)
ଭୁବନେଶ୍ୱର: ରାଜ୍ୟରେ ଧୀରେଧୀରେ କୋରୋନା (Corona) ଗ୍ରାଫ ତଳମୁହାଁ। ଯେଉଁଠି ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା ୩୫ ଶହ ପାଖାପାଖି ଚାଲିଯାଇଥିଲା ସେଠି ଏବେ ଧୀରେଧୀରେ ସଂକ୍ରମିତଙ୍କ ସଂଖ୍ୟା କମୁଛି । ତେବେ ରାଜ୍ୟରେ ଜନପ୍ରତିନିଧି କୋରୋନାରେ ଆକ୍ରାନ୍ତ ହେବା ସଂଖ୍ୟା ବଢିବାରେ ଲାଗିଛି । ଏହା ମଧ୍ୟରେ ୧୬ ବିଧାୟକ ସହ ସାଂସଦ କୋରୋନାରେ ଆକ୍ରାନ୍ତ ହୋଇସାରିଥିବା ବେଳେ ୨ ମନ୍ତ୍ରୀ କୋରୋନା ପଜିଟିଭ ଖବର ସାମ୍ନାକୁ ଆସିଛି । ସେହିଭଳି ଓଟିଡିସି ଅଧ୍ୟକ୍ଷା ଓ କ୍ଷୁଦ୍ର ଲଘୁ ଉଦ୍ୟେଗ ନିଗମ ଅଧ୍ୟକ୍ଷ ମଧ୍ୟ କୋରୋନାରେ ସଂକ୍ରମିତ ।
ବଢିଛି ଟେଷ୍ଟିଂ । ବଢିଛି ସଂକ୍ରମିତଙ୍କ ସଂଖ୍ୟା । ଏହା ମଧ୍ୟରେ ରାଜ୍ୟରେ ସଂକ୍ରମିତଙ୍କ ସଂଖ୍ୟା ଲକ୍ଷେ ପାର କରିସାରିଥିବା ବେଳେ ମୃତ୍ୟୁ ସଂଖ୍ୟା ପାଞ୍ଚଶହ ଟପିଛି । ତଥାପି ମଧ୍ୟ ବଢୁଥିବା କୋରୋନା ଗ୍ରାଫ ତଳକୁ ଖସୁଥିବା ରାଜ୍ୟ ସରକାର ଦେଉଥିବା ତଥ୍ୟ କହୁଛି । ତେବେ ଏହା ମଧ୍ୟରେ କିନ୍ତୁ ଜଣକ ପରେ ଜଣେ ଜନ ପ୍ରତିନିଧି କୋରୋନା ସଂକ୍ରମିତ ହେବାରେ ଲାଗିଛନ୍ତି। ଏହା ମଧ୍ୟରେ ରାଜ୍ୟରେ ୧୬ ବିଧାୟକଙ୍କ ସହ ୨ ସାଂସଦ ଓ ମନ୍ତ୍ରୀ କୋରୋନା ସଂକ୍ରମଣରେ ସଂକ୍ରମିତ ହୋଇସାରିଲେଣି ।
ରାଜ୍ୟରେ ପ୍ରଥମକରି ନୀଳଗିରି ବିଧାୟକ ସୁକାନ୍ତ ନାୟକ କରୋନା ସଂକ୍ରମଣ ସଂକ୍ରମିତ ହୋଇଥିବା ନେଇ ଖବର ଆସିଥିଲା ପରେ ପରେ ତାଙ୍କ ସଂସ୍ପର୍ଶରେ ଆସିଥିବା ସାଲେପୁର ବିଧାୟକ ପ୍ରଶାନ୍ତ ବେହେରା ଓ ରେମୁଣା ବିଧାୟକ ସୁଧାଂଶୁ ଶେଖର ମଧ୍ୟ କୋରୋନା ପଜିଟିଭ ହୋଇଥିବା ନେଇ ସେମାନେ ସୂଚନା ଦେଇଥିଲେ । କୋରୋନା କଟକଣା ପାଇଁ କୌଣସି ଜନ ପ୍ରତିନିଧି ଲୋକଙ୍କ ପାଖକୁ ଯାଉନଥିବା ବେଳେ ପରବର୍ତ୍ତୀ ମୂହୁର୍ତ୍ତରେ କିନ୍ତୁ ଲୋକଙ୍କ ପାଖକୁ ଯାଇଥିଲେ। କଟକଣା ମଧ୍ୟରେ ଲୋକଙ୍କ କଥା ବୁଝିବା ପାଇଁ ଚେଷ୍ଟା ଚଳାଇଥିଲେ ହେଲେ।
ଏହା ମଧ୍ୟରେ ଜଣକ ପରେ ଜଣେ ଜନ ପ୍ରତିନିଧି କୋରୋନା ପଜିଟିଭ ନେଇ ତଥ୍ୟ ଆସୁଛି । ଏହା ଭିତରେ ଖଣ୍ଡପଡା ବିଧାୟକ ସୌମ୍ୟ ରଂଜନ ପଟ୍ଟନାୟକ, ଭୁବନେଶ୍ବର ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା, ଆଠଗଡ ବିଧାୟକ ଦେବୀ ପ୍ରସାଦ ମିଶ୍ର, ଚାନ୍ଦବାଲି ବିଧାୟକ ବ୍ୟୋମୋକେଶ ରାୟ, ଭଦ୍ରକ ବିଧାୟକ ସଞ୍ଜୀବ ମଲ୍ଲିକ କୋରୋନା ସଂକ୍ରମଣରେ ସଂକ୍ରମିତ ହୋଇସାରିଛନ୍ତି। ଏମାନଙ୍କ ବ୍ୟତୀତ ଦୁଇ ମନ୍ତ୍ରୀ ଶ୍ରମମନ୍ତ୍ରୀ ସୁଶାନ୍ତ ସିଂ ଓ କୃଷିମନ୍ତ୍ରୀ ଅରୁଣ ସାହୁ ମଧ୍ୟ କୋରୋନା ସଂକ୍ରମିତ ହେବ ନେଇ ଜଣାପଡିଛି। ଦୁଇ ଲୋକସଭା ସାଂସଦ ତଥା ବରଗଡ ସାଂସଦ ସୁରେଜ ପୁଜାରୀ ଓ ଭଦ୍ରକ ସାଂସଦ ମଞ୍ଜୁଲତା ମଣ୍ଡଳ ମଧ୍ୟ ଏହା ମଧ୍ୟରେ କୋରୋନାରେ ସଂକ୍ରମିତ ।
ଭୁବନେଶ୍ୱର ଉତ୍ତର ବିଧାୟକ ସୁଶାନ୍ତ ରାଉତ ବରୀ ବିଧାୟିକା ସୁନନ୍ଦା ଦାସ, ଏବଂ ବ୍ରହ୍ଣପୁର ବିଧାୟକ ବିକ୍ରମ ପଣ୍ଡା କୋରୋନା ସଂକ୍ରମଣର ଶିକାର ହୋଇଛନ୍ତି । ଏମାନଙ୍କୁ ଛାଡିଦେଲେ ଓଟିଡିସି ଅଧ୍ୟକ୍ଷା ଶ୍ରୀମୟୀ ମିଶ୍ର ଓ କ୍ଷୁଦ୍ର ଲଘୁ ଉଦ୍ୟେଗ ନିଗମ ଅଧ୍ୟକ୍ଷ ଚିନ୍ମୟ ସାହୁ ମଧ୍ୟ କୋରୋନା ସଂକ୍ରମଣରେ ସଂକ୍ରମିତ ହୋଇସାରିଲେଣି। ତେବେ କୌଣସି ଲକ୍ଷଣ ନଥାଇ ଏମାନଙ୍କର କୋରୋନା ପଜିଟିଭ୍ ଥିବାରୁ ସ୍ୱାସ୍ଥ୍ୟବସ୍ଥା ସ୍ଥିର ରହିଛି । ନିଜେ ଲୋକପ୍ରତିନିଧିମାନେ ସୋସିଆଲ୍ ମିଡିଆ ମାଧ୍ୟମରେ ଜଣାଇଥିଲେ ।
କେବଳ ରାଜ୍ୟ ସ୍ତରରେ ନୁହେଁ, କେନ୍ଦ୍ର ସ୍ତରରେ ମଧ୍ୟ ଅନେକ ତୁଙ୍ଗ ନେତା କୋରୋନା ସଂକ୍ରମିତ ହୋଇ ସୁସ୍ଥ ହୋଇ ସାରିଛନ୍ତି। କେନ୍ଦ୍ରୀୟ ଗୃହମନ୍ତ୍ରୀ ଅମିତ ଶାହା, ଧର୍ମେନ୍ଦ୍ର ପ୍ରଧାନ, ଜ୍ୟୋତିରାଦିତ୍ୟ ସିନ୍ଧିଆ ମଧ୍ୟ କୋରୋନା ସଂକ୍ରମିତ ହୋଇ ସାରିଛନ୍ତି। ଏପରିକି ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ ମଧ୍ୟ କୋରୋନା ସଂକ୍ରମିତ ହୋଇଥିବା ଜଣାପଡ଼ିଥିଲା। ତେବେ ତାଙ୍କର ବ୍ରେନ ସର୍ଜରୀ କାରଣରୁ ତାଙ୍କର ନିକଟରେ ନିଧନ ହୋଇ ଯାଇଥିଲା। ସେହିପରି ଉତ୍ତର ପ୍ରଦେଶର ଯୋଗୀ ଆଦିତ୍ୟନାଥଙ୍କ ସରକାରର କମଳା ରାଣୀ ଓ ଚେତନ ଚୌହାନ ମଧ୍ୟ କୋରୋନା ସଂକ୍ରମିତ ହୋଇ ମୃତ୍ୟୁ ମୁଖରେ ପଡ଼ିଛନ୍ତି।
ରାଜନୀତିର ସୀମା ଡେଇଁ କୋରୋନା ବଲିଉଡ଼ ଜଗତରେ ମଧ୍ୟ ପ୍ରବେଶ କରିଛି। ବଲିଉଡ଼ର ବାଦଶାହ ଅମିତାଭ ବଚ୍ଚନ ଓ ତାଙ୍କ ପରିବାରର ଅଧିକାଂଶ ସଦସ୍ୟ କୋରୋନା ସଂକ୍ରମିତ ହୋଇଥିଲେ। ତେବେ ଅମିତାଭଙ୍କ ବ୍ୟତୀତ ଜେନେଲିଆ ଡିସୋଜା, ଐଶ୍ୱର୍ଯ୍ୟା ରାୟ, ଅଭିଷେକ ବଚ୍ଚନ, ତାଙ୍କ ଝିଅ ଆରାଧ୍ୟା ବଚ୍ଚନ, ଟିଭି ଅଭିନେତ୍ରୀ ଶ୍ରେନୁ ପାରିଖ, ଅନୁପମ ଖେରଙ୍କ ମା, ଅଭିନେତ୍ରୀ ରାଚେଲ, କିରଣ କୁମାର ପ୍ରମୁଖ କୋରୋନା ସଂକ୍ରମିତ ହୋଇଥିବା ଜଣାପଡ଼ିଛି।