close

खास खबरें सिर्फ आपके लिए...हम खासतौर से आपके लिए कुछ चुनिंदा खबरें लाए हैं. इन्हें सीधे अपने मेलबाक्स में प्राप्त करें.

ଦିଲ୍ଲୀବାସୀଙ୍କ ଦୀପାବଳି କିଛି ଏମିତି

ଆଲୋକର ପର୍ବ ଦୀପାବଳି। କୋଟି କୋଟିଙ୍କର ଉତ୍ସବ। ଆରମ୍ଭ ହେଲାଣି ଘରସଜା। ରଙ୍ଗବେରଙ୍ଗର ଲିଚୁ ଲାଇଟ। ତା 'ସହ ଭଳିକି,ଭଳି ମିଠାର ପସରା। ଚଳିତ ବର୍ଷ ଦୀପାବଳୀକୁ ନେଇ ଚଳଚଞ୍ଚଳ ଦିଲ୍ଲୀ ଠାରୁ ପଲ୍ଲୀ। ସମସ୍ତେ ବ୍ୟସ୍ତ ଅଛନ୍ତି ସାଜସଜ୍ଜାରେ । ସବୁ ଆଡେ ଦୀପାବଳୀ ପାଇଁ ଧୁମ ଥିବା ବେଳେ ଦିଲ୍ଲୀରେ ନିଆରା ଧୁମ ଦେଖିବାକୁ ମିଳୁଛି। ସୁନ୍ଦର ସାଜସଜ୍ଜା ,ରଙ୍ଗବେରଙ୍ଗର ଲାଇଟ ଏବଂ ସୁନ୍ଦର ରଙ୍ଗୋଲୀ ଦେଖିବାକୁ ମିଳୁଛି। ଦୀପାବଳୀର ଧୁମ ସବୁ ଆଡେ ଦେଖିବାକୁ ମିଳୁଥିବା ବେଳେ ଦିଲ୍ଲୀର କଥା ହିଁ ଅଲଗା।

 ଦିଲ୍ଲୀବାସୀଙ୍କ ଦୀପାବଳି କିଛି ଏମିତି

ରୁକ୍ମଣୀ ବେହେରା,ନୂଆଦିଲ୍ଲୀ: ଆଲୋକର ପର୍ବ ଦୀପାବଳି। କୋଟି କୋଟିଙ୍କର ଉତ୍ସବ। ଆରମ୍ଭ ହେଲାଣି ଘରସଜା। ରଙ୍ଗବେରଙ୍ଗର ଲିଚୁ ଲାଇଟ। ତା 'ସହ ଭଳିକି,ଭଳି ମିଠାର ପସରା। ଚଳିତ ବର୍ଷ ଦୀପାବଳୀକୁ ନେଇ ଚଳଚଞ୍ଚଳ ଦିଲ୍ଲୀ ଠାରୁ ପଲ୍ଲୀ। ସମସ୍ତେ ବ୍ୟସ୍ତ ଅଛନ୍ତି ସାଜସଜ୍ଜାରେ । ସବୁ ଆଡେ ଦୀପାବଳୀ ପାଇଁ ଧୁମ ଥିବା ବେଳେ ଦିଲ୍ଲୀରେ ନିଆରା ଧୁମ ଦେଖିବାକୁ ମିଳୁଛି। ସୁନ୍ଦର ସାଜସଜ୍ଜା ,ରଙ୍ଗବେରଙ୍ଗର ଲାଇଟ ଏବଂ ସୁନ୍ଦର ରଙ୍ଗୋଲୀ ଦେଖିବାକୁ ମିଳୁଛି। ଦୀପାବଳୀର ଧୁମ ସବୁ ଆଡେ ଦେଖିବାକୁ ମିଳୁଥିବା ବେଳେ ଦିଲ୍ଲୀର କଥା ହିଁ ଅଲଗା। 

ଉତ୍ତର ଭାରତରେ ଦୀପାବଳିର ଧୂମ୍‌ ସବୁଠାରୁ ଅଧିକ ଦେଖିବାକୁ ମିଳିଥାଏ। ଦୀପାବଳୀର କିଛି ଦିନ ପୂର୍ବରୁ ରାଜଧାନୀ ଦିଲ୍ଲୀର ବଜାରରେ ଲାଗିଯାଏ ଚାରଚାନ୍ଦ। ଯେ ଭଳି ଭାବରେ ସାଧାରଣ ଲୋକେ ପ୍ରସ୍ତୁତିରେ ଲାଗିଥାଆନ୍ତି ତାହା ଠାରୁ ଆଗରେ ଥାଆନ୍ତି ବ୍ୟବସାୟୀ।ବ୍ୟବସାୟୀ ମାନେ ପ୍ରସ୍ତୁତି କିଛି ମାସ ପୂର୍ବରୁ ଆରମ୍ଭ କରିଦେଇଥାଆନ୍ତି। ବିଗ ବଜାରରେ ଦୀପାବଳୀ ପାଇଁ ଘରର ସାଜସଜା ଜିନିଷ,ଗିଫ୍ଟ, ଅତିକରଣୀୟ ସାମଗ୍ରୀ ପାଇଁ ଭିଡ ଲାଗିଥାଏ। 

ଚଳିତବର୍ଷ ଦୀପାବଳୀରେ ଦିଲ୍ଲୀ  ବଜାରରେ ବହୁ ଭେରାଇଟିର ଗିଫ୍ଟ ସହ ସାମଗ୍ରୀ ରହିଛି। ଦୀପାବଳୀକୁ ସରସ ସୁନ୍ଦର କରିବା ପାଇଁ ବଜାରରେ ଭିଡ ଦେଖିବାକୁ ମିଳିଥାଏ। ଦିନ ହେଉ କି ରାତି ଲୋକଙ୍କ ଗହଳଚହଳ ଲାଗିରହିଛି। ଆଉ ବ୍ୟବସାୟା ବି ଭଲ ଦି ପଇସା ରୋଜଗାର କରି ଲାଭାବନ ହେଉଛନ୍ତି। ସେପଟେ ବଜାରରେ ମାଟିଦୀପ, ରଙ୍ଗୋଲି,ସାଜସଜା ସାମଗ୍ରୀ ସହ ଭେରାଇଟିର ମିଠାର ପସରା ଦେଖିବାକୁ ମିଳୁଛି। ଯଦି କଥା ଆସେ ମିଠାର ତେବେ  ଦୀପାବଳୀରେ ମିଠାକୁ କିପିରି ଆମେ ଭୁଲିବା। କୁହାଯାଏ ବିନା ମିଠାରେ ଦୀପାବଳୀ ଅଧୁରା ରହିଥାଏ। କିନ୍ତୁ ଏହା ଭିତରେ ମିଠାର ଟ୍ରେଣ୍ଡ ମଧ୍ୟ ବଦଳିଛି। ଆଜିକାଲି କା ଡେ ଟୁ ଡେ୍ ଲାଇଫରେ ଆଉ ବଦଳୁଥିବା ସମୟରେ  ଅପମିଶ୍ରଣ ମିଠାକୁ ନେଇ ଲୋକଙ୍କ ମନରେ ଭୟ।  ସେଥିପାଇଁ  ମିଠାର ଚାହିଦା କିଛି ମାତ୍ରାରେ କମିଛି ଆଉ ପର୍ବପବାଣୀରେ ମିଠା କେବଳ ପରମ୍ପରାରେ ସିମିତ ହୋଇ ରହିଯାଇଛି। 
ଭେରାଇଟିର ମିଠା, ଗିଫ୍ଟ ,ଡ୍ରାଏଫୁଟ ଠାରୁ ନେଇ ଚକଲେଟ୍,ପ୍ୟାକେଟ  ଆଇଟମ ଠାରୁ ଆରମ୍ଭ କରି ଫଳ ପର୍ଯ୍ୟନ୍ତ ଚଳିତ ଦୀପାବଳିରେ ଖୁବ ବିକ୍ରି ହେଉଛି। ଦର୍ଶକବନ୍ଧୁ  ମିଠାର ଟ୍ରେଣ୍ଡ ବଦଳିଛି ସତ କିନ୍ତୁ ଦୀପାବଳୀର ମିଠାସ ଏବେ ବି ରହିଛି। କାରଣ ଦୀପାବଳୀ ଆଉ ମିଠା ତ ନିହାତି ଦରକାର। କଥାରେ ଅଛି ଦୀପାବଳୀ ଆଉ ଦୀପ ବିନା ଅଧୁରା ଥାଏ।

 ଆଜି କାଲି ଦୀପ ସହ ଭେରାଇଟିର ଲାଇଟର, ଆର୍ଟିଫିସିଆଲ ଲାଇଟ, ଚାଇନିସ୍ ଲାଇଟର ଡିମାଣ୍ଡ ଅଧିକ ରହିଛି । ଦିନ ଥିଲା ବଜାରରେ ମାଟି ଦୀପର ଚାହିଦା ଖୁବ ଅଧିକ ଥିଲା ଧିରେ ଧିରେ ଦୀପର ଚାହିଦା କମିବା ସହ ଏବେ ମାର୍କେଟରେ ଆର୍ଟିଫିସିଆଲ ଲାଇଟ,ଚାଇନିସ ଲାଇଟ ସ୍ଥାନ ନେଇଯାଇଛି ଯାହା ରଙ୍ଗ ବେରଙ୍ଗ ସାଜ ସଜା ପାଇଁ ଲୋକେ ଖୁବ ପସନ୍ଦ କରୁଛନ୍ତି। ଦୀପାବଳୀରେ ଦୀପ ଜଳାଇବା ଯେଉଁଠି ଶୁଭ ମାନୁଥିଲେ ଏବେ ତାହା ଧିରେ ଧିରେ କମ୍ ଦେଖିବାକୁ ମିଳୁଛି ଲୋକେ ଦୀପ ତ ଜାଳୁଛନ୍ତି କିନ୍ତୁ ଡେକୋରେଟିଭ ଲାଇଟସ୍ ସହ ଇଲେକଟ୍ରିକ ଲାଇଟକୁ ଅଧିକ ପସନ୍ଦ କରୁଛନ୍ତି।