ଓଡି଼ଶାରେ କ'ଣ କରିପାରେ ବାତ୍ୟା 'ଗୁଲ-ଆବ୍'?
Advertisement

ଓଡି଼ଶାରେ କ'ଣ କରିପାରେ ବାତ୍ୟା 'ଗୁଲ-ଆବ୍'?

ବାତ୍ୟା ଗୁଲ-ଆବ୍, ଓଡିଶା ଅତିକ୍ରମ କଲାବେଳେ ୮୫ରୁ ୯୫ କିମି ବେଗରେ ପବନ ବୋହିବ। ଧୀରେ ଧୀରେ ପବନର ବେଗ କମିବ। ପରେ ୬୦ରୁ ୭୦ କିମି ବେଗରେ ଗଂଜାମ. ଗଜପତିରେ ପବନ ହେବାର ସମ୍ଭାବନା ରହିଛି। 

ଡିଜାଇନ୍ ଫଟୋ

ଭୁବନେଶ୍ୱର: ଶୁକ୍ରବାର ସଂଧ୍ୟାରେ ବାତ୍ୟାର ରୂପ ନେଇଛି ଗୁଲ-ଆବ୍। ଦିନ ୧୧ଟା ସୁଦ୍ଧା ଗୋପାଳପୁର ଠାରୁ ୧୮୦ କିମି ଦୁରରେ ଥିଲା। ବିଳମ୍ବିତ ରାତି ମଧ୍ୟରେ ଲ୍ୟାଣ୍ଡଫଲ୍ ଆଶା କରାଯାଉଛି। ଶ୍ରୀକାକୁଲମରେ ଲ୍ୟାଣ୍ଡଫଲ ହେବା ସମ୍ଭାବନା ଅଛି। ବତ୍ୟା ଗଜପତି, ରାୟଗଡା, ମାଲକାନାଗିରି ଜିଲ୍ଲା ଦେଇ ଅତିକ୍ରମ କରିବ। ତେବେ ଏହି ବାତ୍ୟା ଗୁଲ-ଆବର ପ୍ରଭାବରେ ଓଡିଶା କିଭିଳି ପ୍ରଭାବିତ ହୋଇପାରେ ଆସନ୍ତୁ ଜଣିବା...

ବାତ୍ୟା ଗୁଲ-ଆବ୍, ଓଡିଶା ଅତିକ୍ରମ କଲାବେଳେ ୮୫ରୁ ୯୫ କିମି ବେଗରେ ପବନ ବୋହିବ। ଧୀରେ ଧୀରେ ପବନର ବେଗ କମିବ। ପରେ ୬୦ରୁ ୭୦ କିମି ବେଗରେ ଗଂଜାମ. ଗଜପତିରେ ପବନ ହେବାର ସମ୍ଭାବନା ରହିଛି। କୋରାପୁଟ, ରାୟଗଡା, ଗଜପତିରେ ମଙ୍ଗଳବାର ପ୍ରଭାବ ରହିବ। ଏହି ସବୁ ଜିଲ୍ଲାରେ ପବନ କମ ହେବ କିନ୍ତୁ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ। ପ୍ରଭାବିତ ଜିଲ୍ଲାରେ ୪୨ଟି ଓଡ୍ରାଫ, ୨୪ NDRF, ୧୦୩ ଅଗ୍ନିଶମ ଦଳ ମୁତୟନ କରାଯାଇଛି।

Also Read: ଓଡ଼ିଶାକୁ ପୁଣି ଏକ ବାତ୍ୟା ଆଶଙ୍କା, ୪ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ

ବାତ୍ୟା ଗୁଲ-ଆବ୍ ଯୋଗୁଁ ପବନ, ଭୂସ୍ଖ୍ଳନ, ବନ୍ୟା ଆଶଙ୍କା କରାଯାଇଛି। ପବନ ଯୋଗୁଁ ଅଧିକ କ୍ଷୟକ୍ଷତି ହେବ। ଗଛ, ଖୁଣ୍ଟି ଉପୁଡି ପାରେ। ଗଜପତି, ରାୟଗଡା, କୋରାପୁଟରେ ଲ୍ୟାଣ୍ଡ ସ୍ଲାଇଡ୍ ହେବାର ସମ୍ଭାବନା ରହିଛି। ନାଗାବଳି, ଋଷିକୂଲ୍ୟା  ବଂଶଧାରାରେ ବନ୍ୟା ପାଣି ଆସିପାରେ। ଫ୍ଲାସ୍ ଫ୍ଲଡ୍ ଆସିପାରେ। ସେଥିପାଇଁ ପ୍ରଶାସନ ପକ୍ଷରୁ ସ୍ଥାନାନ୍ତରଣ ପ୍ରକ୍ରିୟା ଆରମ୍ଭ ହୋଇଛି। 

ବନ୍ୟା ପରିସ୍ଥିତିର ମୁକାବିଲା ପାଇଁ ଋଷିକୂଲ୍ୟାର ରିଜର୍ଭରରେ ଥିବା ପାଣିକୁ ୬୦ ପ୍ରତିଶତକୁ ଖସାଇ ଦିଆଯିବ। ବଡ ବନ୍ୟାର ଆଶଙ୍କା ନାହିଁ କିନ୍ତୁ ବଡ ଧରଣର ବନ୍ୟାକୁ ମୁକାବିଲା ପାଇଁ କିଛି ଡ୍ୟାମ ଓ କେନାଲରୁ ପାଣି ନିଷ୍କାସନ କରାଯାଉଛି। ସବୁ ଉଦ୍ଧାରକାରୀ ଦଳ ଆଲର୍ଟ ଅଛନ୍ତି। କୋଷ୍ଚଗାର୍ଡ ଓ ନାଭାଲର ସହାୟତା ପାଇଁ ସରକାର ଆଲୋଚନା କରିଛନ୍ତି। ସବୁ ମତ୍ସ୍ୟଜୀବୀ ସମୁଦ୍ରରୁ ଫେରି ଆସିଛନ୍ତି। କେବଳ ପାରଦ୍ବୀପରେ ଗୋଟିଏ ବୋଟ୍ ଖରାପ ଅଛି, ଯାହାକୁ କୋଷ୍ଟଗାର୍ଡ ଉଦ୍ଧାର କରୁଛି। 

Also Read: ଆଜି 'ଗୁଲ-ଆବ୍'ର ଲ୍ୟାଣ୍ଡଫଲ୍; ବିପଦରେ ଦକ୍ଷିଣ ଓଡ଼ିଶା, ୨୮ ଟ୍ରେନ୍ ବାତିଲ

ସେପଟେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦିଲ୍ଲୀରୁ ବାତ୍ୟା ଗୋଲ-ଆବର ସମୀକ୍ଷା କରିଛନ୍ତି। କଳାହାଣ୍ଡିକୁ ସତର୍କ କରାଯାଇଛି। ଏହା ବାଦ ଖୋର୍ଦ୍ଧା, ପୁରୀ, ଗଂଜାମ, ଗଜପତି, ରାୟଗଡା, କୋରାପୁଟ, ମାଲକାନଗିରି, ନବରଂଗପୁରକୁ ହାଇ ଆଲର୍ଟ କରାଯାଇଛି। ଦିନ ୪ଟା ସୁଦ୍ଧା ସମସ୍ତ ପ୍ରଭାବିତଙ୍କୁ ସ୍ଥାନାନ୍ତରଣ କରାଯିବ। ସ୍ଲୋପ୍, କଚ୍ଚା, ଲୋ ଲାଇନ ଏରିଆରୁ ସ୍ଥାନାନ୍ତରଣ କରାଯିବ। ଏସଓପି ଅନୁସାରେ ସମସ୍ତ କାର୍ଯ୍ୟ ହେବ। ଗର୍ଭବତୀଙ୍କୁ ପ୍ରଧାନ୍ୟ ଦିଆଯିବ। କୌଣସି ପ୍ରାଣ ହାନୀ ନ ହେବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି।

ଲୋକଙ୍କୁ ଉଦ୍ଧାର ବେଳେ କୋଭିଡ୍ ନିୟମ ପାଳନ କରାଯିବ। ସେଲଟର୍ ହୋମରେ ଅଳ୍ପ ଅଳ୍ପ ଲୋକଙ୍କୁ ରଖାଯିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ସେମାନେ ଫେରିବା ପରେ କୋଭିଡ୍ ଲକ୍ଷଣ ଉପରେ ନଜର ରଖାଯିବ। ଆସନ୍ତା ୨ ଦିନ ପାଇଁ ସ୍କୁଲ ବନ୍ଦ ରହିବ। ମଙ୍ଗଳବାର ସ୍ଥିତି ଦେଖି ସ୍କୁଲ ଖୋଲିବା ପାଇଁ ଜିଲ୍ଲାପାଳ ନିଷ୍ପତ୍ତି ନେବେ। ସମସ୍ୟା ଆସିଲେ ଏସଆରସିଙ୍କ ଅଫିସକୁ ଜଣାଇବେ। ରବିବାର ସଂଧ୍ୟାରୁ ସୋମବାର ୯ଟା ଯାଏଁ କେହି ବାହାରକୁ ଯାଅନ୍ତୁ ନାହିଁ ବୋଲି ଏସଆରସିଙ୍କ ପକ୍ଷରୁ ଅନୁରୋଧ କରାଯାଇଛି।