ଆଜି 'ଗୁଲ-ଆବ୍'ର ଲ୍ୟାଣ୍ଡଫଲ୍; ବିପଦରେ ଦକ୍ଷିଣ ଓଡ଼ିଶା, ୨୮ ଟ୍ରେନ୍ ବାତିଲ
Advertisement

ଆଜି 'ଗୁଲ-ଆବ୍'ର ଲ୍ୟାଣ୍ଡଫଲ୍; ବିପଦରେ ଦକ୍ଷିଣ ଓଡ଼ିଶା, ୨୮ ଟ୍ରେନ୍ ବାତିଲ

ଭୀଷଣ ରୂପ ନେଇଛି ବାତ୍ୟା ‘ଗୁଲ୍ -ଆବ୍’। ଉତ୍ତର-ପଶ୍ଚିମ ଓ ସଂଲଗ୍ନ ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗର ଉପରେ ଥିବା ଗଭୀର ଅବପାତ ଶନିବାର ବାତ୍ୟାର ରୂପ ନେବା ସହ ଘଣ୍ଟାପ୍ରତି ୭ କିମି ବେଗରେ ସ୍ଥଳ ଆଡ଼କୁ ମାଡ଼ି ଆସୁଛି।

ସୌ: ସୋସିଆଲ ମି଼ଡିଆ

ଭୁବନେଶ୍ୱର: ବଙ୍ଗୋପ ସାଗରରେ ସୃଷ୍ଟି ଲଘୁଚାପ ବାତ୍ୟା 'ଗୁଲ-ଆବ୍'ରେ ପରିଣତ ହୋଇଛି। ଆଜି ସଂଧ୍ୟାରେ ଆନ୍ଧ୍ର ଉପକୂଳରେ ଲ୍ୟାଣ୍ଡଫଲ୍ କରିବା ସମ୍ଭାବନା ରହିଛି। ଘଣ୍ଟାପ୍ରତି ୭ କିଲୋମିଟର ବେଗରେ ଆସୁଥିବା 'ଗୁଲ-ଆବ୍' ଏବେ ଗୋପାଳପୁର ଠାରୁ ୩୧୦ କିଲୋମିଟର ଦୂରରେ ଅଛି। ଏହାର ପ୍ରଭାବକୁ ଦେଖି ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ ଜାରି କରାଯାଇଛି।

ଭୀଷଣ ରୂପ ନେଇଛି ବାତ୍ୟା ‘ଗୁଲ୍ -ଆବ୍’। ଉତ୍ତର-ପଶ୍ଚିମ ଓ ସଂଲଗ୍ନ ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗର ଉପରେ ଥିବା ଗଭୀର ଅବପାତ ଶନିବାର ବାତ୍ୟାର ରୂପ ନେବା ସହ ଘଣ୍ଟାପ୍ରତି ୭ କିମି ବେଗରେ ସ୍ଥଳ ଆଡ଼କୁ ମାଡ଼ି ଆସୁଛି। ବାତ୍ୟା ରୂପ ନେବା ପରେ ସମୁଦ୍ର ଭିତରେ ପବନର ବେଗ ଘଣ୍ଟାପ୍ରତି ବେଗ ୬୫ରୁ ୭୫ କିମି ରହିଛି। ଧୀରେ ଧୀରେ ଏହା ଅତି ଭୀଷଣ ରୂପ ଧାରଣ କରି ରବିବାର ପୂର୍ବାହ୍ନରେ ପବନର ବେଗ ୯୫ କିମି ଛୁଇଁବା ନେଇ ଅନୁମାନ କରାଯାଇଛି। ରବିବାର ସନ୍ଧ୍ୟାରେ ଏହା ଉତ୍ତର ଆନ୍ଧ୍ରପ୍ରଦେଶର କଳିଙ୍ଗପଟନମ୍  ଓ ଦକ୍ଷିଣ ଓଡ଼ିଶାର ଗୋପାଳପୁର ମଧ୍ୟରେ ଲ୍ୟାଣ୍ଡଫଲ୍ କରିବା ନେଇ ପାଣିପାଗ ବିଭାଗ ଆକଳନ କରିଛି। 

Also Read: ସନ୍ଧ୍ୟା ସୁଦ୍ଧା ବଙ୍ଗୋପସାଗରରେ ଲଘୁଚାପ, ଅକ୍ଟୋବରରେ ନାହିଁ ବାତ୍ୟା ଓ ଏକାଧିକ ଘୂର୍ଣ୍ଣିବଳୟ

ବାତ୍ୟା ‘ଗୁଲ୍ -ଆବ୍’ର ଲ୍ୟାଣ୍ଡଫଲ୍ ବେଳେ ପବନର ବେଗ ଘଣ୍ଟାପ୍ରତି ୭୫ରୁ ୮୫ କିମି ରହିବା ସହ ସ୍ଥଳ ବିଶେଷରେ ୯୫ କିମି ଛୁଇଁବ। ପ୍ରଭାବରେ ଉପକୂଳ ଓ ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷା ହେବା ସହ ସ୍ଥାନେ ସ୍ଥାନେ ଅତିରୁ ଅତିପ୍ରବଳ ବର୍ଷା ହେବାର ଆଶଙ୍କା ରହିଛି। ବାତ୍ୟା ଲ୍ୟାଣ୍ଡଫଲ୍  କରିବା ସମୟରେ ସମୁଦ୍ର ଅଶାନ୍ତ ରହିବ। ଗଞ୍ଜାମ, ଶ୍ରୀକାକୁଲମ୍  ଓ ବିଜୟନଗରମ୍  ଜିଲ୍ଲା ଉପକୂଳରେ ଅଧ ମିଟର ପର୍ଯ୍ୟନ୍ତ ଜୁଆର ଉଠିବ। ତେବେ ଆଜିଠାରୁ ସମୁଦ୍ର ଭିତରକୁ ପ୍ରବେଶ କରିବାକୁ ମତ୍ସ୍ୟଜୀବୀଙ୍କୁ ବାରଣ କରାଯାଇଛି। ବିଶେଷ ଭାବରେ ମାଲକାନଗିରି, କୋରାପୁଟ, ନବରଙ୍ଗପୁର, ଗଞ୍ଜାମ, ଗଜପତି, ରାୟଗଡ଼ା ଓ କନ୍ଧମାଳ ଆଦି ଜିଲ୍ଲା ଅଧିକ ପ୍ରଭାବିତ ହେବାର ଆଶଙ୍କା ରହିଛି। 

fallback

ବାତ୍ୟାକୁ ନେଇ ସରକାରୀସ୍ତରରେ ବ୍ୟାପକ ପ୍ରସ୍ତୁତି କରାଯାଇଛି। ୭ ଜିଲ୍ଲାର ଜିଲ୍ଲାପାଳଙ୍କୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି। ସାମ୍ଭାବ୍ୟ ବତ୍ୟାର ମୁକାବିଲା ପାଇଁ ୭ ଜିଲ୍ଲାରେ ୪୨ ଓଡ୍ରାଫ୍, ୨୪ ଏନଡିଆରଏଫ ଟିମ୍ ମୁତୟନ ହୋଇଛନ୍ତି। ଗଜପତି ଓ ରାୟଗଡାରେ ଭୁସ୍ଖଳନ ସହ ଲଗାଣ ବର୍ଷା ଯୋଗୁଁ ବନ୍ୟା ଆଶଙ୍କା କରାଯାଉଛି। ଗୋପାଳପୁର ବନ୍ଦରକୁ ୧ ନଂ ବିପଦ ସଙ୍କେତ ଜାରି କରାଯାଇଛି। ଓଡିଶାରେ ‘ଗୁଲ୍ -ଆବ୍’ର ସେତେଟା ପ୍ରଭାବ ପଡିବ ନାହିଁ। କିନ୍ତୁ ଆସନ୍ତା ଦୁଇ ଦିନ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ନେଇ ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି। 

Also Read: ଓଡ଼ିଶାକୁ ପୁଣି ଏକ ବାତ୍ୟା ଆଶଙ୍କା, ୪ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ

 

ସେପଟେ ବାତ୍ୟା ପ୍ରଭାବକୁ ନଜରରେ ରଖି ପୂର୍ବତଟ ରେଳପଥ ପକ୍ଷରୁ ୨୮ଟି ଟ୍ରେନ ବାତିଲ କରାଯାଇଛି। ଦକ୍ଷିଣ ଓଡ଼ିଶା ଏବଂ ଉତ୍ତର ଆନ୍ଧ୍ରପ୍ରଦେଶ ମଧ୍ୟରେ ଲ୍ୟାଣ୍ଡଫଲ୍ ଆଶଙ୍କା ନେଇ ପୂର୍ବତଟ ରେଳବାଇ ୨୮ଟି ଟ୍ରେନ ବାତିଲ କରିବା ସହ ୫ଟି ଟ୍ରେନର ଗତିପଥ ବଦଳାଇଛି। ଏଥିସହ ବିଭିନ୍ନ ସମ୍ବେଦନଶୀଳ ସ୍ଥାନରେ ୱାଚମ୍ୟାନଙ୍କୁ ନିୟୋଜିତ କରାଯାଇ ପୋଲ ଏବଂ ବିଦ୍ୟୁତ ଖୁଣ୍ଟ ଉପରେ ନଜର ରଖିବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି।