କାଳିଆ ଯୋଜନାରେ ଭୁଲ ତଥ୍ୟକୁ ନେଇ କୃଷିମନ୍ତ୍ରୀ ଟାର୍ଗେଟରେ
ସୂଚନା ଅଧିକାର ତଥ୍ୟ ଅନୁଯାୟୀ ଗତ ଅକ୍ଟୋବର ସୁଦ୍ଧା ରାଜ୍ୟର ୧୦ ଜିଲ୍ଲାରେ ୧ଲକ୍ଷ ୭୨ ହଜାର ୯୦୮ ଜଣ ଅଯୋଗ୍ୟ ହିତାଧିକାରୀ ରହିଥିବା ତଥ୍ୟ ରହିଛି । କିନ୍ତୁ ମୋଟ ରାଜ୍ୟରେ ୪୫ ହଜାର ୯୬୫ ଜଣ ଅଯୋଗ୍ୟ ହିତାଧିକାରୀ ଥିବା କୃଷିମନ୍ତ୍ରୀ ଗୃହରେ ତଥ୍ୟ ରଖିଛନ୍ତି ।
- ସୂଚନା ଅଧିକାର ତଥ୍ୟ ଅନୁଯାୟୀ ଗତ ଅକ୍ଟୋବର ସୁଦ୍ଧା ରାଜ୍ୟର ୧୦ ଜିଲ୍ଲାରେ ୧ଲକ୍ଷ ୭୨ ହଜାର ୯୦୮ ଜଣ ଅଯୋଗ୍ୟ ହିତାଧିକାରୀ ରହିଥିବା ତଥ୍ୟ ରହିଛି
- କିନ୍ତୁ ମୋଟ ରାଜ୍ୟରେ ୪୫ ହଜାର ୯୬୫ ଜଣ ଅଯୋଗ୍ୟ ହିତାଧିକାରୀ ଥିବା କୃଷିମନ୍ତ୍ରୀ ଗୃହରେ ତଥ୍ୟ ରଖିଛନ୍ତି
Trending Photos

ମଳୟ ମହାନ୍ତି, ଭୁବନେଶ୍ୱର: କାଳିଆ ଯୋଜନାରେ ଭୁଲ ତଥ୍ୟକୁ ନେଇ କୃଷିମନ୍ତ୍ରୀ ଟାର୍ଗେଟରେ । ସୂଚନା ଅଧିକାର ତଥ୍ୟ ଅନୁଯାୟୀ ଗତ ଅକ୍ଟୋବର ସୁଦ୍ଧା ରାଜ୍ୟର ୧୦ ଜିଲ୍ଲାରେ ୧ଲକ୍ଷ ୭୨ ହଜାର ୯୦୮ ଜଣ ଅଯୋଗ୍ୟ ହିତାଧିକାରୀ ରହିଥିବା ତଥ୍ୟ ରହିଛି । କିନ୍ତୁ ମୋଟ ରାଜ୍ୟରେ ୪୫ ହଜାର ୯୬୫ ଜଣ ଅଯୋଗ୍ୟ ହିତାଧିକାରୀ ଥିବା କୃଷିମନ୍ତ୍ରୀ ଗୃହରେ ତଥ୍ୟ ରଖିଛନ୍ତି ।ବିଧାନସଭାରେ ମନ୍ତ୍ରୀ ଯେଉଁ ଚିଠା ଦେଇଛନ୍ତି ତାହା ନକଲି ଚିଠା ବୋଲି କଂଗ୍ରେସ କହିଛି ।
ମନ୍ତ୍ରୀଙ୍କ ଉପରେ କଣ ଚାପ ପଡିଲା ଯେ ମନ୍ତ୍ରୀ ଅସଲି ଚିଠାକୁ ଚାପି ନକଲି ଚିଠା ଦେଖାଇଲେ । ମିଛ ତଥ୍ୟ ଦେଇ ଗୃହର ଗାରିମା ନଷ୍ଟ କରିଥିବାରୁ ତୁରନ୍ତ ମନ୍ତ୍ରୀ ଅରୁଣ ସାହୁଙ୍କ ବିରୋଧରେ ସ୍ୱାଧିକାର ଭଙ୍ଗ ନୋଟିସ ଅଣାଯିବା ସହ ମନ୍ତ୍ରୀଙ୍କୁ ତୁରନ୍ତ ପଦରୁ ବହିଷ୍କାର କରିବାକୁ ସାମ୍ବାଦିକ ସମ୍ମିଳନୀରେ ଦାବି କରିଛନ୍ତି କଂଗ୍ରେସ ନେତା ସତ୍ୟ ନାୟକ ।
ସୂଚନା ଅଧିକାର ତଥ୍ୟ ଅନୁଯାଯ଼ୀ ସୁବର୍ଣ୍ଣପୁରରେ ସର୍ବାଧିକ ୩୭ ହଜାର ୭୫୯ ଜଣ ଅଯୋଗ୍ୟ ହିତାଧିକାରୀ ଚିହ୍ନଟ ହୋଇଥିବାବେଳେ କୋରାପୁଟରେ ୧୫ହଜାର ୨୫୫ ଜଣ, ଖୋର୍ଦ୍ଧାରେ ୧୮ ହଜାର ୫୫୨, ଗଂଜାମରେ ୧୯ ହଜାର ୯୮୦, ମଯ଼ୂରଭଂଜରେ ୧୪ ହଜାର ୧୭, ମାଲକାନାଗିରିରେ ୯ ହଜାର ୮୫୨, ସୁନ୍ଦରଗଡରେ ୧୧ ହଜାର ୫୪ ୨, ସମ୍ବଲପୁରରେ ୧୦ ହଜାର ୫୦ ଜଣ ଏବଂ ଜଗତସିଂହପୁରରେ ୧୫ ହଜାର ୮୯୧ ଜଣ ଅଯୋଗ୍ୟ ହିତାଧିକାରୀ ରହିଛନ୍ତି । ସମସ୍ତ ତଥ୍ୟକୁ ଲୁଚାଇ ବିଧାନସଭାରେ ମନ୍ତ୍ରୀ କିଭଳି ମିଛ ତଥ୍ୟ ଦେଲେ ତାକୁ ନେଇ ବିରାଟ ପ୍ରଶ୍ନ ଛିଡା କରିଛି କଂଗ୍ରେସ । ଅନ୍ୟପକ୍ଷରେ କୃଷିମନ୍ତ୍ରୀ ଏ ପ୍ରସଙ୍ଗରେ ଚିରାଚରିତ ପ୍ରତିକ୍ରିଯ଼ା ରଖିଛନ୍ତି । କଂଗ୍ରେସ ଦେଇଥିବା ତଥ୍ୟ ନେଇ ମୋ ପାଖରେ କୌଣସି ସୂଚନା ନାହିଁ । ସେ ତଥ୍ୟ ପାଇବା ପରେ ତାର ଜବାବ ଦିଆଯିବ ବୋଲି କୃଷିମନ୍ତ୍ରୀ ଅରୁଣ ସାହୁ କହିଛନ୍ତି ।
.
More Stories