ପିଆଜର ଦର ବୃଦ୍ଧି ପ୍ରସଙ୍ଗରେ ରାଜ୍ୟପାଳଙ୍କୁ ସାକ୍ଷାତ କଲା କଂଗ୍ରେସ ପ୍ରତିନିଧି ଦଳ

ଆଳୁ ମିଶନ ଫେଲ ହେଲା ଭଳି ସରକାର ପିଆଜ ଉତ୍ପାଦନ ବୃଦ୍ଧି ଦିଗରେ ମଧ୍ୟ ଫେଲ ମାରିଥିବା କୁହାଯାଇଛି । ଏପରିକି ରାଜ୍ୟର ବିଭିନ୍ନ ଜିଲ୍ଲାରେ ପିଆଜ ଉତ୍ପାଦନ ପାଇଁ ଅନୁକୂଳ ସ୍ଥିତି ଥିଲେ ମଧ୍ୟ ସରକାର ସହଯୋଗ କରୁ ନ ଥିବା କଂଗ୍ରେସ ରାଜ୍ୟପାଳଙ୍କୁ ଅବଗତ କରାଇଛି ।

ପିଆଜର ଦର ବୃଦ୍ଧି ପ୍ରସଙ୍ଗରେ ରାଜ୍ୟପାଳଙ୍କୁ ସାକ୍ଷାତ କଲା କଂଗ୍ରେସ ପ୍ରତିନିଧି ଦଳ

ଭୁବନେଶ୍ୱର: ପିଆଜ ଦର ବୃଦ୍ଧି ପ୍ରସଙ୍ଗ ଏବେ ରାଜଭବନରେ । ପ୍ରଥମେ 40 ଟଙ୍କାରେ ପିଆଜ ବିକ୍ରି କରି ରାଜ୍ୟବ୍ୟାପୀ ଚର୍ଚ୍ଚାରେ ଥିବା କଂଗ୍ରେସ ରାଜ୍ୟପାଳଙ୍କୁ ଦରବୃଦ୍ଧି ପ୍ରସଙ୍ଗରେ ଅବଗତ କରାଇଛି । ଓଡିଶା ପ୍ରଦେଶ କିଶାନ କଂଗ୍ରେସର ପ୍ରତିନିଧି ଦଳ ରାଜ୍ୟପାଳଙ୍କୁ ସାକ୍ଷାତ କରି ଓଡିଶାରେ ପିଆଜ ଚାଷର ଭିତ୍ତିଭୂମି ଏବଂ ଉନ୍ନତ ଚାଷ ପାଇଁ ଆବଶ୍ୟକ ସହଯୋଗ ଯୋଗାଇବା ପାଇଁ ଦାବି କରିଛନ୍ତି ।

ଆଳୁ ମିଶନ ଫେଲ ହେଲା ଭଳି ସରକାର ପିଆଜ ଉତ୍ପାଦନ ବୃଦ୍ଧି ଦିଗରେ ମଧ୍ୟ ଫେଲ ମାରିଥିବା କୁହାଯାଇଛି । ଏପରିକି ରାଜ୍ୟର ବିଭିନ୍ନ ଜିଲ୍ଲାରେ ପିଆଜ ଉତ୍ପାଦନ ପାଇଁ ଅନୁକୂଳ ସ୍ଥିତି ଥିଲେ ମଧ୍ୟ ସରକାର ସହଯୋଗ କରୁ ନ ଥିବା କଂଗ୍ରେସ ରାଜ୍ୟପାଳଙ୍କୁ ଅବଗତ କରାଇଛି । ଖୁବ ଶୀଘ୍ର ପିଆଜ ଦର ନିୟନ୍ତ୍ରଣ କରିବା ସହ ଏକ ସ୍ଥାୟୀ ସମାଧାନ କରା ନ ଗଲେ କଂଗ୍ରେସ ରାଜ୍ୟବ୍ୟାପୀ ଆହୁରି ତୀବ୍ର ଆନ୍ଦୋଳନ କରିବ ବୋଲି କୁହାଯାଇଛି ।

ଅନ୍ୟପକ୍ଷରେ ପିଆଜ ଚାଷ ପାଇଁ ସରକାରଙ୍କ ଉଦାସୀନତାକୁ ପଦାରେ ପକାଇଛନ୍ତି ଚାଷୀ । ଚାଷୀଙ୍କୁ ଉନ୍ନତ ବିହନ ଏବଂ ଆବଶ୍ୟକ ସାର ସହ ପିଆଜ ସଂରକ୍ଷଣ ପାଇଁ ସୁବିଧା ଯୋଗାଉ ନ ଥିବାରୁ ଚାଷୀମାନେ ପିଆଜ ଚାଷ ପ୍ରତି ବିମୁଖ ହେଉଛନ୍ତି । ଯାହାଫଳରେ ବାହାର ରାଜ୍ୟ ଉପରେ ପିଆଜ ପାଇଁ ନିର୍ଭର କରିବାକୁ ପଡୁଛି । ଏହାର ସ୍ଥାୟୀ ସମାଧାନ ପାଇଁ ସରକାର ଆଗ୍ରହର ସହ ପଦକ୍ଷେପ ନେବାକୁ ଚାଷୀମାନେ ଦାବି କରିଛନ୍ତି ।