• ଦେଶରେ ପରାସ୍ତ କୋରୋନା ବିରୋଧରେ ଅନ୍ତିମ ଲଢ଼େଇର ସେକେଣ୍ଡ ଫେଜ୍ ଜାରି
  • ଫ୍ରଣ୍ଟ ଲାଇନରଙ୍କ ପରେ ଦେଶବ୍ୟାପୀ ବୟସ୍କଙ୍କୁ ଦିଆଗଲା ଟିକା
  • ପିଏମ୍ ମୋଦିଙ୍କ ସମେତ ସିଏମ୍ ନବୀନ ପଟ୍ଟନାୟକ ବି ନେଲେ କୋରୋନା ଟିକା
  • ରାଜ୍ୟର ୧୫୩ ସ୍ବାସ୍ଥ୍ୟ କେନ୍ଦ୍ରରେ ଚାଲିଛି ଟିକାକରଣ
  • କୋରୋନା କଟକଣାରେ ହେବ ମହାପ୍ରଭୁ ଲିଙ୍ଗରାଜଙ୍କ ଜାଗର ଯାତ୍ରା
  • ୬୦ ବର୍ଷରୁ ଅଧିକ ଓ ୧୨ ବର୍ଷରୁ କମ୍ ବୟସ୍କଙ୍କ ପାଇଁ ଦର୍ଶନ ମନା
  • ଗର୍ଭଗୃହକୁ ପ୍ରବେଶ ବାରଣ, ଆଡ଼କାଠ ଦର୍ଶନ କରିବାକୁ ଅନୁମତି ପ୍ରଦାନ
  • ଲିଙ୍ଗରାଜଙ୍କ ଜାଗର ଯାତ୍ରା ପ୍ରସ୍ତୁତି ବୈଠକରେ ନିଷ୍ପତ୍ତି, ପ୍ରବେଶ ସ୍ଥାନରେ ହେବ ସ୍କ୍ରିନିଂ ବ୍ୟବସ୍ଥା
  • ମାର୍ଚ୍ଚରୁ ମେ' ପର୍ଯ୍ୟନ୍ତ ହେବ ପ୍ରଚଣ୍ଡ ତାତି
  • ଭାରତୀୟ ପାଣିପାଗ ବିଭାଗର ପୂର୍ବାନୁମାନ

କମୁଛି କେନ୍ଦ୍ରୀୟ ସହାୟତା, ରାଜ୍ୟ ସରକାରଙ୍କ ଚିନ୍ତା ବଢାଇବ ଗ୍ରାମୀଣ ଅର୍ଥନୀତି!

ସେହିଭଳି କେନ୍ଦ୍ର ସରକାରଙ୍କ ଠାରୁ ରାଜ୍ୟକୁ ମିଳିଥିବା ଅର୍ଥ ଗତବର୍ଷ ତୁଳନାରେ ଏବର୍ଷ ୧୫ ପ୍ରତିଶତ କମ ମିଳିଛି । ବିଶେଷଜ୍ଞଙ୍କ ମତରେ ଜିଏସଟି ଅଧିକ ସଂଗ୍ରହ ହେଲେ ମଧ୍ୟ ରାଜ୍ୟ ଅର୍ଥନୀତି ବିକାଶ ପାଇଁ ଏହା ଯଥେଷ୍ଟ ନୁହେଁ । 

କମୁଛି କେନ୍ଦ୍ରୀୟ ସହାୟତା, ରାଜ୍ୟ ସରକାରଙ୍କ ଚିନ୍ତା ବଢାଇବ ଗ୍ରାମୀଣ ଅର୍ଥନୀତି!

ଭୁବନେଶ୍ୱର: କୋରୋନା ମହମାରୀ (Corona Pandemic) କାରଣରୁ ମାନ୍ଦା ହୋଇଯାଇଥିବା ଅର୍ଥନୀତି ପୁଣି ଥରେ ଚଳଚଞ୍ଚଳ ହେବା ଆରମ୍ଭ ହୋଇଛି । ରାଜ୍ୟରେ ଟିକସ (Tax) ସହ ଜିଏସଟି (GST) ଆଦାୟ ମଧ୍ୟ ବଢିଛି । ହେଲେ କେନ୍ଦ୍ରୀୟ ଅନୁଦାନ କମିବା ସହ ଗ୍ରାମୀଣ ଅର୍ଥନୀତି ଦୁର୍ବଳ ହେବାରେ ଲାଗିଛି । ଗତବର୍ଷ ସେପ୍ଟେମ୍ବର ତୁଳନାରେ ଚଳିତ ବର୍ଷ ଏହି ମାସରେ ୧୮ ପ୍ରତିଶତ ଅଧିକ ଜିଏସଟି ଆଦାୟ ହୋଇଛି । 

ସେହିଭଳି କେନ୍ଦ୍ର ସରକାରଙ୍କ ଠାରୁ ରାଜ୍ୟକୁ ମିଳିଥିବା ଅର୍ଥ ଗତବର୍ଷ ତୁଳନାରେ ଏବର୍ଷ ୧୫ ପ୍ରତିଶତ କମ ମିଳିଛି । ବିଶେଷଜ୍ଞଙ୍କ ମତରେ ଜିଏସଟି ଅଧିକ ସଂଗ୍ରହ ହେଲେ ମଧ୍ୟ ରାଜ୍ୟ ଅର୍ଥନୀତି ବିକାଶ ପାଇଁ ଏହା ଯଥେଷ୍ଟ ନୁହେଁ । ସେପଟେ ଗ୍ରାମୀଣ ଅର୍ଥନୀତି (Rural Economy) କୁ ଶକ୍ତ କରିବାକୁ ସରକାରଙ୍କୁ ବହୁ ପଦକ୍ଷେପ ନେବାକୁ ହେବ ।

ସୁଧୁରିଛି ରାଜ୍ୟର ଅର୍ଥନୈତିକ ସ୍ଥିତି । କୋରନା ଜନିତ ଲକଡାଉନ ସଟଡାଉନ କାରଣରୁ ସ୍ଥାଣୁ ହୋଇଯାଇଥିବା ଅର୍ଥନୀତିରେ ସୁଧାର ଆସୁଛି । ହେଲେ କେନ୍ଦ୍ର ଟିକସରୁ ରାଜ୍ୟ ଅଂଶ କମୁଛି । ଗତବର୍ଷ ତୁଳନାରେ ଏବର୍ଷ ୧୫ ପ୍ରତିଶତ କେନ୍ଦ୍ରୀୟ ଅଂଶ କମିଛି । ବିଧାନସଭାରେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ଏକ ଲିଖିତ ଉତ୍ତରରେ ଏହି ସୂଚନା ଦେଇଛନ୍ତି । କେନ୍ଦ୍ରୀୟ ଟିକସରୁ ରାଜ୍ୟ ଅଂଶ ବାବଦକୁ କେନ୍ଦ୍ରୀୟ ବଜେଟରେ ଓଡିଶା ପାଇଁ ଚଳିତ ବଜେଟରେ ୩୬ ହଜାର ୨୯୯ କୋଟି ଟଙ୍କା ଦେବାକୁ ସ୍ଥିର କରିଥିଲେ । 

ଅଗଷ୍ଟ ସୁଦ୍ଧା ୧୦ ହଜାର ୯୦ କୋଟି ଟଙ୍କା ମିଳିଛି । ଯାହା ମୋଟ ବଜେଟର ୨୭.୮୦ ପ୍ରତିଶତ ଏବଂ ଏହା ଗତବର୍ଷ ତୁଳନାରେ ମିଳିଥିବା ଅର୍ଥର ୧୪.୯୫ ପ୍ରତିଶତ କମ ରହିଛି । ଅର୍ଥନୀତି ସମୀକ୍ଷକଙ୍କ କହିବା କଥା କେନ୍ଦ୍ରର ରାଜସ୍ୱ ଆଦାୟ କମିଛି । ଯଦିଓ ଅନଲକ (Unlock) ହୋଇଛି ହେଲେ ସବୁ କ୍ଷେତ୍ର ଖୋଲିନାହିଁ । ଏବେ ମଧ୍ୟ କୋଭିଡ କଟକଣା ରହିଛି । ଜିଏସଟି କ୍ଷତି ପୂରଣ ପାଇଁ ବିତର୍କ ଚାଲିଛି ।  

ସେପ୍ଟେମ୍ୱରରେ ରାଜ୍ୟରେ ୧୮ ପ୍ରତିଶତ ଜିଏସଟି ଆଦାୟ ବୃଦ୍ଧି ପାଇଛି । ଉତ୍ତର ପ୍ରଦେଶ, ବିହାର, ରାଜସ୍ଥାନ, ପଶ୍ଚିମବଙ୍ଗ, ମହାରାଷ୍ଟ ଏବଂ କର୍ଣ୍ଣାଟକ ଭଳି ରାଜ୍ୟକୁ ପଛରେ ପକାଇଛି ଓଡିଶା । ଜିଏସଟି ଆଦାୟ ବୃଦ୍ଧି ରାଜ୍ୟ ଅର୍ଥନୀତିକୁ ଗତିଶୀଳ କରାଇବାରେ ସହାୟକ ହେବ ନାହିଁ ବୋଲି କହିଛନ୍ତି ଅର୍ଥନୀତିଜ୍ଞ । 

ପୂର୍ବତନ ଅର୍ଥମନ୍ତ୍ରୀ ପଞ୍ଚାନନ କାନୁନଗୋଙ୍କ ମତରେ ଟ୍ୟାକ୍ସ ଆଦାୟା (Tax Collection) ପୁରାପୁରି କମିଯାଇଥିଲା ଏବେ ଟିକେ ଉପରକୁ ଉଠିଛି । ତାହାର କାରଣ ହେଇଛି ଆମ ରାଜ୍ୟ ଗୋଟିଏ ଖାଉଟି ରାଜ୍ୟ । କଲଡାଉନ ଉଠିଯିବାରୁ ଲୋକେ କିଣାବିକା କଲେ । ଖାଇବା ଜିନିଷ ଅତି ମାତ୍ରାରେ କିଣିଲେ । ସେଇଥି ପାଇଁ କିଛି ପରିମାଣରେ ଟିକସ ବଢିଛି । ଏହାର ଅର୍ଥ ନୁହେଁ ରାଜ୍ୟ ଅତିମାତ୍ରାରେ ଆର୍ଥିତ ସ୍ୱଚ୍ଛଳ ହୋଇଗଲା । ପେଟ୍ରୋଲ ଡିଜେଲ ଦର ବୃଦ୍ଧି ଘଟିଛି, ମଦ ଦୋକାନ ଖୋଲିଛି ବିକ୍ରି ବଢିଛି ସେଥିରେ ଟିକସ ବଢିଛି । ପ୍ରକୃତରେ ଯେଉଁ ଟିକସକୁ ଅର୍ଥନୀତିର ବିକାଶ ବୋଲି କୁହାଯାଏ ସେଥିରେ ବଢିନାହିଁ । ହତାସରୁ ମୁକ୍ତି ମିଳିଥିଲେ ବି ଅର୍ଥନୀତି ସୁଧୁରିବା ନେଇ କିଛି ହୋଇ ପାରିନାହିଁ । କୋରୋନା ଦ୍ୱାହି ଦେଇ ଖସିଯିବାକୁ ଯେଉଁ ଚେଷ୍ଟା ଚାଲିଛି ତାହା ଗ୍ରହଣୀୟ ନୁହେଁ । ଗ୍ରାମୀଣ ଅର୍ଥନୀତିକୁ ଦୃଢ଼ କରିବା ପାଇଁ ସରକାରଙ୍କୁ ବିକଳ୍ପ ବ୍ୟବସ୍ଥା ଗ୍ରହଣ କରିବାକୁ ହେବ । 

ରାଜ୍ୟ ସରକାର କେନ୍ଦ୍ରଠାରୁ ୫ଟି ପଦ୍ଧତିରେ ଟଙ୍କା ପାଇଥାନ୍ତି । ଜିଏସଟି କ୍ଷତିପୂରଣ (GST Compensation), ରାଷ୍ଟ୍ରୀୟ ବିପର୍ଯ୍ୟୟ ପ୍ରଶମନ ପାଣ୍ଠି (National Disaster Mitigation Fund), କେନ୍ଦ୍ରୀୟ ପ୍ରବର୍ତ୍ତିତ ଯୋଜନା (Centralized Planning) ଏବଂ କେନ୍ଦ୍ରୀୟ ଟିକସରୁ ରାଜ୍ୟ ଅଂଶ (state share from Central Taxes) ବାବଦରେ ରାଜ୍ୟକୁ ମିଳିଥାଏ ଅର୍ଥ । ବର୍ତ୍ତମାନ ଅର୍ଥନୀତି ସାମାନ୍ୟ ଗତିଶୀଳ ହେବା ଆରମ୍ଭ ହେଲେ ମଧ୍ୟ କେନ୍ଦ୍ରୀୟ ଅର୍ଥ କମିବା ସରକାରଙ୍କୁ ଚିନ୍ତାରେ ପକାଇଛି ।