଷ୍କାର ଦାବି କରିଛି କଂଗ୍ରେସ ।
ବିଜେପିର ପ୍ରଶ୍ନ ମନ୍ତ୍ରୀଙ୍କ ସହ ଯାଇଥିବା ଅତିଥି କିଏ? ଓଡିଶା ପର୍ଯ୍ୟଟନ କ୍ଷେତ୍ରରେ ସେ ଦୁଇ ମହିଳାଙ୍କ ଭୂମିକା କଣ? କଣ ପର୍ଯ୍ୟଟନର ବିକାଶ କରିବାକୁ ସେ ଦୁଇ ମହିଳା ମନ୍ତ୍ରୀଙ୍କ ସହ ଯାଇଥିଲେ? ସେପଟେ ଏହି ଘଟଣାକୁ ନେଇ ମନ୍ତ୍ରୀ ନିଜ ଜବାବ ରଖିଛନ୍ତି । ଗଣମାଧ୍ୟମକୁ ଏଡେଇ ଯାଇଥିଲେ ମଧ୍ୟ ତାଙ୍କ ବିରୋଧରେ ଆସିଥିବା ଆସିଥିବା ଅଭିଯୋଗକୁ ଖଣ୍ଡନ କରିଛନ୍ତି । ସେ କୌଣସି ନିୟମ ଉଲଂଘନ କରି ନଥିବା କହିଛନ୍ତି । OTDC ପକ୍ଷରୁ ଟଙ୍କାଟିଏ ମଧ୍ୟ ଖର୍ଚ୍ଚ କୌଣସି ମହିଳାଙ୍କ ପାଇଁ ଖର୍ଚ୍ଚ କରାଯାଇନାହିଁ ବୋଲି ଦାବି କରିଛନ୍ତି ।
More Stories