ସୋସିଆଲ ମିଡିଆରେ ଅଯୋଧ୍ୟା ରାୟ ଉପରେ ଆପତ୍ତିଜନକ ପୋଷ୍ଟ କଲେ ଯିବେ ଜେଲ
Advertisement

ସୋସିଆଲ ମିଡିଆରେ ଅଯୋଧ୍ୟା ରାୟ ଉପରେ ଆପତ୍ତିଜନକ ପୋଷ୍ଟ କଲେ ଯିବେ ଜେଲ

ଆପତ୍ତିଜନକ ପୋଷ୍ଟ କଲେ ଯିବେ ଜେଲ

ସୌଜନ୍ୟ: ସୋସିଆଲ ମିଡିଆ

ସରୋଜ କୁମାର ବେହେରା, ଭୁବନେଶ୍ୱର: ଅଯୋଧ୍ୟା ମାମଲା ଶୁଣାଣିକୁ ନେଇ ସାରା ଦେଶର ବିଭିନ୍ନ ସ୍ଥାନରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ଏହି ପରିପ୍ରେକ୍ଷୀରେ ରାଜ୍ୟରେ ଶାନ୍ତି ଶୃଙ୍ଖଳା ଓ ସାମ୍ପ୍ରଦାୟିକ ସଦଭାବନା ବଜାୟ ରଖିବାକୁ ବ୍ୟାପକ ପ୍ରସ୍ତୁତି କରାଯାଇଛି । ଏଥିପାଇଁ କିଛି ଦିନ ଆଗରୁ ସମ୍ବେଦନଶୀଳ ଜିଲ୍ଲାରେ ସତର୍କତା ମୂଳକ ପଦକ୍ଷେପ ନିଆଯାଇଥିଲା । ଜିଲ୍ଲାର ଏସପିଙ୍କ ନେତୃତ୍ୱରେ ନିଜେ ସୁରକ୍ଷାର ତଦାରଖ କରାଯିବା ସହ ସିନିୟର ଅଫିସର ମାନେ ଆଲର୍ଟ ରହି ନଜର ରଖିଛନ୍ତି ।

ବରିଷ୍ଠ ଓ ମାନ୍ୟଗଣ୍ୟ ବ୍ୟକ୍ତିଙ୍କ ମାଧ୍ୟମରେ ଯୋଗାଯୋଗ କରାଯାଇ ଶାନ୍ତି ବଜାୟ ରଖାଯିବାକୁ ବିଚାରବିମର୍ଷ କରାଯାଇଛି । ପରିସ୍ଥିତି ବର୍ତ୍ତମାନ ସୁଦ୍ଧା ଶାନ୍ତିପୂର୍ଣ୍ଣ ରହିଛି ବୋଲି ପ୍ରତିକ୍ରିୟା ଦେଇଛନ୍ତି ପୋଲିସ ଡିଜି । ଷ୍ଟାଟିକ ପୋଷ୍ଟ ସହ ଓଡ଼ିଶା ପୋଲିସ ପକ୍ଷରୁ ଆବଶ୍ୟକ ଅନୁଯାୟୀ ଫୋର୍ସ ମୁତୟନ କରାଯାଇଛି । ଆବଶ୍ୟକ ପଡିଲେ ରିଜର୍ଭ ପୋଲିସ ମୁତୟନ କରିବାକୁ ଯୋଜନା ରହିଛି । ସୋସିଆଲ ମିଡିଆ ଉପରେ ସ୍ୱତନ୍ତ୍ର ନଜର ରଖାଯାଇଛି । ତେବେ ରାୟକୁ ସମସ୍ତେ ଗ୍ରହଣ କରିବେ ଏହା ଦ୍ୱାରା କୌଣସି ଶାନ୍ତିଶୃଙ୍ଖଳା ଭଙ୍ଗ ହେଲେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପୋଲିସ ଡିଜି ପ୍ରତିକ୍ରିୟା ରଖିଛନ୍ତି ।