Trending Photos
)
ଭୁବନେଶ୍ୱର: ରାଜଧାନୀରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ଡୁମୁଡୁମା ଅଞ୍ଚଳରେ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର କରିଛି ଖଣ୍ଡଗିରି ପୋଲିସ। ମୃତଦେହଟି ଟିଟିଲାଗଡ଼ ହାଟପଦାପଡ଼ାର ଅଭିଳାଷ ସ୍ୱରୂପ ମହାପାତ୍ରଙ୍କର ବୋଲି ଜଣାପଡ଼ିଛି। ତେବେ ସେ ୨୦୧୯ ବ୍ୟାଚର ଓଏଫଏସ ଅଧିକାରୀ ବୋଲି ପୋଲିସ ସୂତ୍ରରୁ ସୂଚନା ମିଳିଛି।
ପୋଲିସ କହିଛି ଯେ, ଅଭିଳାଷଙ୍କର ତାଲିମ ସରିଥିବା। ରାଡ୍ୟ ସଚିବାଳୟରେ ନିଜର କାର୍ଯ୍ୟ ଆରମ୍ଭ କରିଥାନ୍ତି। ୨୦୧୯ ବ୍ୟାଚର ଓଏଫଏସ ଅଧିକାରୀ। କିନ୍ତୁ ଗତକାଲି ତାଙ୍କର ମୃତ୍ୟୁ ହୋଇଥିବା ନେଇ ସୂଚନା ଦେଇଛି ଖଣ୍ଡଗିରି ପୋଲିସ। ଅଭିଳାଷଙ୍କ ବାପା ଟିଟିଲାଗଡ଼ ସହର ଅନ୍ତର୍ଗତ ହାଟପଦାପଡ଼ାର ଟିନ୍ତାମଣି ମହାପାତ୍ର ବୋଲି ଜଣାପଡ଼ିଛି। ଅଭିଳାଷ ଡୁମୁଡୁମା ଫେଜ ୪ ଅଞ୍ଚଳରେ ରହୁଥିଲେ। ତାଙ୍କ ପତ୍ନୀ ମଧ୍ୟ ଜଣେ ସରକାରୀ କର୍ମଚାରୀ। ଅଭିଳାଷ ଆଜି କାର୍ଯ୍ୟରେ ଯୋଗ ଦେଇଥାନ୍ତେ ବୋଲି ସୂଚନା ମିଳିଛି।
ତେବେ ଅଭିଳାଷଙ୍କର କିପରି ମୃତ୍ୟୁ ହେଲା ସେ ନେଇ କୌଣସି ସଠିକ ସୂଚନା ମିଳିପାରିନଥିବା ବେଳେ ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି। କେହି ଏହାକୁ ଆତ୍ମହତ୍ୟା କହୁଥିବା ବେଳେ ଅନ୍ୟ କେହି ସିଡ଼ିରୁ ଖସିପଡ଼ି ମୃତ୍ୟୁ ହୋଇଛି ବୋଲି କହୁଛନ୍ତି।