ଜଟଣୀ ବାଣବଜାରରେ ଜମୁଛି ଗ୍ରାହକଙ୍କ ଭିଡ଼

ଆଜି ଆଲୋକର ପର୍ବ ଦୀପାବଳି। ସେଥିପାଇଁ ଏବେ ସବୁଠି ଉତ୍ସବମୁଖର ପରିବେଶ। ଉପକୂଳ ଓଡ଼ିଶାର ବାଣ ବ୍ୟବସାୟର କେନ୍ଦ୍ରସ୍ଥଳୀ କୁହାଯାଉଥିବା ଜଟଣୀରେ ଏବେ ଗ୍ରାହକଙ୍କ ଭିଡ଼ ଜମିଛି। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ବାଣ ବିକ୍ରି ଓ ଫୁଟାଇବା ଉପରେ ବିଭିନ୍ନ କଟକଣା ଲାଗୁ କରାଯାଇଥିବା ବେଳେ ଚଳିତ ବର୍ଷ ଜଟଣୀ ହନୁମାନ ବାଟିକାରେ ସମ୍ମୁହ ବାଣ ଦୋକାନ ନିର୍ମାଣ କରାଯାଇଛି।

 ଜଟଣୀ ବାଣବଜାରରେ ଜମୁଛି ଗ୍ରାହକଙ୍କ ଭିଡ଼

ଖୋର୍ଦ୍ଧା: ଆଜି ଆଲୋକର ପର୍ବ ଦୀପାବଳି। ସେଥିପାଇଁ ଏବେ ସବୁଠି ଉତ୍ସବମୁଖର ପରିବେଶ। ଉପକୂଳ ଓଡ଼ିଶାର ବାଣ ବ୍ୟବସାୟର କେନ୍ଦ୍ରସ୍ଥଳୀ କୁହାଯାଉଥିବା ଜଟଣୀରେ ଏବେ ଗ୍ରାହକଙ୍କ ଭିଡ଼ ଜମିଛି। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ବାଣ ବିକ୍ରି ଓ ଫୁଟାଇବା ଉପରେ ବିଭିନ୍ନ କଟକଣା ଲାଗୁ କରାଯାଇଥିବା ବେଳେ ଚଳିତ ବର୍ଷ ଜଟଣୀ ହନୁମାନ ବାଟିକାରେ ସମ୍ମୁହ ବାଣ ଦୋକାନ ନିର୍ମାଣ କରାଯାଇଛି। ସେପଟେ ଲଘୁଚାପ ବର୍ଷା ବ୍ୟବସାୟକୁ ସାମାନ୍ୟ ଫିକା କରିଦେଇଥିବା ବେଳେ ତଥାପି ଗ୍ରାହକଙ୍କ ମଧ୍ୟରେ ସମାନ ଉତ୍ସାହ ରହିଛି।

 ଧୁମଧାମରେ ଦୀପାବଳି ପାଳନ କରିବା ପାଇଁ ସମସ୍ତେ ପ୍ରସ୍ତୁତ। ସେପଟେ ବାଣ ବଜାରରେ ଦେଖିବାକୁ ମିଳୁଛି ପ୍ରବଳ ଭିଡ଼। ଆଉ ଏଥିରୁ ବାଦ୍ ପଡିନି ଖୋର୍ଦ୍ଧା ଜିଲ୍ଲା। ଜଟଣୀରେ ଏବେ ବାଣ ଦୋକାନରେ ଭଳିକିଭଳି ରଙ୍ଗବେରଙ୍ଗର ବାଣ କିଣିବା ପାଇଁ ଲୋକଙ୍କ ଭିଡ଼। ସେପଟେ ସୁପ୍ରିମକୋର୍ଟଙ୍କ ଗାଇଡ଼ଲାଇନ ପାଳନ କରିବାକୁ କମିଶନରେଟ୍ ପୋଲିସର କଡ଼ା ନିର୍ଦ୍ଦେଶ। ଏହାକୁ ଦୃଷ୍ଟିରେ ରଖି ଚଳିତ ବର୍ଷ ଅଗ୍ନିଶମ ବିଭାଗ ପକ୍ଷରୁ ବାଣ ବ୍ୟବସାୟୀଙ୍କୁ ଜଟଣୀ ହନୁମାନ ବାଟିକାରେ ସମୁହ ବାଣ ଦୋକାନ କରିବା ପାଇଁ ଅନୁମତି ମିଳିଛି ।

  

ପ୍ରତିବାଣ ଦୋକାନରେ ଅଗ୍ନି ନିର୍ବାପକ ସିଲିଣ୍ଡର, ବାଲିବସ୍ତା, ପର୍ଯ୍ୟାପ୍ତ ପାଣି ମହଜୁଦ୍ ରଖିବା ସହ ପ୍ରତି ଦୋକାନ ମଧ୍ୟରେ ୧୦ଫୁଟ୍ ବ୍ୟବଧାନ ରଖାଯାଇଛି। ତେବେ ଜଟଣୀରେ ସୁଲଭ ଦର ଓ ଭିନ୍ନଭିନ୍ନ ପ୍ରକାର ବାଣ ମିଳୁଥିବାରୁ କେବଳ ଆଖପାଖ ଅଞ୍ଚଳ ନୁହେଁ ରାଜ୍ୟର ବିଭିନ୍ନ ସ୍ଥାନରୁ ଗ୍ରାହକ ପ୍ରତିବର୍ଷ ଦୀପାବଳି ସମୟରେ ଜଟଣୀକୁ ବାଣ କିଣିବାକୁ ଆସିଥାନ୍ତି। ଚଳିତ ବର୍ଷ ପ୍ରଦୂଷଣମୁକ୍ତ ଓ କମ୍ ଶବ୍ଦ କରୁଥିବା ବାଣ ଉପରେ ବିଶେଷ ଗୁରୁତ୍ୱ ଦିଆଯାଇଛି। ଐତିହ୍ୟ, ସଂସ୍କୃତି ଓ ପରମ୍ପରାର ପର୍ବ ଦୀପାବଳିକୁ ପାଳନ କରିବା ପାଇଁ ପିଲାଠୁବଡ଼ ପର୍ଯ୍ୟନ୍ତ ସମସ୍ତେ ଉତ୍ସାହର ସହ ପାଳନ କରୁଛନ୍ତି।