ଓଡ଼ିଶାରେ ପହଞ୍ଚିଲା କୋରୋନା ଔଷଧ, ପର୍ଯ୍ୟାପ୍ତ ପରିମାଣରେ ମହଜୁଦ
Advertisement

ଓଡ଼ିଶାରେ ପହଞ୍ଚିଲା କୋରୋନା ଔଷଧ, ପର୍ଯ୍ୟାପ୍ତ ପରିମାଣରେ ମହଜୁଦ

ଓଡ଼ିଶାକୁ ଆସିଲା କୋରୋନା ଔଷଧ । କୋରୋନା ସଂକ୍ରମିତ ରୋଗୀଙ୍କ ପାଇଁ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଓ ଇଣ୍ଡିଆନ କାଉନସିଲ ଅଫ୍ ମେଡ଼ିକାଲ ରିସର୍ଚ୍ଚ(ଆଇସିଏମ୍‌ଆର୍‌) ସ୍ୱୀକୃତ ଟାବ୍‌ଲେଟ୍ ଓ ଇଂଜେକ୍ସନ ରାଜ୍ୟରେ ପହଞ୍ଚିଛି । ୩ଟି ପର୍ଯ୍ୟାୟରେ ଥିବା ରୋଗୀଙ୍କ ପାଇଁ ୩ ପ୍ରକାର ଔଷଧ ଓଡ଼ିଶାରେ ଉପଲବ୍ଧ ହୋଇଛି। ତେବେ ଏହା ଔଷଧ ଦୋକାନରେ

ଓଡ଼ିଶାରେ ପହଞ୍ଚିଲା କୋରୋନା ଔଷଧ, ପର୍ଯ୍ୟାପ୍ତ ପରିମାଣରେ ମହଜୁଦ

ଯଯାତି ମହାନ୍ତି, ଭୁବନେଶ୍ୱର: ଓଡ଼ିଶାକୁ ଆସିଲା କୋରୋନା ଔଷଧ । କୋରୋନା ସଂକ୍ରମିତ ରୋଗୀଙ୍କ ପାଇଁ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଓ ଇଣ୍ଡିଆନ କାଉନସିଲ ଅଫ୍ ମେଡ଼ିକାଲ ରିସର୍ଚ୍ଚ(ଆଇସିଏମ୍‌ଆର୍‌) ସ୍ୱୀକୃତ ଟାବ୍‌ଲେଟ୍ ଓ ଇଂଜେକ୍ସନ ରାଜ୍ୟରେ ପହଞ୍ଚିଛି । ୩ଟି ପର୍ଯ୍ୟାୟରେ ଥିବା ରୋଗୀଙ୍କ ପାଇଁ ୩ ପ୍ରକାର ଔଷଧ ଓଡ଼ିଶାରେ ଉପଲବ୍ଧ ହୋଇଛି। ତେବେ ଏହା ଔଷଧ ଦୋକାନରେ ନୁହେଁ ବରଂ ଏବେ କୋଭିଡ଼ ହସ୍ପିଟାଲରେ ଉପଲବ୍ଧ ହେବ ଏବଂ ଡ଼ାକ୍ତରଙ୍କ ପରାମର୍ଶ ସହ ରୋଗୀଙ୍କ ମତାମତ ନେଇ ଲାଗୁ କରାଯିବ । 

ତେବେ ଅତ୍ୟନ୍ତ ସଂକଟାପନ୍ନ ରୋଗୀ ଯେଉଁମାନେ ଭେଂଟିଲେଟର ଏବଂ ଅକ୍ସିଜେନ ଜରିଆରେ ଚିକିତ୍ସିତ ହେଉଥିବେ, ସେମାନଙ୍କ ପାଇଁ ଆବଶ୍ୟକୀୟ ଡ଼େକ୍ସାମେଥେସନ୍ ଇଞ୍ଜେକ୍ସନ ପର୍ଯ୍ୟାପ୍ତ ପରିମାଣର ରହିଛି ବୋଲି ଡ଼୍ରଗ୍ସ କଣ୍ଟ୍ରୋଲର ସୂଚନା ଦେଇଛନ୍ତି । ପ୍ରାରମ୍ଭିକ ପର୍ଯ୍ୟାୟରେ ଥିବା ରୋଗୀ ଏବଂ ବିନା ଲକ୍ଷଣରେ କୋରୋନା ସଂକ୍ରମିତଙ୍କ ପାଇଁ ଆବଶ୍ୟକୀୟ ରେମ୍‌ଡ଼େସିଭର ଏବଂ ଫାବିଫ୍ଲୁ ଓଡ଼ିଶାରେ ମଧ୍ୟ ପହଞ୍ଚିଛି ।

କୋଭିଡ଼-୧୯ ଭୂତାଣୁ ଦ୍ୱାରା ସଂକ୍ରମିତଙ୍କ ପାଇଁ ଶୁଭ ଖବର । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଏବଂ ଆଇସିଏମ୍‌ଆର୍ ତିନୋଟି ପର୍ଯ୍ୟାୟରେ ଥିବା ସଂକ୍ରମିତଙ୍କ ପାଇଁ ତିନି ପ୍ରକାର ଔଷଧକୁ ବ୍ୟବହାର ପାଇଁ ଅନୁମୋଦନ ଦେଇଛନ୍ତି । ଅତି ସଂକଟାପନ୍ନ ରୋଗୀ ବା ଯେଉଁମାନେ ଭେଣ୍ଟିଲେଟର ଏବଂ ଅକ୍ସିଜେନ୍ ଜରିଆରେ ବଞ୍ଚିବାକୁ ସଂଘର୍ଷ କରୁଛନ୍ତି, ସେମାନଙ୍କ ପାଇଁ ଡ଼େକ୍ସାମେଥେସନ୍ ଇଂଜେକ୍ସନ ପର୍ଯ୍ୟାପ୍ତ ପରିମାଣର ରହିଛି ବୋଲି ଡ଼୍ରଗ୍ସ କଣ୍ଟ୍ରୋଲର ସୂଚନା ଦେଇଛନ୍ତି । ଏହା ଉଭୟ ଇଞ୍ଜେକ୍ସନ ଏବଂ ଟାବ୍‌ଲେଟ୍ ଫର୍ମାଟରେ ଉପଲବ୍ଧ ରହିଛି । ରାଜ୍ୟରେ ଏବେ ପ୍ରାୟ ୪ଲକ୍ଷ ଇଞ୍ଜେକ୍ସନ ଏବଂ ୨ ଲକ୍ଷ ଡ଼େକ୍ସାମେଥେସନ ଟାବ୍‌ଲେଟ୍ ବିଭିନ୍ନ କୋଭିଡ଼ ହସ୍ପିଟାଲ, ସରକାରୀ ହସ୍ପିଟାଲରେ ଉପଲବ୍ଧ ରହିଛି ବୋଲି ଡ଼୍ରଗ୍ସ କଣ୍ଟ୍ରୋଲର ମାମିନା ପଟ୍ଟନାୟକ ସୂଚନା ଦେଇଛନ୍ତି ।

ଯେଉଁମାନେ କୋଭିଡ଼-୧୯ର ପ୍ରାରମ୍ଭିକ ପର୍ଯ୍ୟାୟରେ ଅଛନ୍ତି, ଯେଉଁମାନଙ୍କୁ ଡ଼ାକ୍ତରୀ ଭାଷାରେ ମାଇଲ୍ଡ ଠାରୁ ମଡ଼େରେଟ ଷ୍ଟେଜ ବୋଲି କୁହାଯାଏ, ସେମାନଙ୍କ ପାଇଁ ଆଇସିଏମ୍‌ଆର୍ ଅନୁମୋଦିତ ଫାବିଫ୍ଲୁ ଟାବଲେଟ ଓଡ଼ିଶାରେ ଆଜି ପହଞ୍ଚିଛି । ପ୍ରାଥମିକତା ଭିତ୍ତିରେ ପଶ୍ଚିମ ଓ ଦକ୍ଷିଣ ଭାରତ, ଯେଉଁଠି କୋରୋନା ସଂକ୍ରମଣ ଅଧିକ ଦେଖାଯାଛି, ସେଠାକୁ ପଠାଯାଇଛି । ଓଡ଼ିଶାକୁ ୧୨ଶହ ଷ୍ଟ୍ରିପ କିମ୍ବା ପ୍ରାୟ ୪୦ହଜାର ଟାବ୍‌ଲେଟ୍ ଆସିଛି । ଏହା କେବଳ ସରକାରୀ ଡ଼ାକ୍ତରଖାନା, କୋଭିଡ଼ ହସ୍ପିଟାଲରେ ବ୍ୟବହାର ହେବ । ଔଷଧ ଦୋକାନରେ ଏହା ମିଳିବ ନାହିଁ । ସେହିପରି ଦ୍ୱିତୀୟ ପର୍ଯ୍ୟାୟ ଯାହାକୁ ମଡ଼ରେଟରୁ ସିରିଅସ୍ ଷ୍ଟେଜ ବୋଲି କୁହାଯାଉଛି, ସେମାନଙ୍କ ପାଇଁ ଆଇସିଏମ୍‌ଆର୍ ଅନୁମୋଦିତ ରେମ୍‌ଡ଼େସିଭର ମଧ୍ୟ ଓଡ଼ିଶାରେ ଉପଲବ୍ଧ ବୋଲି ଡ଼୍ରଗ୍ସ କଣ୍ଟ୍ରୋଲର ସୂଚନା ଦେଇଛନ୍ତି । ଏହା ମଧ୍ୟ କେବଳ କୋଭିଡ଼୍ ହସ୍ପିଟାଲରେ ପ୍ରାରମ୍ଭିକ ପର୍ଯ୍ୟାୟରେ ଉପଲବ୍ଧ ହେବ ଏବଂ ପରବର୍ତ୍ତି ଅବସ୍ଥାରେ ଘରୋଇ ଡ଼ାକ୍ତରଖାନାରେ ମିଳିବ ।

ଏହି ତିନି ଓଷଧ ଆସିବା ପୂର୍ବରୁ କୋରୋନା ସଂକ୍ରମିତ ମାନଙ୍କୁ ପାରାସିଟାମଲ୍‌, ଆଜିଥ୍ରୋମାଇସିନ୍‌, ସେଟ୍ରିଜିନ୍ ଭଳି ସାଧାରଣ ଥଣ୍ଡା, ଜ୍ୱର, କାଶ ପାଇଁ ଉପଲବ୍ଧ ଔଷଧରେ ଚିକିତ୍ସା କରାଯାଉଥିଲା ।