)
ଭୁବନେଶ୍ବର: ଜୀବନ ଓ ମୃତ୍ୟୁର ଦୋଛକି ଭିତରେ ପ୍ରତି ମୁହୂର୍ତ୍ତରେ ଜିଉଁଛି ମଣିଷ । ଅଦୃଶ୍ୟ ଶତ୍ରୁର ଆତଙ୍କରେ ପ୍ରତି ସେକେଣ୍ଡରେ ଲଢ଼େଇ ଜାରି ରହିଛି। ଭାଇରସ୍ ବି ନିଜର କାୟା ମେଲାଇ ଚାଲିଛି । ସେଥିପାଇଁ ଏଇ କିଛିଦିନ ହେବ, ରାଜ୍ୟ ତଥା ଦେଶରେ କୋରୋନା ରୋଗୀଙ୍କ ସଂଖ୍ୟା ପ୍ରତିଦିନ ନୂଆ ନୂଆ ରେକର୍ଡ କରୁଛି । ଲଗାତାର ଭାବେ ଗତ କିଛିଦିନ ଧରି ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଛି । ସେପଟେ କୋରୋନା ୟୁ-ଟର୍ଣ୍ଣ ନେବା ପରେ ମହାମାରୀକୁ ପରାସ୍ତ କରିବାକୁ ସରକାର ଆରମ୍ଭ କରିଛନ୍ତି ନୂଆ ରଣନୀତି। କୋରୋନା ବିରୋଧରେ ପୁଣି ଥରେ ଦେଇଛନ୍ତି ଯୁଦ୍ଧଂ ଦେହି ଡାକରା ।
ଅଚାନକ ଦେଶରେ ବଢ଼ିଚାଲିଛି ସଂକ୍ରମଣ । ଗତ ୨୪ ଘଣ୍ଟା ମଧ୍ୟରେ ୨୮ ହଜାର ୯୦୩ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ଗୋଟିଏ ଦିନରେ ୧୮୮ ଜଣଙ୍କ ମୃତ୍ୟୁ ହୋଇଛି । ଫଳରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୧ କୋଟି ୧୪ ଲକ୍ଷ ୩୮ ହଜାର ୭୩୪ରେ ପହଞ୍ଚିଛି । ବିଶେଷ କରି ମହାରାଷ୍ଟ୍ର, ପଞ୍ଜାବ, କର୍ଣ୍ଣାଟକ, ଗୁଜରାଟ ଓ ତାମିଲନାଡ଼ୁରେ ସଂକ୍ରମଣ ମାମଲା ସର୍ବାଧିକ ରହିଛି । ତେଣେ, କୋରୋନା (Corona) ମୁକାବିଲା ନେଇ ସମୀକ୍ଷା କରିଛନ୍ତି ପ୍ରଧାନମନ୍ତ୍ରୀ (Prime Minister) ନରେନ୍ଦ୍ର ମୋଦି (Narendra Modi) । ସବୁ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରି ନିଆଯାଇଛି ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି।
Also Read: ବିଧାନସଭାରେ ନାଟକ! ସତରେ ଚାଷୀ ପିଇଲେ କୀଟନାଶକ
ସେପଟେ ରାଜ୍ୟରେ କୋଭିଡ୍ ଟେଷ୍ଟିଂ (Covid Testing) ବୃଦ୍ଧି କରାଯିବା ପାଇଁ ଟାର୍ଗେଟ୍ ଦିଆଯାଇଛି । ରାଜ୍ୟ ବାହାରୁ ଆସୁଥିବା ଲୋକଙ୍କୁ ଟାର୍ଗେଟ୍ କରି ଟେଷ୍ଟିଂ କରାଯିବା ସହ ସେମାନଙ୍କ କଣ୍ଟାକ୍ଟ ଟ୍ରେସିଂ କରାଯାଇ ଟେଷ୍ଟିଂ ହେବ । ବାହାର ରାଜ୍ୟ ଲୋକଙ୍କୁ ମଧ୍ୟ ମନିଟର କରାଯିବ । ଦୈନିକ ୨୫ ହଜାର ଟେଷ୍ଟିଂ ହେଉଛି, ସଂକ୍ରମଣ କମିଲେ ବି ଟେଷ୍ଟିଂ କରାଯିବ ବୋଲି କହିଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ । ସେହିପରି ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ପୁଣି ୮୨ ଜଣ କୋରୋନା ସଂକ୍ରମିତ (Corona Infected) ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୪୮ ଜଣ ସଂଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବା ବେଳେ ୩୪ ଜଣ ସ୍ଥାନୀୟ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।
Edited: Zee Odisha Desk