• हिन्दी
  • English
  • मराठी
  • বাংলা
  • தமிழ்
  • മലയാളം
  • ગુજરાતી
  • తెలుగు
  • ಕನ್ನಡ
  • ଓଡ଼ିଶା
  • सलाम
  • PHH
  • THS
  • Business
  • Techlusive
  • WION
  • facebookyoutubetwitterwhatsapp
Zee Odisha News
  • News
  • Video
  • Photos
  • Live Blog
Add Zee Business As A Preferred Source
App
  • LIVE टीवी
  • ହୋମ୍
  • ରାଜନୀତି
  • ରଥଯାତ୍ରା
  • ଭିଡ଼ିଓ
  • ଫଟୋ ଗ୍ୟାଲେରୀ
  • ରାଜ୍ୟ ଖବର
  • କ୍ରୀଡ଼ା
  • ଟ୍ରେଣ୍ଡିଙ୍ଗ୍
  • ମନୋରଞ୍ଜନ
  • ଜୀବନଚର୍ଯ୍ୟା
  • ଦେଶ-ବିଦେଶ
  • ଶିକ୍ଷା ଓ ନିଯୁକ୍ତି
  • ଓଡ଼ିଶା ନ୍ୟୁଜ
  • /Bhubneshwar
  • /ବିବାହ ଋତୁରେ କୋରୋନା ଚଡ଼କ

ବିବାହ ଋତୁରେ କୋରୋନା ଚଡ଼କ

କୋରୋନା ମାଡ଼ରେ ବିବାହ ମଣ୍ଡପ । ଝୁଲୁଛି ତାଲା, ଅନିର୍ଦ୍ଦିଷ୍ଟ କାଳ ପାଇଁ ସ୍ଥଗିତ ବିବାହ ଓ ବ୍ରତଘର ।

Edited ByZee Odisha Desk
Published: Apr 25, 2020, 08:23 AM IST|Updated: Apr 25, 2020, 08:23 AM IST
joinshare
ବିବାହ ଋତୁରେ କୋରୋନା ଚଡ଼କ
Image Credit: ପ୍ରତୀକାତ୍ମକ ଫଟୋ

About the Author

    Zee Odisha Desk

    Zee Odisha Desk

    Trending

    • News
    • Photos
    • Videos
    Top 10 news: ଚୁଟକିରେ ପଢ଼ନ୍ତୁ ଦିନ ତମାମର ୧୦ଟି ଗୁରୁତ୍ୱପୂର୍ଣ୍ଣ ଖବର...

    Top 10 news: ଚୁଟକିରେ ପଢ଼ନ୍ତୁ ଦିନ ତମାମର ୧୦ଟି ଗୁରୁତ୍ୱପୂର୍ଣ୍ଣ ଖବର...

    2

    Odisha Vigilance: ୫ ହଜାର ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ବାଲେଶ୍ୱର ସଦର CDPO

    3

    ୨୬/୧୧ ଆତଙ୍କୀଙ୍କୁ ଭାରତର ବଡ଼ ଝଟକା: ହାଫିଜ୍ ସୟିଦ ସମେତ ୬ ଜଣଙ୍କ ବିରୋଧରେ ମାମଲା

    4

    ଜନ୍ତର ମନ୍ତର ହିଂସାକୁ ନେଇ ରାଜନୀତି ତେଜ: ରାହୁଲ ବନାମ ରିଜିଜୁ

    5

    ୮ ହଜାର ଟଙ୍କା ଲାଞ୍ଚ ନେଇ ଧରାପଡ଼ିଲେ ରାଜସ୍ୱ ନିରୀକ୍ଷକ, ଜାତି ପ୍ରମାଣପତ୍ର ପାଇଁ ମାଗିଥିଲେ ଟଙ୍କ

    ଶାନ୍ତସ୍ୱରୂପ ରାଉତ, ଭୁବନେଶ୍ୱର: ବିବାହ ଋତୁରେ କୋରୋନା ଚଡ଼କ । କୋରୋନା ଘୁଞ୍ଚାଇଦେଲା ବାହାଘର । ମହାମାରୀ କୋରୋନାର ଭୟଭୟତା ସାରା ରାଜ୍ୟ, ଦେଶ ତଥା ବିଶ୍ୱରେ ଆତଙ୍କ ଖେଳାଇଥିବା ବେଳେ ବିଭିନ୍ନ ଛୋଟ ବଡ ବ୍ୟବସ୍ଥାୟ ଉପରେ ଏହାର ମାନ୍ଦାବସ୍ତା ଦେଖିବାକୁ ମିଳିଛି । ତେବେ ବିବାହ ଋତୁରେ ବିବାହ କଲ୍ୟାଣ ମଣ୍ଡପ ପାଇଁ ଅଭିଶାପ ପାଲଟିଛି କୋରୋନା । ଏପରି ସ୍ଥଳେ ମେ ୩ ତାରିଖ ଲକଡାଉନ୍ ପରେ ସରକାରଙ୍କ ନିଷ୍ପତ୍ତିକୁ ଅପେକ୍ଷା କରିଛନ୍ତି ମଣ୍ଡପ ମାଲିକ । ତେବେ କୋରୋନାରୁ ବିପଦମୁକ୍ତ ହେବା ପର୍ଯ୍ୟନ୍ତ ସରକାରଙ୍କୁ ସହଯୋଗ କରିବେ ବୋଲି ମଣ୍ଡପ ମାଲିକ ସଂଘ କହିଛି । 

    କୋରୋନା ମାଡ଼ରେ ବିବାହ ମଣ୍ଡପ । ଝୁଲୁଛି ତାଲା, ଅନିର୍ଦ୍ଦିଷ୍ଟ କାଳ ପାଇଁ ସ୍ଥଗିତ ବିବାହ ଓ ବ୍ରତଘର । କୋରୋନା ପରେ ଏ ହେଉଛି ରାଜଧାନୀ ଭୁବନେଶ୍ୱର ସ୍ଥିତ ବିଭିନ୍ନ ବିବାହ ମଣ୍ଡପର ଦୃଶ୍ୟ । କଟକଣା ହେତୁ ସମସ୍ତ ମେଳା ମହୋତ୍ସବ, ବିବାହ, ବ୍ରତ ଓ ପର୍ବ ପର୍ବାଣୀରେ ରୋକ ଲାଗିଛି । ବିବାହ ଋତୁରେ ଶୂନଶାନ ହୋଇଯାଇଛି ସମସ୍ତ କଲ୍ୟାଣ ମଣ୍ଡପ । ତେବେ ଚଳିତ ଏପ୍ରିଲ ମାସରେ ବୁକ୍ ହୋଇଥିବା ବିବାହ ଉତ୍ସବ ସ୍ଥଗିତ ହୋଇଯାଇଥିବା ବେଳେ ମେ ୩ ତାରିଖ ଲକଡାଉନ୍ ପରେ ସରକାରଙ୍କ ନିର୍ଦ୍ଦେଶନାମା ଆଭିମୁଖ୍ୟକୁ ଅପେକ୍ଷା କରିଛନ୍ତି ମଣ୍ଡପ ମାଲିକ । ଏହାସହ କୋରୋନାରୁ ସମ୍ପୂର୍ଣ୍ଣ ବିପପମୁକ୍ତ ହେବା ପର୍ଯ୍ୟନ୍ତ ସରକାରଙ୍କୁ ସାହାଯ୍ୟ କରିବେ ମଣ୍ଡପ ମାଲିକ ସଂଘ ନିଷ୍ପତ୍ତି ନେଇଛନ୍ତି ।

    ସେପଟେ ବାହାଘର କରିବାକୁ ସଜବାଜ ହୋଇଥିବା ପରିବାର ବର୍ଗରେ ମଧ୍ୟ ଭାଲେଣି ପଡିଯାଇଛି । ତେବେ ନିକଟ ଭବିଷ୍ୟତରେ ଯେବେବି ବିବାହ ବ୍ରତଘର ପାଇଁ ଅନୁମିତ ମିଳିବ, ତାହା କିପରି ଓ କେଉଁ ନିର୍ଦ୍ଦେଶନାମାରେ କରାଯିବ ସେନେଇ ସ୍ପଷ୍ଟ ହୋଇ ନ ଥିବା ବେଳେ ପ୍ରଥମେ କୋରୋନା ରୋଗ ସଂକ୍ରମଣ ମୁକ୍ତ ଆଉ ପରେ ହିଁ ବିବାହ କରିବାକୁ ସ୍ଥିର କରିଛନ୍ତି ସଚେତନ ବର ଓ କନ୍ୟା ପରିବାର । ଆନୁସଙ୍ଗିକ ବ୍ୟବସ୍ଥା ଅଭାବରୁ ସରକାରଙ୍କ ପରିବର୍ତ୍ତୀ ନିଷ୍ପତ୍ତି ଯାଏଁ ବିବାହକୁ ଘୁଞ୍ଚାଦେଇଛନ୍ତି ପରିବାର ଲୋକ ।

    କ୍ରମାଗତ ଭାବେ ଦୈନନ୍ଦିନ କୋରୋନାର ସଂଖ୍ୟା ଦେଶରେ ବୃଦ୍ଧି ପାଉଥିବା ବେଳେ ଆଗକୁ ପରିସ୍ଥିତି କଣ ରହିବା ତାହା ସମୟ କହିବ । କେବେ ଓ କିପରି କଟକଣା ମୁକ୍ତ ହେବ ତାହାକୁ ଅପେକ୍ଷା ।

    Add Zee News as a Preferred Source
    TAGS:
    Coronavirus
    Coronavirus impact
    indian wedding