ସାଂସଦ ଓ କଂଗ୍ରେସ ମଧ୍ୟ ବଢୁଛି ବାକଯୁଦ୍ଧ
Advertisement

ସାଂସଦ ଓ କଂଗ୍ରେସ ମଧ୍ୟ ବଢୁଛି ବାକଯୁଦ୍ଧ

ସାଂସଦଙ୍କ ଯୁକ୍ତିକୁ ନେଇ କଂଗ୍ରେସର ସମାଲୋଚନା

ସାଂସଦ ଓ କଂଗ୍ରେସ ମଧ୍ୟ ବଢୁଛି ବାକଯୁଦ୍ଧ

ମଳୟ ମହାନ୍ତି, ଭୁବନେଶ୍ୱର: ଜାଲ ଶିକ୍ଷାଗତ ଯୋଗ୍ୟତା ପ୍ରମାଣପତ୍ର ଏବଂ ସୂଚନା ଅଧିକାର ଆଇନ ତଥ୍ୟକୁ ନେଇ କଂଗ୍ରେସ ଓ ସାସଂଦ ଅନୁଭବ ମହାନ୍ତିଙ୍କ ମଧ୍ୟରେ ବାକଯୁଦ୍ଧ ଲାଗି ରହିଛି। ସାଂସଦଙ୍କ ବିରୋଧରେ କଂଗ୍ରେସ ଆଣିଥିବା ଅଭିଯୋଗ ଉପରେ ସାଂସଦଙ୍କ କଡ଼ା ପ୍ରତିକ୍ରିୟା ରଖିଥିଲେ। ଜବାବରେ କଂଗ୍ରେସ ତାକୁ ପୁନର୍ବାର ସମାଲୋଚନା କରିଛି।

ଏହି ଅଭିଯୋଗ ଆସିବା ପରେ ସାଂସଦ ଅନୁଭବ ତାଙ୍କ ଶିକ୍ଷାଗତ ଯୋଗ୍ୟତା ସଂପର୍କରେ ସଠିକ ତଥ୍ୟ ଦେବେ ବୋଲି କଂଗ୍ରେସ ଆଶା କରୁଥିବା ସାମ୍ବାଦିକ ସମ୍ମିଳନୀରେ କଂଗ୍ରେସ ପକ୍ଷରୁ କୁହାଯାଇଛି। କିନ୍ତୁ ସାଂସଦ ଏ ସମ୍ପର୍କରେ କିଛି ପ୍ରମାଣ କିମ୍ବା ଦସ୍ତାବିଜ ଉପସ୍ଥାପନ ନ କରି ଆଇନକାନୁନକୁ ବାଏଁ ବାଏଁ ଉଡାଇ ଦେବାକୁ ଉଦ୍ୟମ କରିଥିବା କଂଗ୍ରେସ ଅଭିଯୋଗ କରିଛି।  

ଏଥିସହିତ କଂଗ୍ରେସ ଆଜି ସାଂସଦଙ୍କୁ ତିନୋଟି ପ୍ରଶ୍ନ ପଚାରିଛି। ସାଂସଦଙ୍କର ବିଏ ସାର୍ଟିଫିକେଟ ବୈଧ କି ନୁହେଁ। ଏହା ବ୍ୟତୀତ ବିନା ମାଇଗ୍ରେସନ ସାର୍ଟିଫିକେଟରେ ଏକ ରାଜ୍ୟ ବାହାରର ବିଶ୍ୱବିଦ୍ୟାଳୟରେ ସାଂସଦ ନାମ ଲେଖାଇଲେ କେମିତି ଏବଂ ଉତ୍କଳ ବିଶ୍ୱବିଦ୍ୟାଳୟର ରେଜିଷ୍ଟ୍ରେସନ ନମ୍ବରରେ ଅନୁଭବ ମହାନ୍ତି କନ୍ଦରପୁର କଲେଜର ଛାତ୍ର କି ନୁହେଁ ଏବଂ ଅଦ୍ୟାବଧି ସେ ପାସ କରି ନ ଥିବା ସତ କି ମିଛ କି ବୋଲି କଂଗ୍ରେସ ପ୍ରଶ୍ନ କରିଛି।  

ଏ ସବୁର ଉତ୍ତର ନ ରଖି କଥାକୁ ଘୋଡାଇବାକୁ ଉଦ୍ୟମ କରୁଥିବା ଅଭିଯୋଗ କରିଛି କଂଗ୍ରେସ। ତେଣୁ ଯଦି କଂଗ୍ରେସ ମିଛ କହୁଛି ତେବେ ସାଂସଦ କାହିଁକି ଆଇନର ଆଶ୍ରୟ ନେଉନାହାନ୍ତି ବୋଲି ସାମ୍ବାଦିକ ସମ୍ମିଳନୀରେ ପ୍ରଶ୍ନ କରିଛି ଦଳ। ତେଣୁ ବିଜେଡି ଯଦି ସ୍ୱଚ୍ଛତାର କଥା କହୁଛି ତେବେ ଏ ପ୍ରସଙ୍ଗରେ କଣ ପଦକ୍ଷେପ ନିଆଯାଉଛି ତାକୁ ଅପେକ୍ଷା କରିଛି ବୋଲି କଂଗ୍ରେସ କହିଛି।