ଆଜି ସମ୍ବିଧାନ ଦିବସ, ସଜେଇ ହୋଇଛି ବିଧାନସୌଧ

ଆଜି ସମ୍ବିଧାନ ଦିବସ । ବିଶ୍ୱର ସର୍ବବୃହତ ଲିଖିତ ସମ୍ବିଧାନକୁ ୭୦ ବର୍ଷ ପୁରିଛି । ଏହି ଅବସରରେ ଓଡ଼ିଶା ବିଧାନସଭା ପକ୍ଷରୁ ମଧ୍ୟ ସମ୍ବିଧାନ ଦିବସ ପାଳନ କରାଯିବ । ଆଜି ଅପରାହ୍ନ ୧୨ଟା ୧୫ରେ ବିଧାନସୌଧରେ ଥିବା ସମ୍ମିଳନୀ କକ୍ଷ‌ରେ ଏହାକୁ ପାଳନ କରାଯିବ। ଏହି ଉତ୍ସବରେ ସମସ୍ତ ବିଧାୟକ ଉପସ୍ଥିତ ରହିବେ । ଏଥିପାଇଁ ସୋମବାରଠୁ ବିଧାନସୌଧକୁ ରଙ୍ଗୀନ୍ ଆଲୋକମାଳାରେ ସଜାଯାଇଛି।

ଆଜି ସମ୍ବିଧାନ ଦିବସ, ସଜେଇ ହୋଇଛି ବିଧାନସୌଧ
ଫଟୋ ସୌଜନ୍ୟ: ସୋସିଆଲ ମିଡିଆ

ଭୁବନେଶ୍ୱର: ଆଜି ସମ୍ବିଧାନ ଦିବସ । ବିଶ୍ୱର ସର୍ବବୃହତ ଲିଖିତ ସମ୍ବିଧାନକୁ ୭୦ ବର୍ଷ ପୁରିଛି । ଏହି ଅବସରରେ ଓଡ଼ିଶା ବିଧାନସଭା ପକ୍ଷରୁ ମଧ୍ୟ ସମ୍ବିଧାନ ଦିବସ ପାଳନ କରାଯିବ । ଆଜି ଅପରାହ୍ନ ୧୨ଟା ୧୫ରେ ବିଧାନସୌଧରେ ଥିବା ସମ୍ମିଳନୀ କକ୍ଷ‌ରେ ଏହାକୁ ପାଳନ କରାଯିବ। ଏହି ଉତ୍ସବରେ ସମସ୍ତ ବିଧାୟକ ଉପସ୍ଥିତ ରହିବେ । ଏଥିପାଇଁ ସୋମବାରଠୁ ବିଧାନସୌଧକୁ ରଙ୍ଗୀନ୍ ଆଲୋକମାଳାରେ ସଜାଯାଇଛି।

ଗତକାଲି ସମ୍ବିଧାନ ଦିବସ ପାଳନ କରିବାକୁ ସଂସଦୀୟ ବ୍ୟାପାର ମନ୍ତ୍ରୀ ଶୂନ୍ୟକାଳରେ ପ୍ରସ୍ତାବ ଆଣିଥିଲେ । ଭାରତର ସମ୍ବିଧାନ ୭୦ ବର୍ଷ ପୂର୍ତ୍ତି ପାଳନ କରୁଛି। ବିଭିନ୍ନ ରାଜ୍ୟର ବିଧାନସଭା ଓ ବିଧାନ ପରିଷଦରେ ଏହାକୁ ପାଳନ କରିବା ପାଇଁ କୁହାଯାଇଛି। ଆମ ବିଧାନସଭାରେ ମଧ୍ୟ ଏହାକୁ ପାଳନ କରିବା ପାଇଁ କହିଥିଲେ ସଂସଦୀୟ ବ୍ୟପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ । ଏ ନେଇ ସର୍ବଦଳୀୟ ବୈଠକ ଡାକି ଆଲୋଚନା କରିଥିଲେ ବାଚସ୍ପତି । ପରେ ସମ୍ବିଧାନ ଦିବସ ଉତ୍ସବରେ ସାମିଲ ହେବା ପାଇଁ ବିଧାୟକଙ୍କୁ କହିଥିଲେ । 

vidhana soudha

ଭାରତୀୟ ସମ୍ବିଧାନର ମୁଖବନ୍ଧ

‘ଆମ୍ଭେ ଭାରତ ବାସୀ ଦୃଢ଼-ସଂକଳ୍ପବଦ୍ଧ ହୋଇ ଭାରତକୁ ଏକ ସାର୍ବଭୌମ, ଧର୍ମନିରପେକ୍ଷ, ସମାଜବାଦୀ, ଗଣତାନ୍ତ୍ରିକ, ସାଧାରଣତନ୍ତ୍ର ରାଷ୍ଟ୍ର ହିସାବରେ ଗଠନ କରିବାକୁ ଓ ଏହାର ସମସ୍ତ ନାଗରିକଙ୍କୁ ସାମାଜିକ, ଅର୍ଥନୈତିକ ଓ ରାଜନୈତିକ ନ୍ୟାୟବିଚାର, ଚିନ୍ତା, ଅଭିବ୍ୟକ୍ତି, ବିଶ୍ୱାସ, ଧର୍ମଉପାସନାର ସ୍ୱାଧୀନତା, ପ୍ରତିଷ୍ଠା ଓ ସୁଯୋଗର ସମତା ଏବଂ ସେମାନଙ୍କ ମଧ୍ୟରେ ଭାତୃତ୍ୱର ବିକାଶ କରାଇବା ସଙ୍ଗେ ସଙ୍ଗେ ବ୍ୟକ୍ତିର ମର୍ଯ୍ୟାଦା ଓ ଜାତିର ଐକ୍ୟ ପ୍ରତିଷ୍ଠା ପାଇଁ ପ୍ରତିଶ୍ରୁତି ଦେଇ "ଆମରି ଶାସନ ବିଧାୟକ ସଭାରେ, ୧୯୪୯ ମସିହା ନଭେମ୍ବର ମାସର ଆଦ୍ୟ ୨୬ ତାରିଖ ଦିନ, ଏହି ସମ୍ବିଧାନକୁ ଅଙ୍ଗୀକୃତ, ଅଧିନିୟମିତ ଏବଂ ଆତ୍ମାର୍ପିତ କରୁଛୁ ।"

ସମ୍ବିଧାନ ପ୍ରଦତ୍ତ ୬ ମୌଳିକ ଅଧିକାର

  1. ସମାନତା ଅଧିକାର
  2. ସ୍ୱତନ୍ତ୍ରତା ବା ସ୍ୱାଧୀନତା ଅଧିକାର
  3. ଶୋଷଣ ବିରୁଦ୍ଧରେ ଅଧିକାର
  4. ଧର୍ମଗତ ସ୍ୱାଧୀନତା ଅଧିକାର
  5. ସାଂସ୍କୃତିକ ଓ ଶିକ୍ଷାଗତ ଅଧିକାର
  6. ସାମ୍ବିଧାନିକ ପ୍ରତିକାର ବା ପ୍ରତିଷେଧ ଅଧିକାର