ରାଜ୍ୟରେ 'ଗୁଲା-ଆବ' ପ୍ରଭାବ: ତୁହାକୁ ତୁହା ବର୍ଷା ଜାରି, ତିନି ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ
Advertisement

ରାଜ୍ୟରେ 'ଗୁଲା-ଆବ' ପ୍ରଭାବ: ତୁହାକୁ ତୁହା ବର୍ଷା ଜାରି, ତିନି ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ

 'ଗୁଲା-ଆବ' ଓଡ଼ିଶାରେ ବିଶେଷ କିଛି କ୍ଷୟକ୍ଷତି ଘଟାଇ ନଥିବା ବେଳେ  ଦକ୍ଷିଣ ଓଡ଼ିଶାର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଛି। ଆସନ୍ତା ୨୪ ଘଣ୍ଟା ପାଇଁ ୩ଟି ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି।

ପ୍ରତିକାତ୍ମକ ଫଟୋ

ଭୁବନେଶ୍ୱର: ଓଡ଼ିଶାରେ ବାତ୍ୟା 'ଗୁଲା-ଆବ'ର ପ୍ରଭାବ ପଡ଼ି ନାହିଁ। ଲ୍ୟାଣ୍ଡଫଲ ବେଳେ ଧୀର ପବନ ସାଙ୍ଗକୁ ହୋଇଛି ସ୍ୱଳ୍ପ ବର୍ଷା ହୋଇଛି। କିନ୍ତୁ ବିଶେଷ କ୍ଷୟକ୍ଷତି ହୋଇ ନଥିବା ସୂଚନା ମିଳିଛି। ସୋମବାର ବର୍ଷା ନେଇ ଦକ୍ଷିଣ ଓଡିଶାତୁ ଅରେଞ୍ଜ ୱାର୍ଣ୍ଣିଂଜାରି କରାଯାଇଛି।

ବାତ୍ୟା 'ଗୁଲା-ଆବ' ଗଭୀର ଅବପାତ ପରେ କ୍ରମଶଃ ଦୁର୍ବଳ ହେଉଛି। ସକାଳ ସାଢେ ୫ଟାରେ ଜଗଦଳପୁରଠୁ ୧୧୦ କିମି ଦୂରରେ ଥିଲା। ଗତ ୬ ଘଣ୍ଟା ହେଲା ଏହା ୬ କିମି ବେଗରେ ପଶ୍ଚିମ ଆଡ଼କୁ ଗତି କରୁଛି। ପ୍ରଭାବରେ ଦକ୍ଷିଣ ଓଡ଼ିଶାର ବିଭିନ୍ନ ସ୍ଥାନରେ ବର୍ଷା ଜାରି ରହିଛି। ଆଉ କିଛି ଘଣ୍ଟାରେ ଅବପାତରେ ପରିଣତ ହୋଇ ପଶ୍ଚିମ ଉତ୍ତର ପଶ୍ଚିମ ଦିଗରେ ଗତି କରିବା ପରେ ବାତ୍ୟା ଶକ୍ତିହୀନ ହୋଇ ଅବପାତରେ ପରିଣତ ହେବ। 

Also Read: ଓଡି଼ଶାରେ କ'ଣ କରିପାରେ ବାତ୍ୟା 'ଗୁଲ-ଆବ୍'?

ସେପଟେ 'ଗୁଲା-ଆବ' ଓଡ଼ିଶାରେ ବିଶେଷ କିଛି କ୍ଷୟକ୍ଷତି ଘଟାଇ ନଥିବା ବେଳେ  ଦକ୍ଷିଣ ଓଡ଼ିଶାର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଛି। ଆସନ୍ତା ୨୪ ଘଣ୍ଟା ପାଇଁ ୩ଟି ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି। ଆଞ୍ଚଳିକ ପାଣିପାଗ କେନ୍ଦ୍ର, ନବରଙ୍ଗପୁର, କୋରାପୁଟ, ମାଲକାନଗିରିକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରିଥିବା ବେଳେ  ନୂଆପଡ଼ା ବଲାଙ୍ଗିର, ରାୟଗଡ଼ା, କଳାହାଣ୍ଡି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି। କୋରାପୁଟ ଓ ମାଲାକନଗିରର ବିଭିନ୍ନ ସ୍ଥାନରେ ଗଛପଡି ରାସ୍ତା ଅବୋରୋଧ ହୋଇଥିବା ଖବର ମିଳିଛି।

ସେପଟେ ଲଗାଣ ବର୍ଷା ଯୋଗୁଁ ଭଦ୍ରକର ଗେଙ୍ଗୁଟି ନଦୀବନ୍ଧରେ ୨୦୦ ଫୁଟର ଫାଟ ଦେଖାଦେଇଛି। ଧାମନଗର ବ୍ଲକ ଦଳାଙ୍ଗ ପଞ୍ଚାୟତ ରାମେଶ୍ୱରପୁର ଏହି ଫାଟ ହୋଇଛି। ଅନ୍ୟପଟେ ସମ୍ବଲପୁର ହୀରାକୁଦ ଜଳଭଣ୍ଡାରର ସମସ୍ତ ଗେଟ୍‌କୁ ବନ୍ଦ କରାଯାଇଛି। ଡ୍ୟାମ୍‌ର ଜଳଧାରଣ କ୍ଷମତା ୬୩୦ ଫୁଟ୍‌ ଥିବା ବେଳେ ଏବେ ଜଳସ୍ତର ୬୨୯.୩୩ ଫୁଟ ଥିବା ଜଳ ସମ୍ପଦ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

Also Read: ସ୍ଥଳଭାଗ ଆଡ଼କୁ ମୁହାଁଉଛି ସାମୁଦ୍ରିକ ଝଡ 'ଗୁଲ-ଆବ୍'; ମୁକାବିଲା ପାଇଁ ପ୍ରସ୍ତୁତ ସରକାର

ବାତ୍ୟା 'ଗୁଲା-ଆବ' ଯୋଗୁଁ ଆନ୍ଧ୍ରପ୍ରଦେଶର ଶ୍ରୀକାକୁଲମରେ ଡଙ୍ଗା ଓଲଟି ୨ ଜଣଙ୍କ ମୃତ୍ୟୁ ହୋଇଛି। ସମୁଦ୍ରରେ ଭାସିଯାଇ ଜଣେ ମତ୍ସ୍ୟଜୀବୀ ନିଖୋଜ ଅଛନ୍ତି। ୬ ମତ୍ସ୍ୟଜୀବୀ ଫେରୁଥିବା ବେଳେ ଉଚ୍ଚ ଜୁଆର ମାଡ଼ରେ ଡଙ୍ଗା ଓଲଟିଥିଲି। ତେବେ ୩ ମତ୍ସଜୀବୀ ସୁରକ୍ଷିତ କୂଳକୁ ଫେରି-ଆସିଥିବା ସୂଚନା ମିଳିଛି। ନିଖୋଜ ମତ୍ସ୍ୟଜୀବୀଙ୍କୁ ଉଦ୍ଧାର ପାଇଁ ପ୍ରଶାସନ ପକ୍ଷରୁ ପ୍ରୟାସ କରାଯାଉଛି।