close

खास खबरें सिर्फ आपके लिए...हम खासतौर से आपके लिए कुछ चुनिंदा खबरें लाए हैं. इन्हें सीधे अपने मेलबाक्स में प्राप्त करें.

'ଦାମ ବାବୁ' ସବୁ ଦଳ ପାଇଁ ଭଙ୍ଗା ଆସେଟ୍, ଥିଲେ କେତେ ନଥିଲେ କେତେ ?

ଦୀର୍ଘ ଦିନ ଧରି ଯେଉଁ ସସପେନ୍ସ ଲାଗି ରହିଥିଲା, ସେଥିରେ ଯବନିକା ପଡ଼ିଛି । ଏକଦା ଦାମ ବାବୁଙ୍କୁ ନେଇ ରାଜ୍ୟ ରାଜନୀତି ବେଶ୍ ସରଗରମ୍ ରହୁଥିଲା । କିନ୍ତୁ ଗତ ସାଧାରଣ ନିର୍ବାଚନ ପରେ ଏହା ଆଉ ଦେଖିବାକୁ ମିଳି ନଥିଲା । ବିଜେଡିରେ ଥିଲାବେଳେ ଦାମ ରାଉତଙ୍କ ଦବଦବା ଯେତିକି ଅଧିକ ଥିଲା, ଦାମ ବାଣ ଭାବେ ତାଙ୍କରି କଥାର ବି ସେତିକି ଦମ୍ ଥିଲା । କିନ୍ତୁ ଦଳ ବିରୋଧୀ ମନ୍ତବ୍ୟ ଦେଇ ବିଜେଡିରୁ ବିଦା ହେବା ପରେ ଦାମ ବାବୁ ନିରାଶ୍ରୟ ହୋଇ ପଡ଼ିଥିଲେ । ଏହି ସମୟରେ ବିଜେପି ନିଜର ଚାଲ୍ ଖେଳିବାକୁ ଯାଇ ତାଙ୍କୁ ନିଜ ଦଳରେ ସାମିଲ କରିଥିଲା । ପ୍ରେଷ୍ଟିଜ୍ ଓ ପାୱାରର ଲୋଭରୁ ମୁକୁଳି ପାରି ନଥିଲେ ଏହି ବରିଷ୍ଠ ନେତା । ବିଜେପିରେ ସାମିଲ ହୋଇ ବାଲିକୁଦା ଏରସମାରୁ ନିର୍ବାଚନ ଲଢ଼ିଥିଲେ । କିନ୍ତୁ ନିର୍ବାଚନରେ ତାଙ୍କୁ ପରାଜୟ ସ୍ୱୀକାର କରିବାକୁ ପଡ଼ିଥିଲା ।

'ଦାମ ବାବୁ' ସବୁ ଦଳ ପାଇଁ ଭଙ୍ଗା ଆସେଟ୍, ଥିଲେ କେତେ ନଥିଲେ କେତେ ?
ଅଲୋଡା ଦାମ !

ଚାରୁ ଚନ୍ଦନ ଦାଶ, ଭୁବନେଶ୍ୱର: ଦୀର୍ଘ ଦିନ ଧରି ଯେଉଁ ସସପେନ୍ସ ଲାଗି ରହିଥିଲା, ସେଥିରେ ଯବନିକା ପଡ଼ିଛି । ଏକଦା ଦାମ ବାବୁଙ୍କୁ ନେଇ ରାଜ୍ୟ ରାଜନୀତି ବେଶ୍ ସରଗରମ୍ ରହୁଥିଲା । କିନ୍ତୁ ଗତ ସାଧାରଣ ନିର୍ବାଚନ ପରେ ଏହା ଆଉ ଦେଖିବାକୁ ମିଳି ନଥିଲା । ବିଜେଡିରେ ଥିଲାବେଳେ ଦାମ ରାଉତଙ୍କ ଦବଦବା ଯେତିକି ଅଧିକ ଥିଲା, ଦାମ ବାଣ ଭାବେ ତାଙ୍କରି କଥାର ବି ସେତିକି ଦମ୍ ଥିଲା । କିନ୍ତୁ ଦଳ ବିରୋଧୀ ମନ୍ତବ୍ୟ ଦେଇ ବିଜେଡିରୁ ବିଦା ହେବା ପରେ ଦାମ ବାବୁ ନିରାଶ୍ରୟ ହୋଇ ପଡ଼ିଥିଲେ । ଏହି ସମୟରେ ବିଜେପି ନିଜର ଚାଲ୍ ଖେଳିବାକୁ ଯାଇ ତାଙ୍କୁ ନିଜ ଦଳରେ ସାମିଲ କରିଥିଲା । ପ୍ରେଷ୍ଟିଜ୍ ଓ ପାୱାରର ଲୋଭରୁ ମୁକୁଳି ପାରି ନଥିଲେ ଏହି ବରିଷ୍ଠ ନେତା । ବିଜେପିରେ ସାମିଲ ହୋଇ ବାଲିକୁଦା ଏରସମାରୁ ନିର୍ବାଚନ ଲଢ଼ିଥିଲେ । କିନ୍ତୁ ନିର୍ବାଚନରେ ତାଙ୍କୁ ପରାଜୟ ସ୍ୱୀକାର କରିବାକୁ ପଡ଼ିଥିଲା ।

ସାଧାରଣ ନିର୍ବାଚନ ପରେ ପାଟକୁରା ନିର୍ବାଚନ ହେଲା । ସେତେବେଳେ ଦାମ ବାବୁ ଆଶା କରୁଥିଲେ ଯେ ତାଙ୍କୁ ଦଳ ପୂରା ଗୁରୁତ୍ୱ ଦେବ । କିନ୍ତୁ ତାହା ହେଲାନାହିଁ । ଦଳ ପୁଣି ଥରେ ତାଙ୍କୁ ଦିବା ସ୍ୱପ୍ନ ଦେଖାଇଥିଲା । ସେହି ସମୟରୁ ହିଁ ଦାମ ବାବୁ ଜାଣି ସାରିଥିଲେ ଯେ, ଏହି ଦଳରେ ତାଙ୍କ ଭୂମିକା ଆଉ ବେଶୀ ଦିନ ନୁହେଁ । ଏହାପରେ ବିଜେପୁର ଉପ ନିର୍ବାଚନ ପାଇଁ ମଧ୍ୟ ତାରିଖ ଘୋଷଣା ହେଲା । ସବୁ ଦଳ ନିଜ ନିଜର ଷ୍ଟାର୍ ପ୍ରଚାରକ ତାଲିକା ପ୍ରକାଶ କଲେ । ବିଜେପି ମଧ୍ୟ ନିଜର ପ୍ରଚାରକ ତାଲିକା ପ୍ରକାଶ କରିଥିଲା । କିନ୍ତୁ ଏହି ତାଲିକାରେ ଦାମ ବାବୁଙ୍କ ଚିହ୍ନବର୍ଣ୍ଣ ବି ନଥିଲା । ପୂର୍ବରୁ ପାଟକୁରା ନିର୍ବାଚନ ସମୟରୁ ରୋଷ ରଖିଥିବା ଦାମ ରାଉତ ଏଥର କିନ୍ତୁ କ୍ରୋଧିତ ହୋଇ ପଡ଼ିଥିଲେ । ଆଉ ଏହି କ୍ରୋଧରୁ ଜନ୍ମ ନେଇଥିଲା ଦଳ ଛାଡ଼ିବା ଜିଦ୍ ।

Dama rout resignation letter

ତେବେ ବିଜେଡିରେ ଥିଲାବେଳେ ମଧ୍ୟ ଦାମ ବାବୁ କୋଣଠେସା ହୋଇପଡିଥିଲେ । ତାଙ୍କୁ କେହି ପଚାରୁ ନଥିଲେ । ଦଳର ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଉତ୍ତମ ଅନୁଶାସନ ଏବଂ କଠୋର ଦଳ ପରିଚାଳନା ଆଗରେ ଦାମବାବୁ କୋଣଠେସା ହୋଇ ପଡ଼ିଥିଲେ । ଏହି ଅବସ୍ଥା ବିଜେପିରେ ମଧ୍ୟ ଦେଖିବାକୁ ମିଳିଥିଲା । ବିଜେପି ହେଉଛି ଏକ ଜାତୀୟ ଏବଂ ଆରଏସ୍ଏସ୍ ଦ୍ୱାରା ପରିଚାଳିତ ଦଳ । ଏଠି କିଏ, କେତେବେଳେ ଆସିବେ, ଯିବେ ଏବଂ କିଏ କେଉଁ ଦାୟିତ୍ୱ ବହନ କରିବେ, ତାହା କଳ୍ପନା କରିବା ମୁସ୍କିଲ । ଏହି ପରିପ୍ରେକ୍ଷୀରେ ଦଳ ଦାମବାବୁଙ୍କୁ କେଉଁଠି ଥଇଥାନ କରିଥାନ୍ତା ! ନିର୍ବାଚନ ସମୟରେ ଦାମ ବାବୁଙ୍କ ପରାଜୟ ଜାଣିବା ସତ୍ତ୍ୱେ ମଧ୍ୟ ବିଜେପି ତାଙ୍କୁ ଟିକେଟ୍ ଦେଇଥିଲା । ତେଣୁ, କୁହାଯାଇପାରେ ଯେ, ନିଜର ସ୍ୱାର୍ଥ ଲାଗି ହିଁ ଗେରୁଆ ଦଳ ତାଙ୍କୁ ଦଳକୁ ଆଣିଥିଲା । ଏବେ ଆଉ ତାଙ୍କର ଦଳରେ କୌଣସି ଭୂମିକା ନାହିଁ । ଏକଥା ଦଳ ଜାଣିଥିଲା, ତେଣୁ ତାଙ୍କୁ କୌଣସି ଦାୟିତ୍ୱ ଦେଇ ନଥିଲା ।

ଦାମବାବୁ ଅଣ କଂଗ୍ରେସ ଏବଂ ଅଣ ସାମ୍ପ୍ରଦାୟିକ ରାଜନୀତିରେ ବିଶ୍ୱାସ କରନ୍ତି । ସେହିପରି ବିଜୁ ପଟ୍ଟନାୟକଙ୍କ ଆଦର୍ଶରେ ସିଏ ଅନୁପ୍ରାଣିତ । ତେଣୁ ସେ ବିଜେପି ଭଳି ସାଂପ୍ରଦାୟିକ ଦଳରେ ରହିପାରିବେ ନାହିଁ । ସେଥିପାଇଁ ସେ ନିଜକୁ ଦଳରୁ ଦୂରେଇବାକୁ ନିଷ୍ପତ୍ତି ନେବା ସହ ରଚନାତ୍ମକ କାର୍ଯ୍ୟରେ ଲିପ୍ତ ରହିବାକୁ ସୂଚନା ଦେଇଛନ୍ତି । ମୋଟାମୋଟି ଭାବେ କହିବାକୁ ଗଲେ, ଦାମ ବାବୁ ରାଜ୍ୟ ରାଜନୀତିର ଜଣେ ପୁରଣା ନେତା । ତାଙ୍କ ଭୂମିକା ରାଜନୀତିରୁ ଧୀରେ ଧୀରେ ଦୂରେଇବାକୁ ବସିଲାଣି । ତେଣୁ, ସିଏ ଯେଉଁ ଦଳକୁ ଯିବେ ସେହି ଦଳ ପାଇଁ ଭଙ୍ଗା ଆସେଟ୍ ହେବେ । ସେଥିପାଇଁ ରାଜନୀତିରୁ ସନ୍ନ୍ୟାସ ନେବା ହିଁ ତାଙ୍କ ପକ୍ଷେ ଉଚିତ୍ ନିଷ୍ପତ୍ତି ହେବ ।