ନାରୀ ନିର୍ଯ୍ୟାତନା ପ୍ରସଙ୍ଗ: ନବୀନଙ୍କ ମନ୍ତବ୍ୟକୁ ନେଇ କଡ଼ା ସମାଲୋଚନା କଲେ ବିରୋଧୀ

କେବଳ କଥାରେ ନୁହେଁ, କାମରେ ମୁଖ୍ୟମନ୍ତ୍ରୀ ବିଶ୍ୱାସ କରନ୍ତି ଏବଂ ନାରୀ ନିର୍ଯ୍ୟାତନା ପ୍ରସଙ୍ଗକୁ ସରକାର ଅତ୍ୟନ୍ତ ଗୁରୁତର ସହ ନିଅନ୍ତି ବୋଲି ବିଜେଡ଼ି କହିଥିବା ବେଳେ ବିରୋଧି ବିଜେପି ଓ କଂଗ୍ରେସ ଏହାକୁ ସମାଲୋଚନା କରିଛନ୍ତି ।

ନାରୀ ନିର୍ଯ୍ୟାତନା ପ୍ରସଙ୍ଗ: ନବୀନଙ୍କ ମନ୍ତବ୍ୟକୁ ନେଇ କଡ଼ା ସମାଲୋଚନା କଲେ ବିରୋଧୀ

ଯଯାତି ମହାନ୍ତି,ଭୁବନେଶ୍ୱର: ନାରୀ ନିର୍ଯ୍ୟାତନା ପ୍ରସଙ୍ଗରେ ରାଜନୀତି ହେବା ଉଚିତ ନୁହେଁ । ଗୃହ ବିଭାଗର ଖର୍ଚ୍ଚ ଦାବି ବେଳେ ଗତକାଲି ଗୃହରେ ମୁଖ୍ୟମନ୍ତ୍ରୀଙ୍କ ଉତ୍ତରକୁ ନେଇ ରାଜନୀତି ଆରମ୍ଭ ହୋଇଛି । ମୁଖ୍ୟମନ୍ତ୍ରୀଙ୍କୁ ବିବୃତିକୁ ବିଜେଡ଼ି ସ୍ୱାଗତ କରିଛି । କେବଳ କଥାରେ ନୁହେଁ, କାମରେ ମୁଖ୍ୟମନ୍ତ୍ରୀ ବିଶ୍ୱାସ କରନ୍ତି ଏବଂ ନାରୀ ନିର୍ଯ୍ୟାତନା ପ୍ରସଙ୍ଗକୁ ସରକାର ଅତ୍ୟନ୍ତ ଗୁରୁତର ସହ ନିଅନ୍ତି ବୋଲି ବିଜେଡ଼ି କହିଥିବା ବେଳେ ବିରୋଧି ବିଜେପି ଓ କଂଗ୍ରେସ ଏହାକୁ ସମାଲୋଚନା କରିଛନ୍ତି । 

ଜଣେ ସରକାରୀ ଚାକିରିଆ ସରକାରୀ କାମ କରୁଥିବା ବେଳେ ହଠାତ୍ ୫ଜଣଙ୍କ ଉପସ୍ଥିତିରେ ଆତ୍ମହତ୍ୟା କରୁଛି, ତାକୁ ନ୍ୟାୟ ମିଳୁନି, ଏହାର ପ୍ରତିବାଦ କରିବା କ’ଣ ରାଜନୀତି ବୋଲି ବିରୋଧି ଦଳ ନେତା ପ୍ରଶ୍ନ କରିଛନ୍ତି । ଅନ୍ୟପଟେ ରାଜ୍ୟରେ ନାରୀ ନିର୍ଯ୍ୟାତନା ଏବଂ ନାବାଳିକାଙ୍କୁ ଦୁଷ୍କର୍ମ ମାମଲା ବଢିଚାଲିଥିବା ବେଳେ ସରକାର ସମ୍ବେଦନଶୀଳ ବୋଲି କହିବା ଦୁର୍ଭାଗ୍ୟ ବୋଲି କଂଗ୍ରେସ କହିଛି ।

ନାରୀ ନିର୍ଯ୍ୟାତନାକୁ ନେଇ ଗୃହ ଭିତରେ କି ଗୃହ ବାହାରେ ରାଜନୀତି ହେବା ଉଚିତ ନୁହେଁ । ମୋ ସରକାର ଓ ୫-ଟି ପ୍ରଚଳନ ପରେ ପ୍ରଶାସନ ଅଧିକ ଲୋକାଭିମୁଖୀ ହୋଇଛି । ମୁଖ୍ୟମନ୍ତ୍ରୀଙ୍କ ଏହି ମନ୍ତବ୍ୟକୁ ନେଇ ରାଜନୀତି ଆରମ୍ଭ ହୋଇଛି । ବିରୋଧି ବିଜେପି ଓ କଂଗ୍ରେସ ଏହାକୁ ସମାଲୋଚନା କରିବା ସହ ନାରୀ ନିର୍ଯ୍ୟାତନା ରୋକିବା ଦିଗରେ ସରକାରଙ୍କ ଆନ୍ତରିକତାକୁ ନେଇ ପଶ୍ନ କରିଛନ୍ତି । ଜଣେ ସରକାରୀ  ଚାକିରିଆ ସରକାରୀ କାମ କରୁଥିବା ବେଳେ ହଠାତ୍ ୫ଜଣଙ୍କ ଉପସ୍ଥିତିରେ ଆତ୍ମହତ୍ୟା କରୁଛି, ତାକୁ ନ୍ୟାୟ ମିଳୁନି, ସବୁ ଅଭିଯୁକ୍ତ ଗିରଫ ହେଉନାହାନ୍ତି, ଜିଲ୍ଲା ଏସ୍ପି ଏହାକୁ ଭିନ୍ନ ରଙ୍ଗ ଦେବାକୁ ପ୍ରୟାସ କରୁଛନ୍ତି । ଏହାର ପ୍ରତିବାଦ କରିବା କ’ଣ ରାଜନୀତି ବୋଲି ବିରୋଧି ଦଳ ନେତା ପ୍ରଶ୍ନ କରିଛନ୍ତି । ଅନ୍ୟପଟେ ରାଜ୍ୟରେ ନାରୀ ନିର୍ଯ୍ୟାତନା ଏବଂ ନାବାଳିକାଙ୍କୁ ଦୁଷ୍କର୍ମ ମାମଲା ବଢିଚାଲିଥିବା ବେଳେ ସରକାର ସମ୍ବେଦନଶୀଳ ବୋଲି କହିବା ଦୁର୍ଭାଗ୍ୟ ବୋଲି କଂଗ୍ରେସ କହିଛି ।
ମୁଖ୍ୟମନ୍ତ୍ରୀଙ୍କ ଏଭଳି ମନ୍ତବ୍ୟକୁ ସମୀକ୍ଷକ ଭିନ୍ନ ନଜରରେ ଦେଖିଛନ୍ତି । ଆକ୍ରମଣାତ୍ମକ ମୁଦ୍ରାରେ ନବୀନ ବିରୋଧିଙ୍କୁ ଜବାବ ଦେଇଛନ୍ତି । ବିରୋଧି ଦଳ ଭାବେ ଥିବା ଦୁଇ ଜାତୀୟ ଦଳର ରାଜ୍ୟ ଶାଖାର ରିମୋଟ ନବୀନଙ୍କ ପାଖରେ ରହିଛି । ଏଠି ଯେତେ ଯାହା ଚିତ୍କାର  କଲେ ବି ଜାତୀୟ ସ୍ତରର ନେତାଙ୍କ ବ୍ଲୁଆଏଡ଼୍ ବୟ ହେଉଛନ୍ତି ନବୀନ । ଏଥିପାଇଁ ବିରୋଧିଙ୍କ ଭୂମିକାକୁ ମଧ୍ୟ ଦାୟୀ କରିଛନ୍ତି ସମୀକ୍ଷକ । ବିରୋଧି କୌଣସି ପ୍ରସଙ୍ଗରେ ଶେଷ ପର୍ଯ୍ୟନ୍ତ ଲଢେଇ କରୁନଥିବାରୁ ଲୋକଙ୍କ ବିଶ୍ୱାସ ମଧ୍ୟ ତୁଟୁଛି । ଅନ୍ୟପଟେ ମୁଖ୍ୟମନ୍ତ୍ରୀଙ୍କ ମନ୍ତବ୍ୟକୁ ସ୍ୱାଗତ କରିଛି ଶାସକ ବିଜେଡ଼ି । କେବଳ କଥାରେ ନୁହେଁ, କାମରେ କରି ଦେଖାଉଛନ୍ତି ମୁଖ୍ୟମନ୍ତ୍ରୀ । ନାରୀ ନିର୍ଯ୍ୟାତନା ପ୍ରସଙ୍ଗରେ ସରକାର ଅଧିକ ସମ୍ବେଦନଶୀଳ ଅଛନ୍ତି ବୋଲି ବିଜେଡ଼ି କହିଛି ।
ଗତକାଲି ବିଧାନସଭାରେ ଗୃହ ବିଭାଗର ଖର୍ଚ୍ଚ ଦାବି ପାରିତ ବେଳେ ମୁଖ୍ୟମନ୍ତ୍ରୀ ତାଙ୍କ ଉତ୍ତରରେ ବିରୋଧିଙ୍କୁ ଆକ୍ରମଣ କରିଥିଲେ । ନାରୀ ନିର୍ଯ୍ୟାତନା ଭଳି ସମ୍ବେଦନଶୀଳ ପ୍ରସଙ୍ଗରେ ରାଜନୀତି ନକରି ନ୍ୟାୟାଳୟ ଉପରେ ଭରସା ରଖିବାକୁ ଅପିଲ କରିଥିଲେ ।