ପୁନଃ ଜେଇଇ ପରୀକ୍ଷା କରିବାକୁ ଦାବି

ଜେଇଇ ଓ ନିଟ୍ ପରୀକ୍ଷାରୁ ବଞ୍ଚିତ ଛାତ୍ରଛାତ୍ରୀଙ୍କ ଲାଗି ପୁନଃ ପରୀକ୍ଷା କରିବାକୁ ଦାବି । 

ପୁନଃ ଜେଇଇ ପରୀକ୍ଷା କରିବାକୁ ଦାବି

ଭୁବନେଶ୍ୱର: ଜେଇଇ ଓ ନିଟ୍ ପରୀକ୍ଷାରୁ ବଞ୍ଚିତ ଛାତ୍ରଛାତ୍ରୀଙ୍କ ଲାଗି ପୁନଃ ପରୀକ୍ଷା କରିବାକୁ ଦାବି । ସଦ୍ୟ ସମାପ୍ତ ହୋଇଥିବା ଜେଇଇ ମେନ୍ ଓ ନିଟ୍ ପରୀକ୍ଷା ଦେବାରୁ ମେଧାବୀ ପରୀକ୍ଷାର୍ଥୀ ବଞ୍ଚିତ ହୋଇଛନ୍ତି । ବିଶେଷ କରି ରାଜ୍ୟରେ ବନ୍ୟା ପରିସ୍ଥିତି ଓ ମହାମାରୀ କୋରୋନା ପାଇଁ ପରୀକ୍ଷା ଦେବାରେ ଅନୁପସ୍ଥିତ ରହିଛନ୍ତି । 

ଜେଇଇ ମେନ୍ ପରୀକ୍ଷାରେ ରାଜ୍ୟରୁ ୨୮ ପ୍ରତିଶତ ଅର୍ଥାତ ପ୍ରାୟ ୧୧ ହଜାର ଏବଂ ନିଟ୍ ପରୀକ୍ଷା ରେ ୧୨ ପ୍ରତିଶତ ତଥା ୪ ହଜାର ୫୦୦ ଛାତ୍ରଛାତ୍ରୀ ପରୀକ୍ଷା ଦେବାରୁ ବଞ୍ଚିତ ହୋଇଛନ୍ତି । ସେମାନଙ୍କ ଲାଗି ପୁନଃ ପରୀକ୍ଷା କରିବାକୁ ଦାବି କରିଛି ଆମ ଜନତା ଅଧିକାର ସଂଗଠନ । 

ଭୁବନେଶ୍ୱର ଉତ୍କଳ ସାମ୍ବାଦିକ ଭବନରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସଂଗଠନ ପକ୍ଷରୁ ଦାବି କରାଯିବା ସହ ଉଭୟ ରାଜ୍ୟ ସରକାର ଓ କେନ୍ଦ୍ର ସରକାର ଏଥିପ୍ରତି ଦୃଷ୍ଟି ନଦେଲେ ଆଗାମୀ ଦିନରେ ଆନ୍ଦୋଳନାତ୍ମକ ପନ୍ଥା ଆପଣେଇବ ବୋଲି ଚେତାବନୀ ଦେଇଛି ।