• ବିଧାନସଭା ସମ୍ମୁଖରେ ଦମ୍ପତିଙ୍କ ଆତ୍ମାହୁତି ଉଦ୍ୟମ । ନୟାଗଡ଼ର ଦମ୍ପତି ବୋଲି ସୂଚନା II
  • ଏସସିବିରେ ଓପନ ହାର୍ଟ ସର୍ଜରୀ ବନ୍ଦ II
  • କୋରୋନା ସ୍ଥିତି ନେଇ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହିତ ଆଲୋଚନା କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି II
  • ଧଉଳି ଶାନ୍ତିସ୍ତୁପର ସାମଗ୍ରିକ ବିକାଶ ଓ ରକ୍ଷଣାବେକ୍ଷଣ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖିଲେ ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀ
  • ଦିନକରେ ୩୭ ହଜାର ୯୭୫ ଜଣ କୋରୋନା ଆକ୍ରାନ୍ତ, ୪୮୦ ମୃତ
  • ରାଜଧାନୀବାସୀଙ୍କ ପାଇଁ ଖୁସି ଖବର।
  • ଭୁବନେଶ୍ୱର: କୋରୋନା ଶୂନ୍ୟ ହେଲା ବସ୍ତି ।I
  • ଆଜି ଓଡ଼ିଶା ଆସୁଛନ୍ତି ଆରଏସଏସ ମୁଖ୍ୟ ମୋହନ ଭାଗବତ II

ଟ୍ୱିଟକୁ ନେଇ ଝଡ଼, ପଦାରେ ପଡ଼ିଲା ନେତାଙ୍କ ଯୋଗ୍ୟପଣ

ଟ୍ୱିଟରପ୍ରୀତି କାରଣରୁ ଅପଦସ୍ତ ହେବାକୁ ପଡ଼ିଛି ନେତାଙ୍କୁ। 

ଟ୍ୱିଟକୁ ନେଇ ଝଡ଼, ପଦାରେ ପଡ଼ିଲା ନେତାଙ୍କ ଯୋଗ୍ୟପଣ

ନୂଆଦିଲ୍ଲୀ: ପଦାରେ ପଡ଼ିଲା ନେତାଙ୍କ ଯୋଗ୍ୟପଣ। ଟ୍ୱିଟରପ୍ରୀତି କାରଣରୁ ଅପଦସ୍ତ ହେବାକୁ ପଡ଼ିଛି ନେତାଙ୍କୁ। ବଞ୍ଚିଥିବା ଜଣେ ବରିଷ୍ଠ ନେତାଙ୍କୁ ଶ୍ରଦ୍ଧାଞ୍ଜଳି ଦେଇ ଅପଦସ୍ତ ହେବାକୁ ପଡ଼ିଛି ଉକ୍ତ ନେତାଙ୍କୁ। ଅପଦସ୍ତ ହୋଇଥିବା ନେତା ଜଣକ ବିଜେଡ଼ିର ପ୍ରତାପ ଜେନା ଗତକାଲି ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟରେ ବିଜେପିରେ ବରିଷ୍ଠ ନେତା ସମୀର ଦେଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଥିବା ବାର୍ତ୍ତାକୁ ନେଇ ତୁମ୍ବିତୋଫାନ ହୋଇଥିଲା। ସାଧାରଣରେ ପ୍ରତାପଙ୍କ ଏଭଳି କାର୍ଯ୍ୟକୁ କଡ଼ା ନିନ୍ଦା କରାଯାଇଥିଲା। 

ପ୍ରତାପ ତାଙ୍କ ସୋସିଆଲ ମିଡ଼ିଆ ଆକାଉଣ୍ଟରେ ଲେଖିଥିଲେ କି, କଟକର ପୂର୍ବତନ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ସମୀର ଦେଙ୍କ ମୃତ୍ୟୁରେ ଗଭୀର ଶୋକ ବ୍ୟକ୍ତ କରିବା ସହିତ ତାଙ୍କର ଅନୁପସ୍ଥିତି କଟକ ଓ ଓଡ଼ିଶା ରାଜନୀତିରେ ଅପୂରଣୀୟ କ୍ଷତି ବୋଲି ଉଲ୍ଲେଖ କରିଥିଲେ। ଏହା ସହିତ ତାଙ୍କର ପରିବାର, ବନ୍ଧୁ ଓ ସମର୍ଥକଙ୍କ ପ୍ରତି ସମବେଦନା ମଧ୍ୟ ଜଣାଇଥିବା ତାଙ୍କ ଟ୍ୱିଟର ହ୍ୟାଣ୍ଡେଲରୁ ଜଣାପଡ଼ିଥିଲା। 

ଏହି ବାର୍ତ୍ତା ସୋସିଆଲ ମିଡ଼ିଆରେ ଭାଇରାଲ ହେବା ପରେ ବିଜେପି ପକ୍ଷରୁ ଏହାର ସ୍ପଷ୍ଟି କରଣ ରଖାଯାଇଥିଲା। ବିଜେପି କହିଛି କି, ସମୀର ଦା'ଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଛି। ସେ ଏବେ ଚିକିତ୍ସାଧୀନ ରହିଛନ୍ତି। ତାଙ୍କର ସ୍ୱାସ୍ଥ୍ୟାବସ୍ଥାକୁ ନେଇ ଯେଉଁ ଗୁଜବ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି ତାହା କେବଳ ଗୁଜବ ବୋଲି ବିଜେପି ପକ୍ଷରୁ କୁହାଯାଇଛି। ତେବେ ପ୍ରତାପଙ୍କ ଭଳି ଜଣେ କ୍ୟାବିନେଟ ପାହ୍ୟାର ମନ୍ତ୍ରୀ ଏଭଳି ଦାୟିତ୍ୱହୀନ ବାର୍ତ୍ତା ପ୍ରଚାର କରିବା ନିଶ୍ଚିତ ପକ୍ଷେ ନିନ୍ଦନୀୟ ବୋଲି ବିଜେପି କହିଛି। 

ଅଧିକ ପଢନ୍ତୁ: ପ୍ରସ୍ତୁତି ଶେଷ, ମା'ଙ୍କ ଅବତରଣକୁ ଅପେକ୍ଷା

ତେବେ ଏଭଳି ପୋଷ୍ଟ ଜୋରଦାର ଭାଇରାଲ ହୋଇଥିଲା। ଭାଇରାଲ ହେବା ପରେ ପ୍ରତାପଙ୍କୁ କଡ଼ା ନିନ୍ଦା କରାଯାଇଥିଲା। ତେବେ ଏହି ବାର୍ତ୍ତା ସୋସିଆଲ ମିଡ଼ିଆରେ ପୋଷ୍ଟ କରିବାର କିଛି ସମୟ ପରେ ହଟାଇ ଦେଇଥିଲା। କିନ୍ତୁ ପ୍ରତାପଙ୍କ ଏହି ଦାୟିତ୍ୱହୀନ ଟ୍ୱିଟ ପାଇଁ ତାଙ୍କୁ ଚାରିଆଡ଼ୁ ସମାଲୋଚନା କରାଯାଇଛି।