ରାଜ୍ୟରେ ସେପ୍ଟେମ୍ୱର ସୁଦ୍ଧା ଥମିବ କୋରୋନା ପ୍ରକୋପ !
Advertisement

ରାଜ୍ୟରେ ସେପ୍ଟେମ୍ୱର ସୁଦ୍ଧା ଥମିବ କୋରୋନା ପ୍ରକୋପ !

କୋରୋନାକୁ ନେଇ ରାଜ୍ୟ ସରକାରଙ୍କୁ ମିଳୁଛି ଆଶ୍ୱସ୍ତି । ନିର୍ଦ୍ଧାରିତ ଦୈନିକ ୫୦ ହଜାର ଚେଷ୍ଟିଂକୁ ସମୟ ପୂର୍ବରୁ ପାର କରାଯାଇଛି । ଫଳରେ କୋରୋନା ରୋଗୀଙ୍କ ସଂଖ୍ୟା ସ୍ପଷ୍ଟ ହୋଇପାରୁଛି । 

ରାଜ୍ୟରେ ସେପ୍ଟେମ୍ୱର ସୁଦ୍ଧା ଥମିବ କୋରୋନା ପ୍ରକୋପ !

ସରୋଜ ବେହେରା, ଭୁବନେଶ୍ୱର:-ଟେଷ୍ଟ ବଢିବା ସହ ରାଜ୍ୟରେ କୋରୋନା ସ୍ଥିତି ଯେଥେଷ୍ଟ ଭଲ ରହିଛି । ଗତ ତିନି ଦିନ ମଧ୍ୟରେ ଦେଢ ଲକ୍ଷ କୋଭିଡ ପରୀକ୍ଷା(COVID-19 Test) କରାଯାଇଥିବା ବେଳେ ପଜିଟିଭ ସଂଖ୍ୟା ରହିଛି ୭୪୬୬ । ଏହି ସଂଖ୍ୟା ପୂର୍ବ ସଂଖ୍ୟାଠାରୁ ଯଥେଷ୍ଟ କମ୍ ରହିଛି । ଟେଷ୍ଟ ବଢିଛି ମୃତ୍ୟୁ ହାର ଓ ସଂକ୍ରମଣ ହାର ବି କମିଛି । ଯାହା ସରକାର ଓ ରାଜ୍ୟବାସୀଙ୍କ ପାଇଁ ଆଶ୍ୱସ୍ତି ଦେଇଛି । ଯଦିଓ ସେପ୍ଟେମ୍ୱର ମାସରେ ପୁଣି ସଂଖ୍ୟା ବୃଦ୍ଧି ପାଇବ ତଥାପି ଏହା ପରବର୍ତ୍ତୀ ସମୟରେ କମିବ । ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ସେରୋ ସର୍ଭେ(Sero Survey) ସରିଥିବା ବେଳେ ଦ୍ୱିତୀୟ ପର୍ଯ୍ୟାୟ ସେରୋ ସର୍ଭେ ପାଇଁ ପ୍ରସ୍ତୁତି ଆରମ୍ଭ କରିଛନ୍ତି ରାଜ୍ୟ ସରକାର(Odisha Govt) । 

ଅଧିକ ପଢ଼ନ୍ତୁ:-ଖୁସି ଖବର: ଏହି ରାଜ୍ୟରେ ବିନା ସୁଧରେ ଚାଷୀଙ୍କୁ ମିଳିବ ୩ ଲକ୍ଷ ଟଙ୍କା ପର୍ଯ୍ୟନ୍ତ କୃଷି ଋଣ

କୋରୋନାକୁ ନେଇ ରାଜ୍ୟ ସରକାରଙ୍କୁ ମିଳୁଛି ଆଶ୍ୱସ୍ତି । ନିର୍ଦ୍ଧାରିତ ଦୈନିକ ୫୦ ହଜାର ଚେଷ୍ଟିଂକୁ ସମୟ ପୂର୍ବରୁ ପାର କରାଯାଇଛି । ଫଳରେ କୋରୋନା ରୋଗୀଙ୍କ ସଂଖ୍ୟା ସ୍ପଷ୍ଟ ହୋଇପାରୁଛି । ଗତ ୩ ଦିନ ମଧ୍ୟରେ ରାଜ୍ୟରେ ଦେଢ ଲକ୍ଷରୁ ଅଧିକ କୋଭିଡ ପରୀକ୍ଷା(Coronavirus Test) କରାଯାଇଥିବା ବେଳେ ପଜିଟିଭ ସଂଖ୍ୟା ୭୪୬୬ ରହିଛି । ଅଧିକ ସଂଖ୍ୟାରେ ପରୀକ୍ଷା କରାଯାଉଥିଲେ ମଧ୍ୟ କୋରୋନା ପଜିଟିଭ(Corona Positive) ସଂଖ୍ୟାରେ ସେଭଳି ବୃଦ୍ଧି ନ ହେବା ସରକାର ଓ ରାଜ୍ୟବାସୀଙ୍କ ପାଇଁ ଆଶ୍ୱସ୍ତି ଆଣିଛି । ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ(WHO) ତଥା କେନ୍ଦ୍ର ସରକାର(Central Govt) କୋରୋନା ରୋକିବା ପାଇଁ ରଖିଥିବା ୩ ପଲିସିରୁ ଓଡିଶାରେ ସଂକ୍ରମଣ କମିଥିବା ଜୈବ ବିଜ୍ଞାନ ସଂସ୍ଥାନ ପକ୍ଷରୁ କୁହାଯାଇଛି । ଯଦିଓ ରାଜ୍ୟରେ କୋରୋନା ଭୂତାଣୁ(Coronavirus) ନେଇ ଦ୍ୱିତୀୟ ପର୍ଯ୍ୟାୟ ପରୀକ୍ଷା ଆରମ୍ଭ ହେବାକୁ ଯାଉଛି । ଏଥିପାଇଁ ୧୨୦ ଜଣଙ୍କ ନମୁନା ସଂଗ୍ରହ କରାଯାଇଛି । ଯାହାର ରିପୋର୍ଟ ଆସନ୍ତା ମାସ ପ୍ରକାଶ ପାଇବ । ଟେଷ୍ଟ ବଢିଲେ ପସିଟିଭ ନମ୍ବର ବଢିବ । ସେପ୍ଟେମ୍ୱର ପ୍ରଥମ ସପ୍ତାହରେ ଏହି ସଂଖ୍ୟା ପିକକୁ ଯାଇ ତା ପରେ କମିବ । କେରଳରେ କୋରୋନା ସଂଖ୍ୟା ସମ୍ପୂର୍ଣ୍ଣ କମିକି ପୁଣି ଥରେ ବଢ଼ିବା ଦେଖାଯାଇଛି । ତେଣୁ ଏହି ନୂଆ ଭୁତାଣୁ ସମ୍ପର୍କରେ କିଛି ସଠିକ ଭାବେ କହିବା ସମ୍ଭବ ନୁହେଁ ବୋଲି କହିଛନ୍ତି ଆଇଏଲଏସ ନିର୍ଦ୍ଦେଶକ ଅଜୟ ପରିଡା ।   

ଅଧିକ ପଢ଼ନ୍ତୁ:-ମଧ୍ୟବିତ୍ତଙ୍କ ପାଇଁ ଖୁସି ଖବର, ଖୁବ୍ ଶୀଘ୍ର ଏହି ଉପହାର ଦେବାକୁ ଯାଉଛନ୍ତି ମୋଦି ସରକାର

କୋରୋନାର ପ୍ରକାର ଭେଦକୁ ନେଇ ରୋଗୀଙ୍କ ଚିକିତ୍ସା କରିବା ସୁବିଧା ହେବ । ପୂର୍ବରୁ ରାଜ୍ୟରେ ୫ ପ୍ରକାର କୋରୋନା ଭୁତାଣୁ ଥିବା ଜଣାପଡିଥିଲା । ଏହା ସହ ରାଜ୍ୟର ବିଭିନ୍ନ ଅଂଚଳ ଲୋକଙ୍କ ରକ୍ତ ନମୁନା ନେଇ ସେମାନଙ୍କ ଦେହରେ କୋରୋନା ଭୂତାଣୁ ସହ ଲଢିବା ଭଳି କ୍ଷମାତା ଉତ୍ପାଦନ ହୋଇଛି କି ନାହିଁ ପରୀକ୍ଷା କରାଯିବ । ପ୍ରଥମ ପର୍ଯ୍ୟାୟରେ ପୁରୀ, ଗଂଜାମ, କଟକ ଆଦି ଜିଲ୍ଲାରେ ସେରୋ ସର୍ଭେ ସରିଥିବା ବେଳେ ଦ୍ୱିତୀୟ ପର୍ଯ୍ୟାୟ ପାଇଁ ଭୁବନେଶ୍ୱରରେ ପ୍ରସ୍ତୁତି କରାଯାଉଛି । ଏଥିପାଇଁ ଆଂଚଳିକ ଆୟୁର୍ବିଜ୍ଞାନ ଅନୁସନ୍ଧାନ କେନ୍ଦ୍ର ବିଏମସି(BMC) ସହ ଆଲୋଚନା ଆରମ୍ଭ କରିଛି । ଚଳିତ ମାସ ଶେଷ ସୁଦ୍ଧା ଦ୍ୱିତୀୟ ପର୍ଯ୍ୟାୟ ସେରୋ ସର୍ଭେ ଆରମ୍ଭ ହେବ ବୋଲି ଜଣାପଡିଛି । ସେରୋ ସର୍ଭେ କରି ଲୋକଙ୍କ ଦେହରେ କେଉଁ ଭୂତାଣୁ ଅଛି ଓ ତା ସହ ଲଢିବାରେ ଓଡିଶାବାସୀ କେତେ ସଂକ୍ଷମ ତାହା ଜଣାପଡିବ ବୋଲି କହିଛନ୍ତି ବିଶେଷଜ୍ଞ ଡାକ୍ତର ଭେଙ୍କଟେସ୍ ରାଓ ।  

ଅଧିକ ପଢ଼ନ୍ତୁ:-ରାଜସ୍ଥାନରୁ ଆସିଲା ବଡ଼ ଖବର, ରାଜ୍ୟ କଂଗ୍ରେସରେ ବଡ଼

ବିଶେଷଜ୍ଞଙ୍କ ମତ ରାଜ୍ୟରେ ବର୍ତମାନ କୋରୋନା ସ୍ଥିତି ସ୍ୱଭାବିକ ହେବାରେ ଲାଗିଛି । ଆଗକୁ ପରିସ୍ଥିତି ଆହୁରି ସୁଧୁରିବ । ଅନ୍ୟ ରାଜ୍ୟ ତୁଳନାରେ ଓଡିଶାର ସ୍ଥିତ ଯଥେଷ୍ଟ ଭଲ ରହିଛି । ଲୋକଙ୍କ ସହଯୋଗ ମିଳିଲେ ଆଗକୁ କରୋନା ବିପକ୍ଷରେ ଲଢେଇର ସଫଳତା ମିଳିବ ବୋଲି କୁହାଯାଉଛି ।