close

खास खबरें सिर्फ आपके लिए...हम खासतौर से आपके लिए कुछ चुनिंदा खबरें लाए हैं. इन्हें सीधे अपने मेलबाक्स में प्राप्त करें.

କଲବଲ କରିବ ବୁଲବୁଲର ପ୍ରଭାବ ! ନିର୍ଦ୍ଧୁମ ଛେଚିବ

ବୁଲବୁଲ ପ୍ରଭାବରେ ୮ ତାରିଖ(ଶୁକ୍ରବାର) ଠାରୁ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହେବ । ୯ ତାରିଖରେ ଘଣ୍ଟାପ୍ରତି ୭୦ରୁ ୮୦ କିମି ବେଗରେ ପବନ ବହିବ । ତେଣୁ ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ୯ ଜିଲ୍ଲାର ଜିଲ୍ଲାପାଳମାନଙ୍କୁ ସତର୍କ ରହିବାକୁ ଏସଆରସି ସୂଚନା ଦେଇଛନ୍ତି । ୯ ଜିଲ୍ଲା ମଧ୍ୟରେ ପୁରୀ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ, ବାଲେଶ୍ୱର, କଟକ, ଯାଜପୁର, ଖୋର୍ଦ୍ଧା, ମୟୂରଭଞ୍ଜ ରହିଛି ।

କଲବଲ କରିବ ବୁଲବୁଲର ପ୍ରଭାବ ! ନିର୍ଦ୍ଧୁମ ଛେଚିବ
Cyclone Bulbul may trigger havey rain.

ବିଭୂତି ଭୂଷଣ ଦାସ, ଭୁବନେଶ୍ୱର: ବାତ୍ୟା ବୁଲବୁଲ ଗତିପଥ ପରିବର୍ତ୍ତନ କରିଛି ହେଲେ, ଓଡ଼ିଶାରେ ପଡ଼ିବ ଏହାର ପ୍ରଭାବ । ବାତ୍ୟା ବୁଲବୁଲ ଗତିପଥ ପରିବର୍ତ୍ତନ କରି ବାଂଲାଦେଶ ମୁହାଁ ହୋଇଛି, କିନ୍ତୁ ଏହାର ପ୍ରଭାବ ରାଜ୍ୟ ଉପରେ ପଡ଼ିବ । ଓଡ଼ିଶାର ଉପକୂଳବର୍ତ୍ତି ଜିଲ୍ଲା ଗୁଡ଼ିକରେ ପ୍ରବଳ ବର୍ଷା ହେବା ସହ ପବନ ହେବାର ସମ୍ଭାବନା ରହିଛି । ବୁଲବୁଲ ପ୍ରଭାବରେ ୮ ତାରିଖ(ଶୁକ୍ରବାର) ଠାରୁ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହେବ । ୯ ତାରିଖରେ ଘଣ୍ଟାପ୍ରତି ୭୦ରୁ ୮୦ କିମି ବେଗରେ ପବନ ବହିବ । ତେଣୁ ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ୯ ଜିଲ୍ଲାର ଜିଲ୍ଲାପାଳମାନଙ୍କୁ ସତର୍କ ରହିବାକୁ ଏସଆରସି ସୂଚନା ଦେଇଛନ୍ତି । ୯ ଜିଲ୍ଲା ମଧ୍ୟରେ ପୁରୀ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ, ବାଲେଶ୍ୱର, କଟକ, ଯାଜପୁର, ଖୋର୍ଦ୍ଧା, ମୟୂରଭଞ୍ଜ ରହିଛି । ତେବେ ପ୍ରବଳ ବର୍ଷା ଓ ପବନକୁ ଦୃଷ୍ଟିରେ ରଖି ସ୍ୱତନ୍ତ୍ର ରିଲିଫ କମିଶନର ୯ ଜିଲ୍ଲାର ସମସ୍ତ ସ୍କୁଲ ଓ ଅଙ୍ଗନବାଡ଼ି କେନ୍ଦ୍ରକୁ ୯ ତାରିଖ ଛୁଟି ଘୋଷଣା କରିଛନ୍ତି । ପୂର୍ବରୁ କେନ୍ଦ୍ରାପଡ଼ା, ପୁରୀ, ଜଗତସିଂହପୁର ଜିଲ୍ଲାର ଜିଲ୍ଲାପାଳମାନେ ୨ ଦିନ ଲେଖାଏଁ ସ୍କୁଲ ଏବଂ ସମସ୍ତ ଅଙ୍ଗନବାଡ଼ି ଛୁଟି ଘୋଷଣା କରିଛନ୍ତି । ବାତ୍ୟା ପ୍ରଭାବିତ ଜିଲ୍ଲା ଗୁଡ଼ିକରେ ସମସ୍ତ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ କରାଯାଇଛି । ସମସ୍ତ ଅଧିକାରୀଙ୍କୁ ବିନା ଅନୁମତିରେ ଛୁଟି ନ ନେବାପାଇଁ ଜିଲ୍ଲାପାଳ ମାନେ ନିର୍ଦ୍ଦେଶ ଦେଇଛନ୍ତି । ବାତ୍ୟା ପ୍ରଭାବିତ ଜିଲ୍ଲା ଗୁଡିକର ଜିଲ୍ଲାପାଳମାନେ ବାତ୍ୟାକୁ ନେଇ ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛନ୍ତି । ପୂର୍ବରୁ ବାତ୍ୟା ଫନିରେ ସରକାର ନେଇଥିବା ପଦକ୍ଷେପକୁ ନେଇ ଅନେକ ସ୍ଥାନରୁ ଉଭୟ ପ୍ରଶଂସା ଓ ପୁରସ୍କାର ମିଳିସାରିଛି । ଏହି ବାତ୍ୟାର ମୁକାବିଲା ପାଇଁ ରାଜ୍ୟ ସରକାର ସମ୍ପୂର୍ଣ୍ଣ ପ୍ରସ୍ତୁତ ଥିବା ଜଣାପଡ଼ୁଛି ।