Advertisement
Article Detail0/zeeodisha/odisha775718
Zee OdishaBhubneshwarସ୍କୁଲ ଖୋଲିବାକୁ ନେଇ ଜାରି ରହିଛି ଛକାପଞ୍ଝା, ନଭେମ୍ବରରେ ଆସିବ ନିଷ୍ପତ୍ତି

ସ୍କୁଲ ଖୋଲିବାକୁ ନେଇ ଜାରି ରହିଛି ଛକାପଞ୍ଝା, ନଭେମ୍ବରରେ ଆସିବ ନିଷ୍ପତ୍ତି

ପଞ୍ଚମ ପର୍ଯ୍ୟାୟ ଅନଲକରେ କେନ୍ଦ୍ର ସରକାରଙ୍କ ଅନୁମତି ପରେ ରାଜ୍ୟରେ ବନ୍ଦ ରହିଛି ଶିକ୍ଷାନୁଷ୍ଠାନ। ଏବେ ନଭେମ୍ବର ମାସକୁ ନେଇ ଆଶା ଆଶଙ୍କା ଦେଖାଦେଇଛି। 

ସ୍କୁଲ ଖୋଲିବାକୁ ନେଇ ଜାରି ରହିଛି ଛକାପଞ୍ଝା, ନଭେମ୍ବରରେ ଆସିବ ନିଷ୍ପତ୍ତି

ଶାନ୍ତସ୍ୱରୂପ ରାଉତ, ଭୁବନେଶ୍ୱର: ବିଦ୍ୟାଳୟ (School) ଖୋଲିବା କେତେ ଦୂର ଯୁକ୍ତିଯୁକ୍ତି। ବର୍ତ୍ତମାନ ପରିପ୍ରେକ୍ଷୀରେ ଶ୍ରେଣୀ ଗୃହ ପାଠପଢାର ଆବଶ୍ୟକତା କେତେ ରହିଛି। କୋରୋନା ମହାମାରୀ (Corona Pandemic) ମହାକୋପରେ ଗଭୀର ଭାବେ ପ୍ରଭାବିତ ହୋଇଛି ଛାତ୍ରଛାତ୍ରୀଙ୍କ ଭବିଷ୍ୟତ। ଦୀର୍ଘ ୭ ମାସରୁ ଉର୍ଦ୍ଧ୍ୱ ସମୟ ଧରି ଶ୍ରେଣୀ ଗୃହ ପାଠପଢା ବନ୍ଦ ପଡିଥିବା ବେଳେ କେବଳ ଅନଲାଇନ ପାଠପଢା ଏକମାତ୍ର ମାଧ୍ୟମ ସାଜିଛି। 
 
ଯାହା ସମ୍ପୂର୍ଣ୍ଣ ଭାବେ ଫଳପ୍ରଦ ହେଉନାହିଁ। ସେପଟେ ରାଜ୍ୟରେ ସଂକ୍ରମଣ ହାର ସାମାନ୍ୟ ହ୍ରାସ ପାଇଥିବା ବେଳେ ଆଗାକୁ ଶୀତ ଦିନ ଅଧିକ ଚିନ୍ତା ବଢାଇଛି। ଏପରି ସ୍ଥଳେ ଆସନ୍ତା ନଭେମ୍ବର ମାସରୁ ବିଦ୍ୟାଳୟ ଖୋଲିବ କି ନାହିଁ ତାକୁ ନେଇ ଆଶା ଆଶଙ୍କା ଦେଖାଦେଇଛି। ଯାହାକୁ ନେଇ ଶିକ୍ଷାବିତ୍, ଅଭିଭାବକ ଓ ଶିକ୍ଷକ ମହଲରେ ଭିନ୍ନ ଭିନ୍ନ ମତ ପ୍ରକାଶ ପାଇଛି। 

ଛାତ୍ରଛାତ୍ରୀଙ୍କ ଗତି କୁଆଡେ? କେବେ ଖୋଲିବ ବିଦ୍ୟାଳୟ? କେବେ ବାଜିବ ସ୍କୁଲ ଘଣ୍ଟି? କେବେ ଆରମ୍ଭ ହେବ ଶ୍ରେଣୀ ଗୃହ ପାଠପଢା? ଏସବୁ ପ୍ରଶ୍ନ ଏବେବି ସନ୍ଦେହଘେରରେ। ଦିନ ପରେ ଦିନ ଗଡୁଛି କୋରୋନା କାଳରେ ଦେଶ ମଧ୍ୟ ଅନଲକ୍ ଆଡକୁ ଗତି କରୁଛି। ପଞ୍ଚମ ପର୍ଯ୍ୟାୟ ଅନଲକରେ କେନ୍ଦ୍ର ସରକାରଙ୍କ ଅନୁମତି ପରେ ରାଜ୍ୟରେ ବନ୍ଦ ରହିଛି ଶିକ୍ଷାନୁଷ୍ଠାନ। ଏବେ ନଭେମ୍ବର ମାସକୁ ନେଇ ଆଶା ଆଶଙ୍କା ଦେଖାଦେଇଛି। 

ଗୋଟିଏ ପଟେ ଶୀତ ଋତୁ ଏବଂ ଅନ୍ୟପଟେ ଦ୍ୱିତୀୟ ଲହର ସଂକ୍ରମଣର ଭୟ ଅପରପଟେ ଭବିଷ୍ୟତକୁ ନେଇ ଚିନ୍ତା। ଶିକ୍ଷାବିତଙ୍କ ମତରେ ସଠିକ ବ୍ୟବସ୍ଥା ଓ ଉପଯୁକ୍ତ ବିଶୋଧନ ଏବଂ ସଚେତନର ପଦକ୍ଷେପ ସହ ଉଚ୍ଚତର ନବମ, ଦଶମ, ଏକାଦଶ ଓ ଦ୍ୱାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ବିଦ୍ୟାଳୟ ଖୋଲିବା ଆବଶ୍ୟକ। ସେପଟେ ଏହାର ଖିଲାପ ହେଲେ ଛାତ୍ରଛାତ୍ରୀଙ୍କୁ ବିଦ୍ୟାଳୟ ପଠାଇବାକୁ ନାରାଜ ଥିବା କହିଛନ୍ତି ଅଭିଭାବକ। 

Add Zee News as a Preferred Source

ଏଭଳି ଘଡିସନ୍ଧି ମୂହୁର୍ତ୍ତରେ ବାସ୍ତବିକ ବିଦ୍ୟାଳୟ ଖୋଲିବା କେତେ ଦୂର ପ୍ରାସଙ୍ଗିକତା ରହିଛି ତାକୁ ନେଇ ଶିକ୍ଷକ ମହଲରେ ମଧ୍ୟ ଉଦବେଗ ପ୍ରକାଶ ପାଇଛି। ଶିକ୍ଷକ ସଂଘ ଓଷ୍ଟାର କହିବା କଥା ଉପଯୁକ୍ତ ବ୍ୟବସ୍ଥା କରି ଛାତ୍ରଛାତ୍ରୀ ଓ ଅଭିଭାବକଙ୍କ ମଧ୍ୟରେ ସମନ୍ୱୟ ରଖି ସହଭାଗିତାରେ ସଠିକ୍ ସଚେତନତା କରିବା ଆବଶ୍ୟକ। ଏହା ପରେ ପର୍ଯ୍ୟାୟକ୍ରମେ ବିଦ୍ୟାଳୟ ଖୋଲାଯାଉ। 

ସେପଟେ ରାଜଧାନୀରେ ଥିବା ସରକାରୀ ବିଦ୍ୟାଳୟରେ ସମସ୍ତ ଆନୁଷଙ୍ଗୀକ ବ୍ୟବସ୍ଥା ପ୍ରସ୍ତୁତ ଥିବା କହିଛନ୍ତି ପ୍ରଧାନ ଶିକ୍ଷୟିତ୍ରୀ। ବିଶୋଧନ ସରିଥିବା ବେଳେ ଆବଶ୍ୟକ ହେଲେ କୋଭିଡ ପରୀକ୍ଷା କରି ପାଠପଢାଇବାକୁ ପ୍ରସ୍ତୁତି ଥିବା କହିଛନ୍ତି। ପୂର୍ବରୁ ପୂଜା ଛୁଟି ପର୍ଯ୍ୟନ୍ତ ରାଜ୍ୟରେ ଶିକ୍ଷାନୁଷ୍ଠାନ ବନ୍ଦ କରିବାକୁ ଘୋଷଣା କରିଥିଲେ ମୁଖ୍ୟମନ୍ତ୍ରୀ ଏବେ ଆଉ ଦିନେ ଦୁଇ ଦିନ ମଧ୍ୟରେ ନଭେମ୍ବର ମାସରେ କଣ ରହିବ ନିଷ୍ପତ୍ତି ତାହା ଜଣାପଡିବ।  ଏହା ପରେ ହିଁ ବିଦ୍ୟାଳୟ ଖୋଲିବା ଓ କ'ଣ ମାର୍ଗଦର୍ଶିକା ରହିବ ନା ଖୋଲିବା ପ୍ରକିୟା ବିଳମ୍ବ ହେବ ତାହା ସ୍ପଷ୍ଟ ହେବ। 

 

About the Author