ବଢୁଛି ସଂକ୍ରମଣ, ବଢୁଛି ଟେନସନ୍ । ଚିନ୍ତା ବଢାଉଛି ସ୍ଥାନୀୟ ସଂକ୍ରମଣ । ନିଆଁ ଭଳି ବ୍ୟାପିବାର ଆଶଙ୍କା । ହଟସ୍ପଟ୍ କୁ ଫେରିବ କି ରାଜଧାନୀ ? ଏକାଧିକ ସ୍ଥାନୀୟ ସଂକ୍ରମଣ ପରେ ଏଭଳି ଆଶା ଆଶଙ୍କା ବୃଦ୍ଧି ପାଇଛି ।
Trending Photos
)
ଶାନ୍ତସ୍ୱରୂପ ରାଉତ, ଭୁବନେଶ୍ୱର: ଚିନ୍ତା ବଢାଉଛି ସ୍ଥାନୀୟ ସଂକ୍ରମଣ । ଫେରିଲା କଣ୍ଟେନମେଣ୍ଟ । ଫେଲ୍ ମାରିଲା ବିଏମସି ପଦକ୍ଷେପ । ଦୀର୍ଘ ଦିନ ପରେ ରାଜଧାନୀ ଭୁବନେଶ୍ବରକୁ ଫେରିଛି କଣ୍ଟେନମେଣ୍ଟ ଜୋନ୍ । ରାଜ୍ୟରେ ପ୍ରଥମେ ଭୁବନେଶ୍ବରରୁ ହିଁ କୋରୋନା ପ୍ରବେଶ କରିଥିଲା । ପର୍ଯ୍ୟାୟ କ୍ରମେ ସଂକ୍ରମଣ ବୃଦ୍ଧିକୁ ଦେଖି କଣ୍ଟେନମେଣ୍ଟ ଜୋନ ଘୋଷଣା କରି କୋରୋନାର ମୁକାବିଲା କରାଯାଇଥିଲା । ଆଉ ପରେ ବିଏମସି ପକ୍ଷରୁ ଆଶାକର୍ମୀ ଓ କୋଭଡି ସଚେତକମାନଙ୍କ ଦ୍ୱାରା ଘର ଓ ବିଭିନ୍ନ ବସ୍ତି ବୁଲି କୋରୋନା ସର୍ଭେ ସହ ପରୀକ୍ଷା କରାଯାଇଥିଲା । ହେଲେ ଡୁମଡୁମା ସୁବାସ ନଗର ବସ୍ତିରେ ଏକାଧିକ ସ୍ଥାନୀୟ ସଂକ୍ରମଣ ହେତୁ କଣ୍ଟେନେଣ୍ଟ ବା ଅବରୋଧ ଅଂଚଳ ଘୋଷଣା କରିଛି ବିଏମସି । ତେବେ ବସ୍ତି ଅଂଚଳରେ ସ୍ଥାନୀୟ ସଂକ୍ରମଣ ବୃଦ୍ଧି ପାଇଥିବା ବେଳେ ନିଆଁ ଭଳି ବ୍ୟାପିବାର ଆଶଙ୍କା ରହିଛି ।
ବଢୁଛି ସଂକ୍ରମଣ, ବଢୁଛି ଟେନସନ୍ । ଚିନ୍ତା ବଢାଉଛି ସ୍ଥାନୀୟ ସଂକ୍ରମଣ । ନିଆଁ ଭଳି ବ୍ୟାପିବାର ଆଶଙ୍କା । ହଟ ସ୍ପଟ୍ କୁ ଫେରିବ କି ରାଜଧାନୀ ? ଏକାଧିକ ସ୍ଥାନୀୟ ସଂକ୍ରମଣ ପରେ ଏଭଳି ଆଶା ଆଶଙ୍କା ବୃଦ୍ଧି ପାଇଛି । ରାଜଧାନୀ ଭୁବନେଶ୍ବରକୁ କଣ୍ଟେନେଣ୍ଟ ଜୋନ୍ ଫେରିବା ପରେ କୋରନା ସଂକ୍ରମଣକୁ ନେଇ ହୃଦ ସ୍ପନ୍ଦନ ବଢିବାରେ ଲାଗିଛି । ଡୁମଡୁମା ସୁବାସ ନବର ବସ୍ତିରେ ଏକାଧିକ ସ୍ଥାନୀୟ ସଂକ୍ରମିତ ଚିହ୍ନଟ ହେବା ପରେ ଶନିବାର ଏହି ଅଂଚଳକୁ କଣ୍ଟେନମେଣ୍ଟ ଜୋନ ଭାବେ ଘୋଷଣା କରି ଆକ୍ଟିଭ୍ ସର୍ଭେଲାନ୍ସ ଆରମ୍ଭ କରିଛି ବିଏମସି । ଏହାପରେ ଲୋକ ମାନଙ୍କ ପାଇଁ ଅତ୍ୟାବଶ୍ୟକୀୟ ସାମଗ୍ରୀ ଓ ସେବା ଯୋଗାଇବା ନିମନ୍ତେ ନିର୍ଦ୍ଦଷ୍ଟ ଗାଡି ସହ ପଜିଟିଭ୍ ଚିହ୍ନଟଙ୍କ ପରିବାରକୁ ପରୀକ୍ଷା ପାଇଁ ପଠାଯାଉଛି ।
ତେବେ ବସ୍ତି ଅଂଚଳକୁ ଗୁରୁତ୍ବ ଦେଇ ବିଏମସି ପକ୍ଷରୁ ପର୍ଯ୍ୟାୟକ୍ରମେ ଆଶାକର୍ମୀ, ଏଏନଏମ ଓ କୋଭଡି ସଚେତକ ମାନଙ୍କ ଦ୍ବାରା ବସ୍ତି ଓ ଘର ଘର ବୁଲି ସର୍ଭେ ଓ ଜାଂଚ୍ କରିବା ପ୍ରକ୍ରିୟା କରାଯାଉଥିବା ବେଳେ ଏବେ ଫେଲ୍ ମାରିଛି । ଏବେ ପୁଣି ବସ୍ତି ଅଂଚଳରରୁ ଏକାଧିକ ବିନା ଟ୍ରାଭେଲ ହିଷ୍ଟ୍ରିରେ ସଂକ୍ରମିତ ଚିହ୍ନଟ ପରେ ଏହାର ବ୍ୟାପକତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ତେବେ ଉକ୍ତ ଅଂଚଳରେ ଲୋକ ମାନଙ୍କୁ ଘରେ ରହିବାକୁ ନିର୍ଦ୍ଦେଶ ଦେବା ସହ ୨୪ ଘଣ୍ଟିଆ ପୋଲିସ ଆଉଟପୋଷ୍ଟ କରି ନଜର ରଖାଯାଇଛି ।
ଭୁବନେଶ୍ବରରେ ଏଯାଏଁ ମୋଟ କୋରୋନା ୧୮୫ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ସେଥିରୁ ୯୩ ଜଣ ସୁସ୍ଥ, ୮୮ ଜଣ ଚିକିସ୍ତ୍ରିତ ଓ ୩ ଜଣଙ୍କର ମୃତ୍ୟୁ ଘଟିଛି । ତେବେ ଏକାଧିକ ସ୍ଥାନୀୟ ସଂକ୍ରମଣ ଯେ ଗୋଷ୍ଠୀ ସଂକ୍ରମଣ ଆଡକୁ ମୁହାଁଇବ ତାହାକୁ ଏଡାଇ ଦିଆଯାଇନପାରେ । ଏଥିପାଇଁ ଉଭୟ ପ୍ରଶାସନ ଓ ଜନସାଧାରଣ ଆହୁରି ସଚେତନ ହେବା ଆବଶ୍ୟକ ।