ଅହିଂସାକୁ ସମ୍ୱିଧାନର ମୁଖବନ୍ଧରେ ସ୍ଥାନିତ କରିବାକୁ ମୁଖ୍ୟମନ୍ତ୍ରୀଙ୍କ ଦାବି
Advertisement

ଅହିଂସାକୁ ସମ୍ୱିଧାନର ମୁଖବନ୍ଧରେ ସ୍ଥାନିତ କରିବାକୁ ମୁଖ୍ୟମନ୍ତ୍ରୀଙ୍କ ଦାବି

ସମ୍ବିଧାନ ଦେଶକୁ ଏକାଠି ବାନ୍ଧି ରଖିବାର ଅଠା ସଦୃଶ । ତେଣୁ ଭାରତୀୟ ସମ୍ବିଧାନର ମୂଲ୍ୟବୋଧକୁ ଅକ୍ଷୁର୍ଣ୍ଣ ରଖିବା ଆମ ସମସ୍ତଙ୍କ ଦାୟିତ୍ୱ । ଏଥିସହ ସମ୍ବିଧାନ ପ୍ରଣୟନରେ ଓଡିଶା ବିଧାନସଭାର ସଦସ୍ୟ ବିଚିତ୍ରାନନ୍ଦ ଦାସ, ସରଙ୍ଗାଧର ଦାସ, ଲାଲ ମୋହନ ପତି, ଯୁଧିଷ୍ଟିର ଦାସ, ମାଳତୀ ଚୌଧୁରୀ, କୃଷ୍ଣଚନ୍ଦ୍ର ଗଜପତି ମହାରାଜ, ହରେକୃଷ୍ଣ ମହତାବ ପ୍ରମୁଖଙ୍କ ଯୋଗଦାନକୁ ମୁଖ୍ୟମନ୍ତ୍ରୀ ମନେପକେଇଥିଲେ ।

 

ଅହିଂସାକୁ ସମ୍ୱିଧାନର ମୁଖବନ୍ଧରେ ସ୍ଥାନିତ କରିବାକୁ ମୁଖ୍ୟମନ୍ତ୍ରୀଙ୍କ ଦାବି

ଯଯାତି ମହାନ୍ତି, ଭୁବନେଶ୍ୱର: ଓଡିଶା ବିଧାନସଭାରେ ସମ୍ବିଧାନ ଦିବସ ପାଳନ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୁଣି ଥରେ ଅହିଂସାକୁ ସମ୍ବିଧାନର ମୁଖବନ୍ଧରେ ସ୍ଥାନିତ କରିବାକୁ ଦାବି କରିଛନ୍ତି । ଏହା ମହାତ୍ମା ଗାନ୍ଧୀଙ୍କ 150 ତମ ଜୟନ୍ତୀ ଅବସରରେ ଜାତିର ପିତାଙ୍କୁ ଶ୍ରେଷ୍ଟ ସମ୍ମାନ ହେବ । ସମ୍ବିଧାନର ପ୍ରଣେତା ବିଆର ଆମ୍ବେଦକର ମଧ୍ୟ ସମ୍ବିଧାନର ସୁରକ୍ଷା ଓ ସଂରକ୍ଷଣ ପାଇଁ ଗୁରୁତ୍ୱ ଦେଇଥିଲେ । ଏହାଦ୍ୱାରା ଆମେ ଆମ ଦେଶର ଏକତା ଓ ଅଖଣ୍ଡତାକୁ ବଜାୟ ରଖିପାରିବା ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

ସମ୍ବିଧାନ ଦେଶକୁ ଏକାଠି ବାନ୍ଧି ରଖିବାର ଅଠା ସଦୃଶ । ତେଣୁ ଭାରତୀୟ ସମ୍ବିଧାନର ମୂଲ୍ୟବୋଧକୁ ଅକ୍ଷୁର୍ଣ୍ଣ ରଖିବା ଆମ ସମସ୍ତଙ୍କ ଦାୟିତ୍ୱ । ଏଥିସହ ସମ୍ବିଧାନ ପ୍ରଣୟନରେ ଓଡିଶା ବିଧାନସଭାର ସଦସ୍ୟ ବିଚିତ୍ରାନନ୍ଦ ଦାସ, ସରଙ୍ଗାଧର ଦାସ, ଲାଲ ମୋହନ ପତି, ଯୁଧିଷ୍ଟିର ଦାସ, ମାଳତୀ ଚୌଧୁରୀ, କୃଷ୍ଣଚନ୍ଦ୍ର ଗଜପତି ମହାରାଜ, ହରେକୃଷ୍ଣ ମହତାବ ପ୍ରମୁଖଙ୍କ ଯୋଗଦାନକୁ ମୁଖ୍ୟମନ୍ତ୍ରୀ ମନେପକେଇଥିଲେ ।

ଏହି ଅବସରରେ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ କହିଥିଲେ ଯେ, ସମ୍ବିଧାନ ଗଠନର 70 ବର୍ଷ ବିତିଯାଇଥିଲେ ବି ସମସ୍ତଙ୍କୁ ସମ୍ମାନ ସହ ବଂଚିବା ଓ କହିବାର ଅଧିକାର ମିଳିନି । ଯେଉଁଠି ଏହି ଅଧିକାରର ହନନ ହେଉଛି ସେଠାରେ ଲୋକ ପ୍ରତିନିଧି ଭାବେ ଆମେ ସେମାନଙ୍କୁ ସୁରକ୍ଷା ଦେବା ଉଚିତ । ଆମ ନୀତି ନିୟମ ମଧ୍ୟ ସମ୍ବିଧାନର ସୁରକ୍ଷା ପାଇଁ ହେବା ଉଚିତ । କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ଦଳମତ ନିର୍ବିଶେଷରେ ସମସ୍ତେ ସମ୍ବିଧାନର ସୁରକ୍ଷା ପାଇଁ ଶପଥ ନେବାକୁ ଆହ୍ଵାନ ଦେଇଥିଲେ ।