ବୁଲବୁଲ୍ ପାଇଁ ଓଡ଼ିଶାକୁ ମିଳିଲା ୫୫୨ କୋଟି ଟଙ୍କା କେନ୍ଦ୍ରୀୟ ସହାୟତା

ନଭେମ୍ବର ୯ରେ ପଶ୍ଚିମବଙ୍ଗରେ ଲ୍ୟାଣ୍ଡଫଲ୍  କରିଥିବା ବୁଲବୁଲ୍ ଓଡ଼ିଶା ସହିତ ପଶ୍ଚିମବଙ୍ଗରେ ତାଣ୍ଡବଳୀଳା ମଚାଇଥିଲା । ଏ ନେଇ ଲିଖିତ ଉତ୍ତର ରଖିଲେ କେନ୍ଦ୍ର ଗୃହ ରାଜ୍ୟମନ୍ତ୍ରୀ ଜି.କିଷାନ ରେଡ୍ଡୀ । ବାତ୍ୟା ବୁଲବୁଲ ନେଇ ପଶ୍ଚିମବଙ୍ଗ ସାଂସଦ ବିଦ୍ୟୁତ ବରାନ ମାହତ, ସୁଧିର ଗୁପ୍ତା, ମାଲା ରାୟ ଏକ ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ କହିଛନ୍ତି ବାତ୍ୟା କ୍ଷତିଗ୍ରସ୍ତ ପାଇଁ ଓଡ଼ିଶା ଏବଂ ପଶ୍ଚିମବଙ୍ଗ ଲାଗି କେନ୍ଦ୍ର ସହାୟତା ଘୋଷଣା କରି ସାରିଛି । ଓଡ଼ିଶା ପାଇଁ ୫୫୨ କୋଟି ଟଙ୍କା ଓ ପଶ୍ଚିମବଙ୍ଗ ଲାଗି ୪୧୪ କୋଟି ୯୦ ଲକ୍ଷର ସହାୟତା ଘୋଷଣା କରାଯାଇଥିବା ସେ କହିଛନ୍ତି । ତେବେ ଏ ପର୍ଯ୍ୟନ୍ତ ଉଭୟ ରାଜ୍ୟ ବିସ୍ତୃତ ରିପୋର୍ଟ କି ଦାବି ଜଣାଇ ନାହାନ୍ତି ବୋଲି ମନ୍ତ୍ରୀ କହିଛନ୍ତି । 

ବୁଲବୁଲ୍ ପାଇଁ ଓଡ଼ିଶାକୁ ମିଳିଲା ୫୫୨ କୋଟି ଟଙ୍କା କେନ୍ଦ୍ରୀୟ ସହାୟତା
ସୌଜନ୍ୟ: ସୋସିଆଲ ମିଡିଆ

ଗଗନ ବିଶ୍ୱାଳ, ନୂଆଦିଲ୍ଲୀ: ନଭେମ୍ବର ୯ରେ ପଶ୍ଚିମବଙ୍ଗରେ ଲ୍ୟାଣ୍ଡଫଲ୍  କରିଥିବା ବୁଲବୁଲ୍ ଓଡ଼ିଶା ସହିତ ପଶ୍ଚିମବଙ୍ଗରେ ତାଣ୍ଡବଳୀଳା ମଚାଇଥିଲା । ଏ ନେଇ ଲିଖିତ ଉତ୍ତର ରଖିଲେ କେନ୍ଦ୍ର ଗୃହ ରାଜ୍ୟମନ୍ତ୍ରୀ ଜି.କିଷାନ ରେଡ୍ଡୀ । ବାତ୍ୟା ବୁଲବୁଲ ନେଇ ପଶ୍ଚିମବଙ୍ଗ ସାଂସଦ ବିଦ୍ୟୁତ ବରାନ ମାହତ, ସୁଧିର ଗୁପ୍ତା, ମାଲା ରାୟ ଏକ ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ କହିଛନ୍ତି ବାତ୍ୟା କ୍ଷତିଗ୍ରସ୍ତ ପାଇଁ ଓଡ଼ିଶା ଏବଂ ପଶ୍ଚିମବଙ୍ଗ ଲାଗି କେନ୍ଦ୍ର ସହାୟତା ଘୋଷଣା କରି ସାରିଛି । ଓଡ଼ିଶା ପାଇଁ ୫୫୨ କୋଟି ଟଙ୍କା ଓ ପଶ୍ଚିମବଙ୍ଗ ଲାଗି ୪୧୪ କୋଟି ୯୦ ଲକ୍ଷର ସହାୟତା ଘୋଷଣା କରାଯାଇଥିବା ସେ କହିଛନ୍ତି । ତେବେ ଏ ପର୍ଯ୍ୟନ୍ତ ଉଭୟ ରାଜ୍ୟ ବିସ୍ତୃତ ରିପୋର୍ଟ କି ଦାବି ଜଣାଇ ନାହାନ୍ତି ବୋଲି ମନ୍ତ୍ରୀ କହିଛନ୍ତି । 

ଉଭୟ ରାଜ୍ୟଙ୍କ ପ୍ରାଥମିକ ରିପୋର୍ଟ ଅନୁସାରେ ପଶ୍ଚିମବଙ୍ଗରେ ୧୧ ଜୀବନ ହାନି ହୋଇଥିବା ବେଳେ ୩୫ ଲକ୍ଷ ଲୋକେ ପ୍ରଭାବିତ ହୋଇଥିଲେ । ଓଡ଼ିଶାରେ କୌଣସି ଜନ ଜୀବନ ହାନି ହୋଇ ନ ଥିବା ବେଳେ ୩୮ ଲକ୍ଷ ଲୋକ ପ୍ରଭାବିତ ହୋଇଥିବା ମନ୍ତ୍ରୀ ଉତ୍ତର ରଖିଛନ୍ତି । 2019-20 ଆର୍ଥିକ ବର୍ଷରେ state disaster response fundରେ ଏହି ଅର୍ଥ ରାଶି ଦିଆ ଯାଇଥିବା ମନ୍ତ୍ରୀ କହିଛନ୍ତି ।

ଓଡ଼ିଶାରେ ବାତ୍ୟା ବୁଲବୁଲ ପ୍ରଭାବରେ, ବାଲେଶ୍ଵର, କେନ୍ଦ୍ରାପଡ଼ା, ଜଗତସିଂହପୁର, ଯାଜପୁର ଓ ମୟୂରଭଞ୍ଜ ସମେତ ୬ଟି ଜିଲ୍ଲାର ସରକାରୀ ଓ ଘରୋଇ ସମ୍ପତ୍ତିର ବ୍ୟାପକ କ୍ଷୟକ୍ଷତି ଘଟିଛି । ବାତ୍ୟା ବୁଲବୁଲ ପ୍ରଭାବରେ ରାଜ୍ୟରେ ପ୍ରାୟ ୩ ଲକ୍ଷ ହେକ୍ଟର ଧାନ ଫସଲ ନଷ୍ଟ ହୋଇଛି । ସେଥି ମଧ୍ୟରୁ ୨ ଲକ୍ଷରୁ ଅଧିକ ହେକ୍ଟର ଜମିରେ ୩୩ ପ୍ରତିଶତରୁ ଅଧିକ ଫସଲ ନଷ୍ଟ ହୋଇଛି । ସେହିଭଳି ୫୫୦୦ଟି ଘର ଆଂଶିକ ଭାଙ୍ଗିଥିବା ବେଳେ ସମ୍ପୂର୍ଣ୍ଣ ଭାଙ୍ଗିଥିବା ଘର ସଂଖ୍ୟା କମ୍ ରହିଥିବା ରାଜ୍ୟ ସରକାର କହିଥିଲେ ।

ଏହା ପରେ ସାତ ଜଣିଆ ଆନ୍ତଃ ମନ୍ତ୍ରଣାଳୟ କେନ୍ଦ୍ରୀୟ ଦଳର ଓଡ଼ିଶା ଗସ୍ତ କରି ସମୀକ୍ଷା ବୁଲବୁଲ କ୍ଷୟକ୍ଷତି ଅନୁଧ୍ୟାନ କରିଥିଲେ। ଅନ୍ୟପଟେ ଆଜି ଫନି ବାତ୍ୟା ପାଇଁ ଓଡ଼ିଶାକୁ କେନ୍ଦ୍ର ୪୬୭୯.୦୯ କୋଟି ଟଙ୍କାର ଆର୍ଥିକ ସହାୟତା ଦିଆଯାଇଛି କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ନିତ୍ୟାନନ୍ଦ କହିଛନ୍ତି । ଏହି ଅର୍ଥ ସଠିକ ରୂପେ କାର୍ଯ୍ୟକାରୀ ହୋଇ ନ ଥିବା ସାଂସଦ ଜୁଏଲ ଓରାମ ଲୋକସଭାରେ ପ୍ରଶ୍ନ କରିଥିଲେ । 

ପୁରୀ ସାଂସଦ ପିନାକୀ ମିଶ୍ର ମଧ୍ୟ ଏ ପ୍ରସଙ୍ଗ ଗୃହରେ ଉଠାଇଥିଲେ । ପିନାକୀ କହିଥିଲେ ଯେ ଓଡ଼ିଶା ଭଳି ରାଜ୍ୟ ଯେଉଁଠାରେ ପ୍ରାୟ ସମୟ ପ୍ରାକୃତିକ ବିପର୍ଯ୍ୟୟ ହେଉଛି ପୂର୍ବରୁ ହୋଇଥିବା ମହାବାତ୍ୟା ଓ ଫନି ବାତ୍ୟା ପରେ ଓଡ଼ିଶାର ପ୍ରବଳ କ୍ଷତି ହୋଇଛି । ତେଣୁ ଅଧିକ ଅର୍ଥ ଓଡ଼ିଶା ପାଇଁ ସେ ଦାବି କରିଥିଲେ ।