Advertisement
Article Detail0/zeeodisha/odisha701887
Zee OdishaBhubneshwarଅଫିସ ଆସିବେ ନାହିଁ ଦିବ୍ୟାଙ୍ଗ ସରକାରୀ କର୍ମଚାରୀ

ଅଫିସ ଆସିବେ ନାହିଁ ଦିବ୍ୟାଙ୍ଗ ସରକାରୀ କର୍ମଚାରୀ

କେନ୍ଦ୍ର ଗୃହ ମନ୍ତ୍ରାଳୟର ଗାଇଡଲାଇନ ମୁତାବକ,  ରାଜ୍ୟ ଭିନ୍ନକ୍ଷମ କମିଶନର ରାଜ୍ୟ ନୋଡାଲ ଅଫିସର ଭାବେ ଏବଂ ଜିଲ୍ଲା ସ୍ତରରେ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ନୋଡ଼ାଲ ଅଫିସର ଭାବେ କାମ କରିବେ । 

ଅଫିସ ଆସିବେ ନାହିଁ ଦିବ୍ୟାଙ୍ଗ ସରକାରୀ କର୍ମଚାରୀ

ଯଯାତି ମହାନ୍ତି, ଭୁବନେଶ୍ୱର: ଅଫିସ ଆସିବେ ନାହିଁ ଦିଦ୍ୟାଙ୍ଗ ସରକାରୀ କର୍ମଚାରୀ । ଜରି ହେଲା ଦିବ୍ୟାଙ୍ଗଙ୍କ ପାଇଁ ସ୍ୱତନ୍ତ୍ର କୋରୋନା ଗାଇଡଲାଇନ୍ । କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ଏହି ଗାଇଡଲାଇନ ଜାରି ହୋଇଛି । ରାଜ୍ୟ ଭିନ୍ନକ୍ଷମ କମିଶନର ରାଜ୍ୟ ନୋଡାଲ ଅଫିସର ଭାବେ କାମ କରିବେ ବୋଲି ଏଥିରେ କୁହାଯାଇଛି । 

କେନ୍ଦ୍ର ଗୃହ ମନ୍ତ୍ରାଳୟର ଗାଇଡଲାଇନ ମୁତାବକ,  ରାଜ୍ୟ ଭିନ୍ନକ୍ଷମ କମିଶନର ରାଜ୍ୟ ନୋଡାଲ ଅଫିସର ଭାବେ ଏବଂ ଜିଲ୍ଲା ସ୍ତରରେ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ନୋଡ଼ାଲ ଅଫିସର ଭାବେ କାମ କରିବେ । ସେହିପରି ଦିବ୍ୟାଙ୍ଗଙ୍କ କେୟାରଟେକର କୋରୋନା ବିମାଭୁକ୍ତ ହେବେ । 
ତେବେ ନିୟମିତ ଭାବେ ଦିବ୍ୟାଙ୍ଗଙ୍କ ସ୍ୱାସ୍ଥ୍ୟବସ୍ଥା ବୁଝିବେ ନୋଡ଼ାଲ ଅଧିକାରୀ । କେବଳ ଏତିକି ନୁହେଁ, ଯାତାୟାତ ପାଇଁ ଟ୍ରାଇସାଇକଲ ଖରାପ ହେଲେ ତୁରନ୍ତ ମରାମତି କରିବ ବିଭାଗ । 

ଏଠାରେ କହିରଖୁଛୁ, ୨୦୧୧ ଜନ ଗଣନା ଅନୁସାରେ ରାଜ୍ୟରେ ୧୨ ଲକ୍ଷ ୪୬ ହଜାର ଦିବ୍ୟାଙ୍ଗ ଥିଲେ । ଏବେ ଏହା ୨୦ ଲକ୍ଷରେ ପହଞ୍ଚିଥିବା କୁହାଯାଉଛି । 

Add Zee News as a Preferred Source
About the Author