୧୦ ଦିନରେ ୧୦ ଡ୍ରଗ୍ସ ବେପାରୀ ଗିରଫ
Advertisement

୧୦ ଦିନରେ ୧୦ ଡ୍ରଗ୍ସ ବେପାରୀ ଗିରଫ

ଆକ୍ସନ ମୁଡ଼ରେ କ୍ରାଇମବ୍ରାଞ୍ଚ ଏସଟିଏଫ

ପ୍ରତୀକାତ୍ମକ ଫଟୋ

ସରୋଜ ବେହେରା, ଭୁବନେଶ୍ୱର: ପିପିଲିରେ କ୍ରାଇମବ୍ରାଞ୍ଚ ଏସଟିଏଫର ଚଢାଉ । ବ୍ରାଉନସୁଗର ବିକ୍ରି କରୁଥିବା ବେଳେ ଜଣଙ୍କୁ ଗିରଫ କରିଛି ଏସଟିଏଫ । ଗିରଫ ଅଭିଯୁକ୍ତ ଜମିର ମହମ୍ମଦ ନିକଟରୁ ୧୫ ଗ୍ରାମ ବ୍ରାଉନସୁଗର, ୬୭ ହଜାର ଟଙ୍କା ଜବତ ହୋଇଛି ।

ବ୍ରାଉନସୁଗର ଚାଲାଣ ରୋକିବା ଲାଗି କ୍ରାଇମବ୍ରାଞ୍ଚ ପୁରୀ, ବାଲେଶ୍ୱର, ଭୁବନେଶ୍ୱର, ଅନୁଗୋଳ, ଢେଙ୍କାନାଳ, ଖୋର୍ଦ୍ଧ, ଜଟଣୀ ଆଦି ଅଞ୍ଚଳରେ ଚଢାଉ କରିଛି । ୧୦ ଦିନରେ ଗିରଫ ହେଲେଣି ୧୦ ବ୍ରାଉନସୁଗର ବେପାରୀ । ସେମାନଙ୍କ ନିକଟରୁ ୭୮ ଗ୍ରାମ ବ୍ରାଉନସୁଗର ଏବଂ ୯ ଲକ୍ଷ ୮ ହଜାର ଟଙ୍କା ଜବତ ହୋଇଛି ।

ଆହୁରି ପଢ଼ନ୍ତୁ; ଇଭିଏମକୁ ନା, ଉତ୍ତରାଖଣ୍ଡ ଯୁବକଙ୍କ ନିଆରା ଉଦ୍ୟମ ପଦଯାତ୍ରା