ନକଲି କୋରୋନା ଔଷଧ ରାକେଟ କାର୍ପଟଦାର ଗିରଫ
Advertisement

ନକଲି କୋରୋନା ଔଷଧ ରାକେଟ କାର୍ପଟଦାର ଗିରଫ

ତଦନ୍ତରେ ଏସଟିଏଫ ଟିମ ରାଜ୍ୟ ବାହାରକୁ ଯାଇଥିବା ବେଳେ ଏହି ରାକେଟ ମୂଳରେ ରହିଥିବା ବଡବଡିଆଙ୍କୁ ଧରିବାକୁ ଚେଷ୍ଟା ଚାଲିଛି ବୋଲି ଜଣାଇଛନ୍ତି ଡିଜି। 

ନକଲି କୋରୋନା ଔଷଧ ରାକେଟ କାର୍ପଟଦାର ଗିରଫ

ଭୁବନେଶ୍ବର: କୋଭିଡ ମହାମାରୀ ସମୟରେ ମଧ୍ୟ ଚାଲିଛି ନକଲି ଔଷଧ କାରବାର। ଏପରି ଏକ ରାକେଟ ଚଲାଉଥିବା କାର୍ପଟଦାର ଶିବ ଜେନାକୁ ଗିରଫ କରି କୋର୍ଟଚାଲାଣ କରିଛି କ୍ରାଇମବ୍ରାଞ୍ଚ ଏସଟିଏଫର ସ୍ୱତନ୍ତ୍ର ଟିମ୍। ମେଡିଲୟଡ କମ୍ପାନୀ ଏମ.ଡି ଶିବଙ୍କୁ ଗିରଫ କରି କଟକ ଜିଲ୍ଲା ଜଜଙ୍କ କୋର୍ଟରେ ହାଜର କରିଥିଲା ଏସଟିଏଫ। କୋରୋନା ସଂକଟ ବେଳେ ଏପରି ନକଲି ଔଷଧ ବିକ୍ରି କରୁଥିବା ରାକେଟର ପର୍ଦ୍ଦାଫାଶ କରିବା କ୍ରାଇମବ୍ରାଞ୍ଚ ପାଇଁ ଏହା ବଡ ସଫଳତା ବୋଲି ପୋଲିସ କହିଛନ୍ତି ଡିଜି। 

ତଦନ୍ତରେ ଏସଟିଏଫ ଟିମ ରାଜ୍ୟ ବାହାରକୁ ଯାଇଥିବା ବେଳେ ଏହି ରାକେଟ ମୂଳରେ ରହିଥିବା ବଡବଡିଆଙ୍କୁ ଧରିବାକୁ ଚେଷ୍ଟା ଚାଲିଛି ବୋଲି ଜଣାଇଛନ୍ତି ଡିଜି। ଗିରଫ ଶିବ ଜେନା ଔଷଧ ବିତରଣ (Drug Distribution) କରିବା ପୂର୍ବରୁ ମେଡିସିନ ରିପ୍ରେଜେନଟେଟିଭ (Medicine Representative) ଭାବେ କାମ କରୁଥିଲେ। ଏହି ସମୟରେ ନକଲି ଔଷଧ ରାକେଟ ଚଳାଉଥିବା ମାଷ୍ଟର ମାଇଣ୍ଡ ସୁଦୀପ ମୁଖାର୍ଜୀଙ୍କ ସମ୍ପର୍କରେ ଆସିଥିଲା। ଟଙ୍କା ରୋଜଗାର ପାଇଁ ନକଲି ଔଷଧ ବିକ୍ରି କରିବା ସହଜ ଉପାୟ ଭାବି ଆରମ୍ଭ କରିଦେଇଥିଲେ ବ୍ୟବସାୟ। 

Also Read: ନକଲି ଔଷଧ ମିଳିବା ପରେ Dist Drugs Dept ପକ୍ଷରୁ ଯାଞ୍ଚ ଜାରି

 

 

କୋରୋନା ମହମାରୀ ସମୟରେ ଫାବିଫିରାବିର ଔଷଧର (Favipiravir Medicine) ମାତ୍ରାଧିକ ଆବଶ୍ୟକତାକୁ ନଜରରେ ରଖି ଓଡିଶା ସମେତ ଅନେକ ସ୍ଥାନରେ ଏପରି ନକଲି ଔଷଧ ବିକ୍ରି କରିବା ଆରମ୍ଭ କରିଦେଇଥିଲେ ସେମାନେ। ଟଙ୍କା ରୋଜଗାର କରିବା ପୂର୍ବରୁ ମହାରାଷ୍ଟ୍ର ପୋଲିସ ହାବୁଡରେ ପଡିଯାଇଥିଲା ମାଷ୍ଟର ମାଇଣ୍ଡ ସୁଦୀପ ମୁଖାର୍ଜୀ। ଏସଟିଏଫ ମହାରାଷ୍ଟ୍ର, ଉତ୍ତର ପ୍ରଦେଶ ସହ ଓଡିଶାରେ ତଦନ୍ତ ପଇଁ ୩ ଟିମ ଗଠନ କରିଥିବା ବେଳେ ଧିରେ ଧିରେ ଅନ୍ୟ ଅଭିଯୁକ୍ତ ଧରାପଡିବା ଆରମ୍ଭ ହୋଇଥିଲେ। 

Also Read: ସମ୍ବଲପୁରରୁ ନକଲି କୋରୋନା ଔଷଧ ଜବତ

 

ଏବେ ମଧ୍ୟ ରାକେଟ ସହ ଜଡିତ ଅନେକ କାର୍ପଟଦାର ଫେରାର ଥିବା ବେଳେ ତାଲିକା ତିଆରି କରି ସେମାନଙ୍କୁ ଧରିବାକୁ ଉଦ୍ୟମ ଜାରି ରଖିଛି କ୍ରାଇମବ୍ରାଞ୍ଚ (Crimne Branch)। ସୋମବାର ଶିବ ଜେନା ଗିରଫ ମାମଲାର କେସ ଡାଏରୀ ଦାଖଲ କରାଯିବ। ନକଲି ଔଷଧ କାରବାରରେ ଦିନକ ତଳେ ଶିବ ଜେନାଙ୍କ ସ୍ତ୍ରୀ ତଥା କମ୍ପାନୀ ନିର୍ଦ୍ଦେଶକ ଶୁଭଲକ୍ଷ୍ମୀ ଜେନା ଏବଂ କମ୍ପାନୀର କର୍ମଚାରୀ ପ୍ରୀତିରଞ୍ଜନ ପରିଡା, ସତ୍ୟ ପ୍ରକାଶ ମହାନ୍ତିଙ୍କୁ ଗିରଫ କରି କୋର୍ଟ ଚାଳଣ କରିଛି ଏସଟିଏଫ।  

Also Read: ଜିଲ୍ଲାକୁ ଲମ୍ବିଛି ନକଲି ଔଷଧ କାରବାରର ଚେର; ଡ୍ରଗ୍ସ ବିଭାଗ ପକ୍ଷରୁ ଚଢ଼ାଉ

 

ଗତ ୪ ଦିନ ହେବ କ୍ରାଇମବ୍ରାଞ୍ଚ ଏସଟିଏଫ ନକଲି କୋଭିଡ ଔଷଧ ରାକଟେ ଚେର ଖୋଜି ଏହାର ମାଷ୍ଟର ମାଇଣ୍ଡ ସୁଦୀପ ମୁଖାର୍ଜୀ ପାଖରେ ପହଞ୍ଚିଛି। ମୁମ୍ବାଇ ସମତାନଗର ପୁଲିସ ସହ ମିଶି ଏସଟିଏଫ ଜେରା କରିଛି। ଗୋଟିଏ ପରେ ଗୋଟେ ଲିଙ୍କ ଖୋଲିବା ସହ ଓଡ଼ିଶାରୁ ଏହି କାରବାରରେ କିଏ କିଏ ସାମିଲ ଅଛନ୍ତି ସେ ନେଇ ମାଷ୍ଟର ମାଇଣ୍ଡ ସୁଦୀପର ସୂଚନା ଅନୁସାରେ ତାଲିକା ପ୍ରସ୍ତୁତ କରୁଛି କ୍ରାଇମବ୍ରାଞ୍ଚ। ମୁମ୍ବାଇ ପୁଲିସକୁ ମିଳିଥିବା ସୂଚନା ଅନୁସାରେ ସୁଦୀପ ଏକା ଏହି ରାକେଟ ଚଳାଉ ନଥିଲା। ତାକୁ ଓଡିଶାର ଅନେକ ବ୍ୟକ୍ତି ସହଯୋଗ କରୁଥିଲା। ତାକୁ ଧରିବା ପାଇଁ ମୁମ୍ବାଇ ପୁଲିସର ୩ଟି ଟିମ୍ ବିଭିନ୍ନ ସ୍ଥାନରେ ଚଢ଼ାଉ କରିଥିଲା। ପ୍ୟାକେଜିଂ ଏବଂ ସପ୍ଲାଏ ଦାୟୀତ୍ବ ସୁଦୀପ ବୁଝାବୁଝି କରୁଥିଲା। ଓଡ଼ିଶାରେ ସପ୍ଲାଏ ଦାୟିତ୍ବରେ କିଏ ଥିଲେ ଏବଂ ନକଲି କାଗଜ ପ୍ରସ୍ତୁତ କରିବାରେ କେଉଁଠୁ ସହଯୋଗ ମିଳୁଥିଲା ତାହା ମଧ୍ୟ ଜାଣିବାକୁ ଚେଷ୍ଟା ଚଳାଇଛି ଏସଟିଏଫ୍।