ବିବାହ ଋତୁରେ କୋରୋନା ଚଡ଼କ
Advertisement
Article Detail0/zeeodisha/odisha672232

ବିବାହ ଋତୁରେ କୋରୋନା ଚଡ଼କ

କୋରୋନା ମାଡ଼ରେ ବିବାହ ମଣ୍ଡପ । ଝୁଲୁଛି ତାଲା, ଅନିର୍ଦ୍ଦିଷ୍ଟ କାଳ ପାଇଁ ସ୍ଥଗିତ ବିବାହ ଓ ବ୍ରତଘର । 

ପ୍ରତୀକାତ୍ମକ ଫଟୋ
ପ୍ରତୀକାତ୍ମକ ଫଟୋ

ଶାନ୍ତସ୍ୱରୂପ ରାଉତ, ଭୁବନେଶ୍ୱର: ବିବାହ ଋତୁରେ କୋରୋନା ଚଡ଼କ । କୋରୋନା ଘୁଞ୍ଚାଇଦେଲା ବାହାଘର । ମହାମାରୀ କୋରୋନାର ଭୟଭୟତା ସାରା ରାଜ୍ୟ, ଦେଶ ତଥା ବିଶ୍ୱରେ ଆତଙ୍କ ଖେଳାଇଥିବା ବେଳେ ବିଭିନ୍ନ ଛୋଟ ବଡ ବ୍ୟବସ୍ଥାୟ ଉପରେ ଏହାର ମାନ୍ଦାବସ୍ତା ଦେଖିବାକୁ ମିଳିଛି । ତେବେ ବିବାହ ଋତୁରେ ବିବାହ କଲ୍ୟାଣ ମଣ୍ଡପ ପାଇଁ ଅଭିଶାପ ପାଲଟିଛି କୋରୋନା । ଏପରି ସ୍ଥଳେ ମେ ୩ ତାରିଖ ଲକଡାଉନ୍ ପରେ ସରକାରଙ୍କ ନିଷ୍ପତ୍ତିକୁ ଅପେକ୍ଷା କରିଛନ୍ତି ମଣ୍ଡପ ମାଲିକ । ତେବେ କୋରୋନାରୁ ବିପଦମୁକ୍ତ ହେବା ପର୍ଯ୍ୟନ୍ତ ସରକାରଙ୍କୁ ସହଯୋଗ କରିବେ ବୋଲି ମଣ୍ଡପ ମାଲିକ ସଂଘ କହିଛି । 

କୋରୋନା ମାଡ଼ରେ ବିବାହ ମଣ୍ଡପ । ଝୁଲୁଛି ତାଲା, ଅନିର୍ଦ୍ଦିଷ୍ଟ କାଳ ପାଇଁ ସ୍ଥଗିତ ବିବାହ ଓ ବ୍ରତଘର । କୋରୋନା ପରେ ଏ ହେଉଛି ରାଜଧାନୀ ଭୁବନେଶ୍ୱର ସ୍ଥିତ ବିଭିନ୍ନ ବିବାହ ମଣ୍ଡପର ଦୃଶ୍ୟ । କଟକଣା ହେତୁ ସମସ୍ତ ମେଳା ମହୋତ୍ସବ, ବିବାହ, ବ୍ରତ ଓ ପର୍ବ ପର୍ବାଣୀରେ ରୋକ ଲାଗିଛି । ବିବାହ ଋତୁରେ ଶୂନଶାନ ହୋଇଯାଇଛି ସମସ୍ତ କଲ୍ୟାଣ ମଣ୍ଡପ । ତେବେ ଚଳିତ ଏପ୍ରିଲ ମାସରେ ବୁକ୍ ହୋଇଥିବା ବିବାହ ଉତ୍ସବ ସ୍ଥଗିତ ହୋଇଯାଇଥିବା ବେଳେ ମେ ୩ ତାରିଖ ଲକଡାଉନ୍ ପରେ ସରକାରଙ୍କ ନିର୍ଦ୍ଦେଶନାମା ଆଭିମୁଖ୍ୟକୁ ଅପେକ୍ଷା କରିଛନ୍ତି ମଣ୍ଡପ ମାଲିକ । ଏହାସହ କୋରୋନାରୁ ସମ୍ପୂର୍ଣ୍ଣ ବିପପମୁକ୍ତ ହେବା ପର୍ଯ୍ୟନ୍ତ ସରକାରଙ୍କୁ ସାହାଯ୍ୟ କରିବେ ମଣ୍ଡପ ମାଲିକ ସଂଘ ନିଷ୍ପତ୍ତି ନେଇଛନ୍ତି ।

ସେପଟେ ବାହାଘର କରିବାକୁ ସଜବାଜ ହୋଇଥିବା ପରିବାର ବର୍ଗରେ ମଧ୍ୟ ଭାଲେଣି ପଡିଯାଇଛି । ତେବେ ନିକଟ ଭବିଷ୍ୟତରେ ଯେବେବି ବିବାହ ବ୍ରତଘର ପାଇଁ ଅନୁମିତ ମିଳିବ, ତାହା କିପରି ଓ କେଉଁ ନିର୍ଦ୍ଦେଶନାମାରେ କରାଯିବ ସେନେଇ ସ୍ପଷ୍ଟ ହୋଇ ନ ଥିବା ବେଳେ ପ୍ରଥମେ କୋରୋନା ରୋଗ ସଂକ୍ରମଣ ମୁକ୍ତ ଆଉ ପରେ ହିଁ ବିବାହ କରିବାକୁ ସ୍ଥିର କରିଛନ୍ତି ସଚେତନ ବର ଓ କନ୍ୟା ପରିବାର । ଆନୁସଙ୍ଗିକ ବ୍ୟବସ୍ଥା ଅଭାବରୁ ସରକାରଙ୍କ ପରିବର୍ତ୍ତୀ ନିଷ୍ପତ୍ତି ଯାଏଁ ବିବାହକୁ ଘୁଞ୍ଚାଦେଇଛନ୍ତି ପରିବାର ଲୋକ ।

କ୍ରମାଗତ ଭାବେ ଦୈନନ୍ଦିନ କୋରୋନାର ସଂଖ୍ୟା ଦେଶରେ ବୃଦ୍ଧି ପାଉଥିବା ବେଳେ ଆଗକୁ ପରିସ୍ଥିତି କଣ ରହିବା ତାହା ସମୟ କହିବ । କେବେ ଓ କିପରି କଟକଣା ମୁକ୍ତ ହେବ ତାହାକୁ ଅପେକ୍ଷା ।

;