ଲକଡାଉନ ଯୋଗୁ ସ୍ଥଳ ଓ ଆକାଶପଥ ବନ୍ଦ ରହିଥିବା ବେଳେ ଜଳପଥର ସାହାରା ନେଇ ଏମାନେ ଓଡ଼ିଶା ଫେରୁଛନ୍ତି ।
Trending Photos
)
ସୌମ୍ୟ ରଞ୍ଜନ ନାୟକ, ଭୁବନେଶ୍ୱର: ଜଳ ପଥରେ ଆସୁଛି କୋରୋନା ! ବର୍ତ୍ତମାନ ଦୁଇ ଦିନ ହେଲା ସୋସିଆଲ ମିଡିଆରେ ଯେଉଁ ଚିତ୍ର ସାମ୍ନାକୁ ଆସୁଛି, ତାକୁ ଦେଖିଲେ ଏଭଳି ଆଶଙ୍କା କରିବା ସ୍ୱାଭାବିକ । କର୍ଣ୍ଣାଟକର ମାଙ୍ଗଲୋରରୁ ସମୁଦ୍ର ପଥ ଦେଇ କିଛି ମତ୍ସଜୀବୀ ଓଡ଼ିଶା ମୁହାଁ ହୋଇଥିବା ଜଣାପଡ଼ିଛି । ଓଡ଼ିଶାର ଏହି ମତ୍ସଜୀବୀଙ୍କ ସହ କିଛି ଶ୍ରମିକ ମଧ୍ୟ ଆସୁଥିବା କୁହାଯାଉଛି । ତେବେ ଆଗକୁ ଏମାନେ ଯେ କୋରୋନା ସଂକ୍ରମଣ କରିପାରନ୍ତି, ସେନେଇ ଆଶଙ୍କା ବଢ଼ିଛି ।
ଯେତେବେଳେ ଲକଡାଉନରେ ସମଗ୍ର ଦେଶ, ସେତେବେଳେ ନିଜ ନିଜ ରାଜ୍ୟକୁ ଫେରିବା ଜିଦରେ ଶ୍ରମିକ । ବହୁ ମତ୍ସଜୀବୀ ମଧ୍ୟ ବାହାର ରାଜ୍ୟରେ ଫସି ରହିଛନ୍ତି । ଗଞ୍ଜାମ ଜିଲ୍ଲାର ସାମୁଦ୍ରିକ ଅଞ୍ଚଳର କିଛି ମତ୍ସଜୀବୀ ଆନ୍ଧ୍ରପ୍ରଦେଶର ,କେରଳ, କର୍ଣ୍ଣାଟକ,ଗୋଆରେ ଥିବା ସୂଚନା ମିଳିଛି । ଦୁଇଟି ଡ଼ଙ୍ଗାରେ କର୍ଣ୍ଣାଟକର ମାଙ୍ଗଲୋରରୁ ସମୁଦ୍ର ପଥ ଦେଇ ୨୦୦ରୁ ଅଧିକ ମତ୍ସଜୀବୀ ଓ ଶ୍ରମିକ ଆସୁଥିବାର ସାମାଜିକ ଗଣମାଧ୍ୟମରେ ଭିଡିଓ ଭାଇରାଲ ହୋଇଛି । ଏହାପରେ ତଟ ସୁରକ୍ଷାକୁ ନେଇ ଉଠିଛି ପ୍ରଶ୍ନ ? ଏବେ ଚିନ୍ତାରେ ପଡ଼ିଛି ପ୍ରଶାସନ । ଆସୁଥିବା ଲୋକଙ୍କ ଭିତରେ କୋରୋନା ଆକ୍ରାନ୍ତ ଯେ ନଥିବେ, ଏ କଥା କହିବା ମୁସ୍କିଲ । ତେଣୁ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ନିଜେ ଏହା ଉପରେ ନଜର ରଖିଥିବା କହିଛନ୍ତି । ସେପଟେ ମୁକୁଳା ପଡ଼ିଛି ସମୁଦ୍ର ତଟ ।