ମାଡି ଆସୁଛି ବୁଲ୍‌ବୁଲ୍‌, କେଉଁଠି ସ୍ଥଳଭାଗ ଛୁଇଁବ ?
Advertisement

ମାଡି ଆସୁଛି ବୁଲ୍‌ବୁଲ୍‌, କେଉଁଠି ସ୍ଥଳଭାଗ ଛୁଇଁବ ?

ପାରାଦୀପଠାରୁ ପ୍ରାୟ ୩୫୦ କିମି ଦୂରରେ ‘ବୁଲ୍‌ବୁଲ୍’ କେନ୍ଦ୍ରୀଭୂତ ହୋଇଛି । ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂହପୁରରେ ପ୍ରବଳ ବର୍ଷିବ, କେନ୍ଦ୍ରାପଡ଼ା, ଜଗତସିଂହପୁର, ଯାଜପୁର ଓ ଭଦ୍ରକରେ ପବନର ବେଗ ବଢ଼ିବ ବୋଲି ବାତ୍ୟା ବୁଲ୍‌ବୁଲ୍‌କୁ ନେଇ ଏସଆରସି କହିଛନ୍ତି ।

  • ପାରାଦୀପଠାରୁ ପ୍ରାୟ ୩୫୦ କିମି ଦୂରରେ ‘ବୁଲ୍‌ବୁଲ୍’ କେନ୍ଦ୍ରୀଭୂତ ହୋଇଛି 
  • ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂହପୁରରେ ପ୍ରବଳ ବର୍ଷିବ
  • କେନ୍ଦ୍ରାପଡ଼ା, ଜଗତସିଂହପୁର, ଯାଜପୁର ଓ ଭଦ୍ରକରେ ପବନର ବେଗ ବଢ଼ିବ ବୋଲି ବାତ୍ୟା ବୁଲ୍‌ବୁଲ୍‌କୁ ନେଇ ଏସଆରସି କହିଛନ୍ତି 

Trending Photos

ମାଡି ଆସୁଛି ବୁଲ୍‌ବୁଲ୍‌, କେଉଁଠି ସ୍ଥଳଭାଗ ଛୁଇଁବ ?

ଶାନ୍ତସ୍ୱରୂପ ରାଉତ, ଭୁବନେଶ୍ୱର: ବାତ୍ୟା 'ବୁଲବୁଲ' ଭେରି ସିଭିୟର ସାଇକ୍ଲୋନିକ୍ ଷ୍ଟର୍ମରେ ପରିଣତ ହୋଇଛି । ପଶ୍ଚିମବଙ୍ଗ ଓ ବାଂଲାଦେଶ ମଧ୍ୟଭାଗରେ ସ୍ଥଳଭାଗ ଛୁଇଁବ ସାମୁଦ୍ରିକ ଝଡ ବୁଲବୁଲ । ୧୦ ତାରିଖ ସକାଳୁ ପଶ୍ଚିମବଙ୍ଗର ସାଗର ଦ୍ୱୀପ ଓ ବାଂଲାଦେଶର ଖେପୁପରା ମଧ୍ୟରେ ସୁନ୍ଦରବନ ଡେଲଟା ଅଂଚଳରେ ସ୍ଥଳଭାଗ ଛୁଇଁବା ନେଇ ଅନୁମାନ କରିଛି ପାଣିପାଗ ବିଭାଗ । ଏହି ସମୟରେ ପବନର ବେଗ ୧୧୦ରୁ ୧୨୦ କିମି ରହିବ । ବର୍ତ୍ତମାନ ଏହା ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ଉତ୍ତର ପଶ୍ଚିମ ଦିଗକୁ ଘଣ୍ଟା ପ୍ରତି ୮ କିଲୋମିଟର ବେଗରେ ଗତି କରୁଛି । ବର୍ତ୍ତମାନ ବାତ୍ୟା ବୁଲବୁଲ ପାରାଦୀପର ଦକ୍ଷିଣ ଏବଂ ଦକ୍ଷିଣପୂର୍ବକୁ ୩୯୦ କିଲୋମିଟର ଦୂରରେ ରହିଛି । ଏବଂ ପଶ୍ଚିମବଙ୍ଗର ସାଗର ଆଇଲାଣ୍ଡର ଦକ୍ଷିଣରେ ୫୩୦ କିମି ଓ ବାଲାଂଦେଶର ଖେପୁପରାଠାରୁ ଦକ୍ଷିଣପଶ୍ଚିମକୁ ୬୩୦ କିମି ଦୂରରେ ରହିଛି ।
ସେପଟେ ପାରାଦୀପଠାରୁ ପ୍ରାୟ ୩୫୦ କିମି ଦୂରରେ ‘ବୁଲ୍‌ବୁଲ୍’ କେନ୍ଦ୍ରୀଭୂତ ହୋଇଛି । ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂହପୁରରେ ପ୍ରବଳ ବର୍ଷିବ, କେନ୍ଦ୍ରାପଡ଼ା, ଜଗତସିଂହପୁର, ଯାଜପୁର ଓ ଭଦ୍ରକରେ ପବନର ବେଗ ବଢ଼ିବ ବୋଲି ବାତ୍ୟା ବୁଲ୍‌ବୁଲ୍‌କୁ ନେଇ ଏସଆରସି କହିଛନ୍ତି ।
ଆଜି ଓ କାଲି ରାଜ୍ୟର ବିଭିନ୍ନ ଜିଲ୍ଲାରେ ସମସ୍ତ ସ୍କୁଲ ଓ ଅଙ୍ଗନବାଡି କେନ୍ଦ୍ର ବନ୍ଦ ରହିବ । ପୁରୀ, କେନ୍ଦ୍ରାପଡା ଓ ଜଗତସିଂପୁର, ଯାଜପୁର ଜିଲ୍ଲାର ସମସ୍ତ ସ୍କୁଲ ବନ୍ଦ ରଖିବା ପାଇଁ ସପୃକ୍ତ ଜିଲ୍ଲାର ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି । ସେହିପରି ଆସନ୍ତାକାଲି ଏହି ଜିଲ୍ଲା ସମେତ ବାଲେଶ୍ୱର, ଭଦ୍ରକ, କଟକ, ଖୋର୍ଧା, ମୟୂରଭଞ୍ଜ ଓ ଯାଜପୁରର ସମସ୍ତ ସ୍କୁଲ ଓ ଅଙ୍ଗନବାଡି କେନ୍ଦ୍ର ବନ୍ଦ ରହିବ ।