ରାଜ୍ୟରେ ଆଉ ୨ ଓମିକ୍ରନ ସଂକ୍ରମିତ ଚିହ୍ନଟ
Advertisement

ରାଜ୍ୟରେ ଆଉ ୨ ଓମିକ୍ରନ ସଂକ୍ରମିତ ଚିହ୍ନଟ

ସୂଚନା ମୁତାବକ ପଜିଟିଭ୍ ବ୍ୟକ୍ତି ବିଦେଶ ତଥା ଆଟ୍ ରିସ୍କ ଦେଶରୁ ଫେରିବା ପରେ ନମୁନା ସଂଗ୍ରହ କରାଯାଇଥିଲା । ଏଥିରୁ କୋଭିଡ ପଜିଟିଭ୍ ଚିହ୍ନଟ ହେବା ପରେ ତୁରନ୍ତ କଣ୍ଟେନମେଣ୍ଟ ଜୋନ କରାଯାଇଛି ।

ରାଜ୍ୟରେ ଆଉ ୨ ଓମିକ୍ରନ ସଂକ୍ରମିତ ଚିହ୍ନଟ

ଭୁବନେଶ୍ୱର: Coronavirus New Variant Omicron in Odisha: କୋରୋନାର ନୂଆ ଭାରିଆଣ୍ଟ ଓମିକ୍ରନ (Omicron) ଚିନ୍ତା ବଢ଼ାଇବାରେ ଲାଗିଛି । ଓଡ଼ିଶାରେ ମଧ୍ୟ ଧୀରେ ଧୀରେ ଏହାର ସଂଖ୍ୟା ବଢ଼ିବାରେ ଲାଗିଛି । ବିଗତ ଦିନରେ ରାଜ୍ୟରେ ୨ ଜଣ ଓମିକ୍ରନ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଆଜି (ଗୁରୁବାର) ପୁଣି ୨ ଓମିକ୍ରନ ମାମଲା ସାମ୍ନାକୁ ଆସିଛି । ILS ରେ ଜେନମ ସକ୍ଯୁଆନସିଂ ପରେ ଏହି ମାମଲା ପଦାକୁ ଆସିଛି । ଦୁଇ ସଂକ୍ରମିତଙ୍କ ପରିଚୟ ପାଇବା ପରେ ସେମାନଙ୍କ ସଂସ୍ପର୍ଶରେ ଆସିଥିବା ଲୋକଙ୍କ ଟେଷ୍ଟ କରିବାକୁ ଚେଷ୍ଟା ଚାଲିଛି ।

ସେପଟେ ରାଜଧାନୀ ଭୁବନେଶ୍ୱର (Bhubaneswar) ରେ ବିଏମସି (BMC) କଣ୍ଟେନମେଣ୍ଟ (Containment Zone) ପୋଷ୍ଟର ମାରିଛି । ରାଜ୍ୟରେ ଓମିକ୍ରନ୍ ସଂକ୍ରମିତ (Omicron Positive) ଚିହ୍ନଟ ହେବା ପରେ ପରେ ରାଜ୍ୟ ରାଜଧାନୀ ଭୁବନେଶ୍ୱରରେ ବିଏମିସ ପକ୍ଷରୁ ୩ଟି ସ୍ଥାନକୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରାଯାଇଛି । କାରଣ ହେଉଛି ଉକ୍ତ ଅଂଚଳରୁ ଆଟ୍ ରିସ୍କ ବା ଓମିକ୍ରନ ସଂକ୍ରମିତ ଦେଶରୁ ଫେରିଥିବା କିଛି ବ୍ୟକ୍ତି କୋଭିଡ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଫଳରେ ଓମିକ୍ରନ ସଂକ୍ରମଣକୁ ନେଇ ଆଶା ଆଶଙ୍କା ବଢିଯାଇଛି । 

ସୂଚନା ମୁତାବକ ପଜିଟିଭ୍ ବ୍ୟକ୍ତି ବିଦେଶ ତଥା ଆଟ୍ ରିସ୍କ ଦେଶରୁ ଫେରିବା ପରେ ନମୁନା ସଂଗ୍ରହ କରାଯାଇଥିଲା । ଏଥିରୁ କୋଭିଡ ପଜିଟିଭ୍ ଚିହ୍ନଟ ହେବା ପରେ ତୁରନ୍ତ କଣ୍ଟେନମେଣ୍ଟ ଜୋନ କରାଯାଇଛି । ସେମାନଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତି ମାନଙ୍କର କଣ୍ଟାକ୍ଟ ଟ୍ରେସିଂ କରିବା ସହ ନମୁନା ସଂଗ୍ରହ କରାଯିବ । ଏଠାକୁ ସର୍ବସାଧାରଣ ଚଳପ୍ରଚଳ ଉପରେ କଟକଣା ଲାଗୁ କରିବା ସହ ଅତ୍ୟାବଶ୍ୟକ ସାମଗ୍ରୀ ପ୍ରଦାନ ଦିଗରେ ବିଏମସି ସହଯୋଗ କରିବାକୁ ପୋଷ୍ଟର ମାରିଛି । ଏହାସହ ସହରବାସୀଙ୍କୁ ସତର୍କ ରହିବା ସହ ସହଯୋଗ କରିବାକୁ ବିଏମସି କହିଛି । 

କୋରୋନା ଭାଇରସର ନୂଆ ଭ୍ୟାରିଆଣ୍ଟ୍‌ ଓମିକ୍ରନ୍‌ ସମ୍ପର୍କରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO) ନୂଆ ତଥ୍ୟ ବିଶ୍ୱ ପାଇଁ ଚିନ୍ତାର କାରଣ ପାଲଟିଛି । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଗତ ରବିବାର ଦେଇଥିବା ସୂଚନା ଅନୁସାରେ, ଓମିକ୍ରନ୍‌ ସଂକ୍ରମଣ ଯୋଗୁ ଶରୀରେ ଟିକାର ପ୍ରଭାବ ନଷ୍ଟ ହେଉଛି । ଏହାସହ ସଂକ୍ରମଣ ଖୁବ୍ ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି । ଡେଲ୍‌ଟା ଭ୍ୟାରିଆଣ୍ଟ ଅପେକ୍ଷା ଓମିକ୍ରନ୍‌ ଅଧିକ ବ୍ୟାପୁଥିବା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ କହିଛି । ହେଲେ ଆଶ୍ୱିସ୍ତର କଥା ଡେଲ୍‌ଟା ଭ୍ୟାରିଆଣ୍ଟ ଭଳି ଓମିକ୍ରନରେ ମାରାତ୍ମକ ଲକ୍ଷଣ ଦେଖାଯାଉ ନାହିଁ । ଏହା ସତ୍ତ୍ୱେ ଭୟ ଲାଗି ରହିଛି ।

ଏହା ବି ପଢ଼ନ୍ତୁ:-କୋରୋନା ମାମଲାରେ ପୁଣି ବୃଦ୍ଧି: ଦିନକରେ ଚିହ୍ନଟ ହେଲେ ଏତିକି ସଂକ୍ରମିତ, ଆଖି ବୁଜିଲେ ୪୩୪ ସଂକ୍ରମିତ

ଏହା ବି ପଢ଼ନ୍ତୁ:-ଡିସେମ୍ବର ୩୧ ପୂର୍ବରୁ ସାରି ନିଅନ୍ତୁ ଏହି ଜରୁରୀ କାମ, ନଚେତ୍ ୭ ଲକ୍ଷ ଟଙ୍କାର ହେବ କ୍ଷତି

ଏହା ବି ପଢ଼ନ୍ତୁ:-ଟେନସନ୍ ବଢ଼ାଇଲା ଓମିକ୍ରନ, ରାଜଧାନୀରେ କୋରୋନା ଭାଙ୍ଗିଲା ୬ ମାସର ରେକର୍ଡ